ଭାରସାମ୍ୟ ହରାଇ ଓଲଟିଲା ସରକାରୀ ବସ୍: ୫ ଯାତ୍ରୀ ଆହତ

ଓଲଟିଲା ସରକାରୀ ବସ୍

କୋରାପୁଟ: ଜାତୀୟ ରାଜପଥ-୨୬ର ଉମୁରିଠାରେ ଏକ ସରକାରୀ ବସ୍ ଓଲଟିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଏକ ସରକାରୀ ବସ୍ ଭାରସାମ୍ୟ ହରାଇ ଜୟପୁର ବ୍ଲକର ଉମୁରିଠାରେ ଓଲଟିଥିଲା। ଏହି ବସଟି ବିଶାଖାପାଟଣାରୁ ନବରଙ୍ଗପୁର ଜିଲ୍ଲାର ଉମରକୋଟକୁ ଆସୁଥିଲା। ଏହି ଅଘଟଣରେ ୫ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି। ଆହତମାନଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share Now:

Kalinga News Beuro

Next Post

ଓଡ଼ିଶାର ଅଧିକାଂଶ ସ୍ଥାନରେ କୁହୁଡ଼ି: ଜୀବନଯାତ୍ରା ପ୍ରଭାବିତ

Tue Dec 28 , 2021
ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଥିବା ବେଳେ ୫ ଫୁଟ ଦୂରରୁ କିଛି ଦୃଶ୍ୟମାନ ହେଉନାହିଁ। ଲାଇଟ୍ ଲଗାଇ ଗାଡ଼ିମଟର ଚଳାଚଳ କରୁଥିବା ଦେଖିବାକୁ ମିଳୁଛି। ଏହାଫଳରେ ଜୀବନଯାତ୍ରା ପ୍ରଭାବିତ ହେଉଛି। ଆଜି ସକାଳେ ଦେଖାଦେଇଥିବା କୁହୁଡ଼ିର ପରିମାଣ ବି ସାମ୍ନାକୁ ଆସିଛି। କୋରାପୁଟରେ (୫୦ମିଟର), ସୁନ୍ଦରଗଡ଼(୫୦ମିଟର), ବଲାଙ୍ଗୀର(୭୫ମିଟର) ଓ କେନ୍ଦୁଝର(୧୫୦ମିଟର)ରେ […]
ଓଡ଼ିଶାର ଅଧିକାଂଶ ସ୍ଥାନରେ କୁହୁଡ଼ି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial