ଏନ୍‌ଟିପିସିରେ କୋଇଲା ସଙ୍କଟ, ବିଦ୍ୟୁତ୍‌ ଉତ୍ପାଦନରେ ବାଧା ଆଶଙ୍କା

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର କଣିହାଁ ସ୍ଥିତ NTPCରେ ଉତ୍କଟ ହେବାରେ ଲାଗିଛି କୋଇଲା ସଙ୍କଟ। ଯାହାର ପ୍ରଭାବ ଆଗାମୀ ଦିନରେ ବିଦ୍ୟୁତ ଉତ୍ପାଦନ ଉପରେ ପଡ଼ିବା ନେଇ ଦେଖାଦେଇଛି ଆଶଙ୍କା। NTPCର ୩ହଜାର ମେଗାୱାଟ୍‌ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପାଇଁ ଦୈନିକ ପ୍ରାୟ ୫୫ ହଜାର ମେଟ୍ରିକ ଟନ୍ କୋଇଲାର ଆବଶ୍ୟକ ହେଉଛି। ହେଲେ NTPCକୁ ମିଳୁଛି ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ଅର୍ଥାତ୍ ପ୍ରାୟ ୪୦ହଜାର ମେଟ୍ରିକ ଟନ୍ କୋଇଲା। ଫଳରେ NTPCର ୩ ହଜାର ମେଗାୱାଟ୍ କ୍ଷମତା ବିଶିଷ୍ଟ ପ୍ଲାଣ୍ଟର ୬ଟି ୟୁନିଟ୍ ଚଳାଇବା ପାଇଁ ଷ୍ଟକ୍‌ୟାର୍ଡରେ ଗଚ୍ଛିତ ଥିବା କୋଇଲାକୁ ବ୍ୟବହାର କରାଯାଉଛି। ତେଣୁ ବିଦ୍ୟୁତ୍‌ ଉତ୍ପାଦନ ପ୍ରଭାବିତ ନେଇ ଆଶଙ୍କା ଦେଖାଦେଇଛି। ଏହାଯୋଗୁଁ ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ଆନ୍ଧ୍ର ଓ କର୍ଣ୍ଣାଟକ ଭଳି ବିଭିନ୍ନ ରାଜ୍ୟକୁ ବିଦ୍ୟୁତ୍‌ ପରିବହନ ମଧ୍ୟ ପ୍ରଭାବିତ ହୋଇପାରେ।

Share Now:

Kalinga News Beuro

Leave a Reply

Next Post

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ୨୧ରେ ଶପଥ ନେବେ କୁମାରସ୍ୱାମୀ!

Sat May 19 , 2018
ବେଙ୍ଗାଲୁରୁ : ବିଜେପି ନେତା ବି.ଏସ୍‌.ୟେଦୁରପ୍ପାଙ୍କର ଇସ୍ତଫା ପରେ ଜେଡ଼ିଏସ୍‌ ନେତା ଏଚ୍‌.ଡ଼ି.କୁମାରସ୍ୱାମୀଙ୍କୁ ସରକାର ଗଢ଼ିବା ଲାଗି କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ରୁଦ୍ରଭାଇ ବାଲା ଆମନ୍ତ୍ରଣ ଜଣାଇଛନ୍ତି। ଶନିବାର କୁମାରସ୍ୱାମୀ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିବା ବେଳେ ଏନେଇ ଗଣମାଧ୍ୟମକୁ ଜଣାଇଛନ୍ତି କୁମାରସ୍ୱାମୀ। ଆସନ୍ତା ସୋମବାର ଦିନ ମଧ୍ୟାହ୍ନ ୧୨ଟାରୁ ୧ଟା ମଧ୍ୟରେ ବେଙ୍ଗାଲୁରୁର କ୍ରାନ୍ତିରଭା ଷ୍ଟାଡ଼ିୟମ୍‌ରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣା ପଡ଼ିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial