ଏସସିବିରେ ପିଲା ଚୋରି ଘଟଣା: ଧରା ପଡିଲେ ମହିଳାଙ୍କ ସମେତ ଦୁଇଜଣ

ଏସସିବିରେ ପିଲା ଚୋରି ଘଟଣା

କଟକ: କଟକ ବଡ଼ ଡ଼ାକ୍ତରଖାନାରେ ସ୍ତ୍ରୀ ପ୍ରସୂତି ବିଭାଗରେ ପିଲା ଚୋରି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର। ସେ କହିଛନ୍ତି ଯେ ଏହି ଘଟଣାରେ ଜଣେ ମହିଳାଙ୍କ ସହ ଦୁଇଜଣଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି। ଏହା ସହ ମହିଳାଜଣକ ଦାବି କରୁଥିବା ପୁତ୍ର ସନ୍ତାନ ଓ କାଗଜପତ୍ର ସମ୍ପର୍କରେ ଯାଞ୍ଚ କରାଯାଉଛି। ଘଟଣାର ପୁରା ତଦନ୍ତ ପରେ ହିଁ ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସେ ପ୍ରକାଶ କରିଛନ୍ତି। ଏଣେ ଏସସିବି ମେଡ଼ିକାଲର ପ୍ରଶାସନିକ ଅଧିକାରୀ ଅବିନାଶ ରାଉତଙ୍କ ସୂଚନା ଅନୁଯାୟୀ ଶିଶୁ କନ୍ୟା ଫେରିବା ପରେ ତାର ଚିକିତ୍ସା ଚାଲିଛି। ଶିଶୁଟି ସୁସ୍ଥ ଅଛି।

Share Now:

Kalinga News Beuro

Next Post

ସାମ୍ବାଦିକ ବୃତ୍ତିରେ କଳଙ୍କ ଲଗାଇଲେ ଅଣସାମ୍ବାଦିକ

Wed Sep 28 , 2022
ଭୁୁବନେଶ୍ୱର : ‘ମୋତେ ଯେତେ ମାଠିବୁ ମାଠ’ ବାରମ୍ବାର ସମାଲୋଚିତ ହେଉଥିବା ବେଳେ କିଛି ଅସାମାଜିକ ବ୍ୟକ୍ତ ବିଶେଷ ସାମ୍ବାଦିକ ବୃତ୍ତିରେ କଳଙ୍କ ଲଗାଇବାକୁ ପଛାଉ ନାହାନ୍ତି ଯାହା ଫଳରେ ସମାଜ ସେବା ଭଳି ସାମ୍ବାଦିକତା ବୃତ୍ତିରେ କଳଙ୍କ ଲାଗିବା ସହ ଜନ ସାଧାରଣଙ୍କ ଆସ୍ଥା ହରାଇବାରେ ଲାଗିଛ ସାମ୍ବାଦିକତା ବୃତ୍ତି। କିଛି ପଥଭ୍ରଷ୍ଟ୍ର ବ୍ୟକ୍ତିଙ୍କ ଯୋଗୁଁ ସାମ୍ବାଦିକତାକୁ ସମାଜ ସେବା ଭାବରେ ଗ୍ରହଣ କରିଥିବା ସାମ୍ବାଦିକ ମାନେ ବିନା […]
Fraud in Journalism

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial