ବ୍ୟାଙ୍କରେ କଳାକନା ବୁଲାଇ ଦେଲେ

କଟକ/କୁଚିଣ୍ଡା: କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଅଡ଼ଶପୁରର ଉତ୍ତାରଣ କାନାରା ବ୍ୟାଙ୍କ ଶାଖାରୁ ହୋଇଛି ଲୁଟ୍। ଗତକାଲି ବିଳମ୍ବିତ ରାତିରେ ହୋଇଛି ଏହି ଲୁଟ୍। ବ୍ୟାଙ୍କର ମୁଖ୍ୟ ଫାଟକ ସହ ଲକର୍ ଭଙ୍ଗାଯାଇଛି। ସିସିଟିଭି କ୍ୟାମେରା ଓ କଂପ୍ୟୁଟର ଭାଙ୍ଗି ବାହାରେ ଫୋପାଡ଼ି ଦେଇଛନ୍ତି। ଲୁଟ୍ ନେଇ ବ୍ୟାଙ୍କ ପକ୍ଷରୁ ଡିମିରି ଫାଣ୍ଡିରେ ଏତଲା ଦିଆଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ବ୍ୟାଙ୍କରୁ କେତେ ଟଙ୍କା ଏବଂ ଆଉ କ’ଣ ଲୁଟ୍ ହୋଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟ ମହୁଲପାଲି ଥାନା ଗୋଛରା ଷ୍ଟେଟ ବ୍ୟାଙ୍କରେ ଡକାୟତି ଉଦ୍ୟମ ହୋଇଛି। ଗ୍ୟାସ୍‌ କଟରରେ ବ୍ୟାଙ୍କର ତିନିଟି ତାଲା କାଟି ଡକାୟତମାନେ ଭିତରେ ପ୍ରବେଶ କରିଥିଲେ ମଧ୍ୟ ଲକର ଭାଙ୍ଗିବାରେ ବିଫଳ ହୋଇଥିଲେ। ଏହା ପରେ ସେଠାରେ ଗ୍ୟାସ୍ କଟର ଓ ଅନ୍ୟାନ୍ୟ ସାମଗ୍ରୀ ଛାଡ଼ି ସେମାନେ ପଳାଇଛନ୍ତି। ସକାଳ ହେବା ପରେ ଡକାୟତି ଉଦ୍ୟମ ସଂପର୍କରେ ଜଣାପଡ଼ିଥିଲା। ଘଟଣାସ୍ଥଳରେ ବ୍ୟାଙ୍କ କର୍ମଚାରୀ ଓ ପୋଲିସ ପହଞ୍ଚିଥିଲେ। ସାଇଣ୍ଟିଫିକ୍ ଟିମ୍‌ ମଧ୍ୟ ପହଞ୍ଚି ଯାଞ୍ଚ କରିଥିଲା

Share Now:

Kalinga News Beuro

Leave a Reply

Next Post

ନିଷ୍ଠା ଆଗରେ ହାର ମାନିଲା ଦାରିଦ୍ର୍ୟ : କଳାରେ ଶ୍ରେଷ୍ଠ ଦଶ ମଧ୍ୟରେ ଟ୍ରଲି ଚାଳକଙ୍କ ଝିଅ

Sun Jun 10 , 2018
ପୁରୀ : କଠିନ ଅଧ୍ୟବସାୟ ଓ ନିଷ୍ଠା ଆଗରେ ଦାରିଦ୍ର୍ୟ ହାର ମାନିଥାଏ। ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷାରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ପୁରୀର ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ମହାବିଦ୍ୟାଳୟର ଛାତ୍ରୀ ଶକୁନ୍ତଳା ନାୟକ। ପୁରୀ ସହରର ଟ୍ରଲି ଚାଳକ ଘନ ନାୟକଙ୍କ ଝିଅ ଶକୁନ୍ତଳା କଳାରେ ୫୨୩ ନମ୍ବର ରଖି ଏବେ ଅନ୍ୟମାନଙ୍କ ପାଇଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial