ମୁଖ୍ୟମନ୍ତ୍ରୀଙ୍କ ଭୋଜିରୁ ଭୋକିଲା ଫେରିଲେ ବିଧାୟକ

ମୁଖ୍ୟମନ୍ତ୍ରୀଙ୍କ ଭୋଜିରୁ ଭୋକିଲା ଫେରିଲେ ବିଧାୟକ

ଦାବି ପୂରଣ ନ ହେବା ଯାଏଁ ଚପଲ ପିନ୍ଧିବେନି ନେଇଛନ୍ତି ସଂକଳ୍ପ

ଜୟପୁର: ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜୀବନସାରା ଖାଲି ପାଦରେ ବୁଲିବାକୁ ସଂକଳ୍ପ ନେଇଥିବା କଂଗ୍ରେସ ବିଧାୟକ ମଦନ ପ୍ରଜାପତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବିଧାନସଭା ଅଧିବେଶନ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଦେଇଥିବା ରାତ୍ରିଭୋଜନରେ ବାଡମେର ଜିଲ୍ଲାର ପଚପଦରା ବିଧାନସଭାର ବିଧାୟକ ମଦନ ପ୍ରଜାପତ ଉପସ୍ଥିତ ଥିଲେ ମଧ୍ୟ ଖାଦ୍ୟ ନ ଖାଇ ସେଠାରୁ ଭୋକିଲା ଫେରି ଆସିଥିଲେ। ସୂଚନାଯୋଗ୍ୟ ଯେ ବିଧାନସଭା ଅଧିବେଶନ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ସମସ୍ତ ବିଧାୟକମାନଙ୍କୁ ଏକ ରାତ୍ରିଭୋଜନ ଦେଇଥିଲେ। କିନ୍ତୁ ମଦନ ଖାଦ୍ୟ ନ ଖାଇ ସେଠାରୁ ଫେରିଆସିଥିଲେ। ଏହାକୁ ନେଇ ମଦନ ପ୍ରଜାପତ କହିଛନ୍ତି ଯେ ତାଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେ ଜୀବନସାରା ଖାଲି ପାଦରେ ରହିବାକୁ ଶପଥ ନେଇଛନ୍ତି। ପ୍ରଜାପତ କହିଛନ୍ତି ଯେ ଯେତେବେଳେ ସେ ଭୋଜିରେ ପହଞ୍ଚିଲେ କିଛି ବିଧାୟକ କହିଲେ ଯେ ଆଜି ଚପଲ ପିନ୍ଧିବାକୁ ପଡିବ। ପ୍ରଜାପତ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏବଂ ସାଥୀ ବିଧାୟକଙ୍କ ଜିଦ୍ ଯୋଗୁଁ କାଳେ ତାଙ୍କର ସଂକଳ୍ପ ଭାଙ୍ଗିଯିବ ସେଥିପାଇଁ ସେ ସେଠାରୁ ଚାଲିଆସିଥିଲେ। ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ପ୍ରଜାପତ ଏକ ନିଆରା ଶପଥ ନେଇଥିଲେ। ବିଧାନସଭାରେ ଭାଷଣ ଦେଇ ବିଧାୟକ କହିଥିଲେ ଯେ ଯଦି ତାଙ୍କର ଦାବି ପୂରଣ ନହୁଏ ତେବେ ସେ ଜୀବନସାରା ଖାଲି ପାଦରେ ରହିବେ, କେବେ ବି ଚପଲ ପିନ୍ଧିବେ ନାହିଁ। ବାଲୋତରା ଅଞ୍ଚଳକୁ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ବିଧାୟକ ବହୁଦିନରୁ ଦାବି କରିଆସୁଛନ୍ତି। ତେବେ ତାଙ୍କ ଦାବି ପୂରଣ ହେଉନଥିବାରୁ କିଛିଦିନ ତଳେ ସେ ବିଧାନସଭାରେ କହିଥିଲେ ଯେ ୪୦ ବର୍ଷ ଧରି ସେ ଧୈର୍ଯ୍ୟ ଧରି ଥିଲେ। କିନ୍ତୁ ଏବେ ଆଉ ଧୈର୍ଯ୍ୟ ନାହିଁ। ବାଲୋତରା ଏକ ଜିଲ୍ଲା ହେବା ଉଚିତ୍। ବାଲୋତରାକୁ ଜିଲ୍ଲା କରିବା ତାଙ୍କର ସବୁଠାରୁ ବଡ ଦାବି। ଯଦି ଜିଲ୍ଲା ଘୋଷଣା ନହୁଏ, ତେବେ ବିଧାନସଭାରେ କୌଣସି ପ୍ରଶ୍ନ କରିବେ ନାହିଁ କିମ୍ବା ଜୀବନରେ କେବେ ଚପଲ ପିନ୍ଧିବେ ନାହିଁ।

Share Now:

Kalinga News Beuro

Next Post

ହୁ ହୁ ହୋଇ ବଢୁଛି ପେଟ୍ରୋଲ-ଡିଜେଲ ଦର : ସାଧାରଣ ଜନତାଙ୍କ ମଧ୍ୟରେ ହାହାକାର

Sat Apr 2 , 2022
ମାଲକାନଗିରି: ପେଟ୍ରୋଲ ଓ ଡିଜେଲ ଦର ଏବେ ହୁ ହୁ ହୋଇ ବଢି ଚାଲିଛି। ଆଜି ପୁଣି ପେଟ୍ରୋଲ ଦର ୮୦ ପଇସା ବଢିଥିବା ବେଳେ ଡିଜେଲ ଦର ୮୫ ପଇସା ବଢିଛି। ମାଲକାନଗିରିରେ ଏବେ ପେଟ୍ରୋଲ ଲିଟର ପିଛା ୧୧୫.୦୪ ଟଂକା ରହିଥିବା ବେଳେ ଡିଜେଲ ଦର ୧୦୪.୬୩ ଟଙ୍କାରେ ପହଞ୍ଚିଛି। ତେଲ ଦର ବଢୁଥିବାରୁ ସାଧାରଣ ଲୋକଙ୍କ ପକେଟକୁ ବାଧୁଥିବା ଜଣାପଡିଛି।ଏହା ସହ ତାଳଦେଇ ଅତ୍ୟାବଶକୀୟ ଜିନିଷର […]
ହୁ ହୁ ହୋଇ ବଢୁଛି ପେଟ୍ରୋଲ-ଡିଜେଲ ଦର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial