ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କଲେ କେନ୍ଦ୍ର ସରକାର

ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ମଙ୍ଗଳବାର ଦିନ ଭାରତ ସରକାର ଓଡ଼ିଶାର କାର୍ଯ୍ୟରତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି। ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ଭାରତ ସରକାରଙ୍କୁ ଅଗଷ୍ଟ ୧୦ ତାରିଖରେ ଲେଖିଥିବା ପତ୍ରରେ ପ୍ରସ୍ତାବ ଦେଇଥିଲେ। ଭାରତ ସରକାର ଉକ୍ତ ପ୍ରସ୍ତାବକୁ ମଞ୍ଜୁରି ଦେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଚାକିରି କାଳ ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି। ପରିବର୍ଦ୍ଧିତ ସମୟ ଅନୁସାରେ, ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଶ୍ରୀ ମହାପାତ୍ର ୨୦୨୨ ସେପ୍ଟେମ୍ବର ପହିଲାରୁ ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ ରହିବେ।

Share Now:

Kalinga News Beuro

Next Post

ଶ୍ରେଣୀ ଗୃହ ଭିତରେ ଛାତ୍ରଛାତ୍ରୀଙ୍କୁ ପାଠ ପଚାରି ଅଡୁଆରେ ସରପଞ୍ଚ

Thu Aug 25 , 2022
କାମାକ୍ଷାନଗର: ସରକାର ନିୟମ କରୁଛନ୍ତି ଆଉ ସେହି ନିୟମକୁ ଭାଙ୍ଗୁଛନ୍ତି ପଞ୍ଚାୟତର ଲୋକ ପ୍ରତିନିଧି। ସରକାର କହିଛନ୍ତି ବିଦ୍ୟାଳୟ ଚାଲୁଥିବା ସମୟରେ ଶ୍ରେଣୀଗୃହ ଭିତରକୁ ଯାଇ କେହି ବି ଛାତ୍ରଛାତ୍ରୀମାନଙ୍କୁ କୌଣସି ପ୍ରଶ୍ନ ପଚାରି ପାରିବେ ନାହିଁ। କେବଳ ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ରହିବେ। ସେଥିରେ କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ରାଇବୋଲ ପଞ୍ଚାୟତର ଡେଙ୍ଗାବାହାଳି ସ୍କୁଲରେ।ସରପଞ୍ଚ ଶାନ୍ତନୁ କୁମାର ସାହୁ ବିଦ୍ୟାଳୟକୁ […]
ଅଡୁଆରେ ସରପଞ୍ଚ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial