କୋଭିସିଲ୍ଡକୁ ସ୍ବୀକୃତି ଦେଲା ବ୍ରିଟେନ୍‌: କୋୱିନ୍‌ ସାର୍ଟିଫିକେଟ୍‌ ନେଇ ନିଷ୍ପତ୍ତି ଆଜି

କୋଭିସିଲଡ୍ ଟିକା

ନୂଆଦିଲ୍ଲୀ: ଭାରତଠାରୁ କଡ଼ା ଚେତାବନୀ ପାଇବାପରେ ବ୍ରିଟେନ୍‌ କୋଭିସିଲ୍ଡ ଟିକାକୁ ସ୍ବୀକୃତି ଦେଇଛି। ବ୍ରିଟେନ୍‌ର ସ୍ବୀକୃତିପ୍ରାପ୍ତ ଟିକା ତାଲିକାରେ କୋଭିସିଲ୍ଡ ରହିଛି। ଏହାସତ୍ତ୍ୱେ ବି ୨ଟି ଡୋଜ୍‌ କୋଭିସିଲ୍ଡ ଟିକା ନେଇଥିବା ଭାରତୀୟ ବ୍ରିଟେନରେ ପହଞ୍ଚିବାପରେ କ୍ବାରାଣ୍ଟିନ୍‌ରେ ରହିବେ। ବ୍ରିଟେନ୍ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାବଳି ଅନୁଯାୟୀ ବ୍ରିଟେନ୍‌ର କୋଭିସିଲ୍ଡ ଟିକାକୁ ନେଇ କୌଣସି ସମସ୍ୟା ନାହିଁ କିନ୍ତୁ ଭାରତ ଦ୍ବାରା ଦିଆଯାଉଥିବା ଟିକା ସାର୍ଟିଫିକେଟ୍‌କୁ ନେଇ ସମସ୍ୟା ରହିଛି। ଏ ବାବଦରେ ଭାରତର ଉଦ୍‌ବେଗକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁଦ୍ଧା ବ୍ରିଟେନ୍‌ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। ବ୍ରିଟେନ୍‌ ଜାରି କରିଥିବା ନୂଆ ଭ୍ରମଣ ନୀତିରେ କୁହାଯାଇଛି ଯେ, ବିଟେନ୍‌, ୟୁରୋପ୍‌, ଆମେରିକା କିମ୍ବା ବିଦେଶରେ ବ୍ରିଟେନ୍‌ର ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଯେଉଁମାନେ ଅକ୍ସଫୋର୍ଡ/ଆଷ୍ଟ୍ରାଜେନେକା, ଫାଇଜର ବାୟୋ‌ଏନ୍‌ଟେକ୍‌, ମଡର୍ଣ୍ଣା କିମ୍ବା ଜନ୍‌ସନ୍‌ ଟିକା ନେଇଛନ୍ତି ସେମାନେ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି ବୋଲି ଧରାଯିବ। ନୂଆ ଭ୍ରମଣ ନୀତିରେ କୁହାଯାଇଛି ଯେ ଇଂଲଣ୍ଡ୍‌ରେ ପହଞ୍ଚିବାର ଅତି କମ୍‌ରେ ୧୪ ଦିନ ପୂର୍ବରୁ ଜଣେ ସମ୍ପୂର୍ଣ୍ଣ ଡୋଜ୍‌ ଟିକା ନେଇଥିବା ଆବଶ୍ୟକ। ବ୍ରିଟେନ୍‌ ଭାରତର କୋଭିଡ୍‌ ଟିକାକରଣ ପ୍ରମାଣୀକରଣ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକଟ କରିଛି। ଏହି କାରଣ ପାଇଁ ସମ୍ପୂର୍ଣ୍ଣ ଟିକା ନେଇଥିବା ଭାରତୀୟ ବି ବ୍ରିଟେନ୍‌ରେ କ୍ବାରାଣ୍ଟିନରେ ରହିବେ। ବ୍ରିଟେନ୍‌ ପରିବର୍ତ୍ତନ କରିଥିବା ନିୟମ ପରେ ଭାରତ ଆଉ ବ୍ରିଟେନ୍‌ର ରେଡ୍‌ ଲିଷ୍ଟ୍‌ରେ ରହିବନି। କିନ୍ତୁ କ୍ବାରାଣ୍ଟିନ୍‌ ନୀତିରେ କୌଣସି କୋହଳ ହୋଇନାହିଁ। ଭାରତ ସରକାର ବ୍ରିଟେନର ଏହି ଟିକା ନୀତିକୁ ଭେଦଭାବପୂର୍ଣ୍ଣ କହିବା ସହ ଏହାକୁ କଡ଼ା ବିରୋଧ କରିଥିଲେ ଏବଂ ବ୍ରିଟେନ୍‌ ଏହାର ସମାଧାନ ନକଲେ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବ ବୋଲି ଚେତାବନୀ ଦେଇଥିଲେ। ଏହାପରେ ବ୍ରିଟେନ୍‌ କୋଭିସିଲ୍ଡ ଟିକାକୁ ସ୍ବୀକୃତି ଦେଇଛି ଏବଂ କୋୱିନ୍‌କୁ ନେଇ ଆସନ୍ତାକାଲି ସୁଦ୍ଧା ନିଷ୍ପତ୍ତି ନେବ ବୋଲି କହିଛି।

Share Now:

Kalinga News Beuro

Next Post

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ଭେଟିବେ ଆଜି

Thu Sep 23 , 2021
ୱାସିଂଟନ୍: ୩ଦିନିଆ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରତ୍ୟୁଷରେ ୱାସିଂଟନ୍‌ ଡିସିରେ ପହଞ୍ଚିଛନ୍ତି। ଗୁରୁବାର ରାତି ୩.୩୦ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଯାଇଥିବା ବିମାନ ୱାସିଂଟନ୍‌ସ୍ଥିତ ‘ଜଏଣ୍ଟ୍‌ ଆଣ୍ଡ୍ରିଉଜ୍‌ ଏୟାର୍‌ବେସ୍‌’ରେ ଅବରତଣ କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକାରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତ ତରଣଜିତ୍‌ ସିଂହ ସାନ୍ଧୁଙ୍କ ସମେତ ଦୂତାବାସ ପ୍ରତିରକ୍ଷା ଦାୟିତ୍ବରେ ଥିବା ବ୍ରିଗେଡିୟର୍‌ ଅନୁପ ସିଙ୍ଗଲ୍, ଏୟାର୍ କମୋଡୋର୍‌ ଅଞ୍ଜନ ଭଦ୍ରା ଏବଂ […]
ଆମେରିକ‌ା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆହୁରି ପଢ଼ନ୍ତୁ