ରାସ୍ତା ଉପରେ ଠିଆ ହୋଇଥିବା ଅବସ୍ଥାରେ ଜଳିଗଲା କାର

ଜଳିଗଲା କାର

ବେଗୁନିଆ: ରାସ୍ତା ଉପରେ ଠିଆ ହୋଇଥିବା ଅବସ୍ଥାରେ ଜଳିଗଲା କାର। ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବାଘମାରି ବଜାରରେ ଘଟିଛି ଏଭଳି ଘଟଣା। ସୂଚନା ଅନୁସାରେ ବୋଲଗଡ କଳାଙ୍ଗ ଅଞ୍ଚଳରୁ ଏକ ଗ୍ୟାସ ଚାଳିତ ମାରୁତି ଭ୍ୟାନରେ ପାଲା ପରିବେଷଣ କରିବା ପାଇଁ ଏକ ପାଲା ଦଳ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ବାଘମାରୀ ଥାନା ନିକଟରେ ଗାଡି ରଖି ଓହ୍ଲାଇ ଥଣ୍ଡା ପାନୀୟ ଜଳ ପିଇ ପୁନର୍ବାର ଗାଡି ବସି ଗାଡି ଷ୍ଟାର୍ଟ କରୁଥିବା ବେଳେ ହାଠତ ଗାଡ଼ିରେ ନିଆଁ ଲାଗିଯାଇଥିଲା। ତାପରେ ପାଲା ଦଳ ସହ ଡ୍ରାଇଭର ସୁରକ୍ଷିତ ଗାଡିରୁ ଓହ୍ଳାଇ ବେଗୁନିଆ ଅଗ୍ନିଶମବହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମବାହୀନି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କାର ଡ୍ରାଇଭର ସହ ପାଲା ଦଳ ସୁରକ୍ଷିତ ଥିବା ଜଣାପଡିଥିବା ବେଳେ ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଛି।

Share Now:

Kalinga News Beuro

Next Post

୩ୟ ବିଶ୍ବଯୁଦ୍ଧ ଲଗାଇବାକୁ ପୋଲାଣ୍ଡରେ କ୍ଷେପଣାସ୍ତ୍ର ପକାଯାଇଛି : ରୁଷ

Wed Nov 16 , 2022
କିବ୍ : ୟୁକ୍ରେନର ପଡ଼ୋଶୀ ଦେଶ ପୋଲାଣ୍ଡରେ କ୍ଷେପଣାସ୍ତ୍ର ପଡ଼ିବା ପରେ ତାହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ଏହି ଉତ୍ତେଜନା ବିଶ୍ବକୁ ଏକ ୩ୟ ବିଶ୍ବଯୁଦ୍ଧ ଆଡ଼କୁ ଟାଣିନେବାର ଆଶଙ୍କା ଦେଖାଦେଇଛି। ରୁଷ ପକ୍ଷରୁ ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ପ୍ରଥମେ ସଂଦେହ କରାଯାଉଥିବାବେଳେ ପରେ ଜଣାପଡ଼ିଥିଲା ଯେ ସେଗୁଡ଼ିକ ୟୁକ୍ରେନର କ୍ଷେପଣାସ୍ତ୍ର ଓ ଭୁଲରେ ପୋଲାଣ୍ଡକୁ ପଳାଇଯାଇଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବି ସେଗୁଡ଼ିକ ରୁଷୀୟ […]
୩ୟ ବିଶ୍ବଯୁଦ୍ଧ ଲଗାଇବାକୁ ପୋଲାଣ୍ଡରେ କ୍ଷେପଣାସ୍ତ୍ର ପକାଯାଇଛି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial