ଦେଶରେ ବ​ଳପୂର୍ବକ ଧର୍ମାନ୍ତରୀକରଣ ହୋଇପାରିବ ନାହିଁ : ସୁପ୍ରିମକୋର୍ଟ

ବ​ଳପୂର୍ବକ ଧର୍ମାନ୍ତରୀକରଣ ହୋଇପାରିବ ନାହିଁ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ବଳପୂର୍ବକ ଧର୍ମାନ୍ତରୀକରଣକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶରେ ଏହା ହୋଇପାରିବ ନାହିଁ। ଏହି ପ୍ରସଙ୍ଗରେ ଆଗତ ଏକ ଜନସ୍ୱାର୍ଥ ମାମଲାରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଉପରେ ମତ ରଖି ଜଷ୍ଟିସ ଏମଆର ଶାହା ଏହା କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୫ ତାରିଖରେ ହେବ। ନିଜର ସତ୍ୟପାଠରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ ଦେଶରେ ସମ୍ବିଧାନ ପ୍ରଦତ୍ତ ଧର୍ମଗ୍ରହଣ କରିବାର ସ୍ୱାଧୀନତାର ଅର୍ଥ ନୁହେଁ, ଯେ ଅନ୍ୟମାନଙ୍କୁ ବଳପୂର୍ବକ, ପ୍ରଲୋଭିତ କରି ନିଜ ଧର୍ମରେ ସାମିଲ କରିବା।
କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଚାଲିଥିବା ବଳପୂର୍ବକ ଧର୍ମାନ୍ତରୀକରଣକୁ ନେଇ ସରକାର ଅବତକ ଅଛନ୍ତି ଓ ଏହାକୁ ରୋକିବାକୁ ଓ ଗରିବ ଓ ମହିଳାମାନଙ୍କ ଅଧିକାରର ସୁରକ୍ଷା ପାଇଁ ଏକ ଆଇନର ଆବଶ୍ୟକତା ରହିଛି। ଏହି ମାମଲାର ପିଟିସନକାରୀ ଆଡଭୋକେଟ ଅଶ୍ୱିନୀ ଉପାଧ୍ୟାୟ ନିଜ ଆବେଦନରେ ଦର୍ଶାଇଥିଲେ ଯେ ଏହା ଏକ ନିର୍ଦିଷ୍ଟ ଅଂଚଳର ସମସ୍ୟା ନୁହେଁ, ବରଂ ସାରା ଦେଶର ସମସ୍ୟା। ଏଣୁ ସରକାର ଏହାକୁ ରୋକିବାକୁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରନ୍ତୁ ଅଥବା ଆଇପିସିରେ ଏକ ଧାରା ଯୋଗ କରନ୍ତୁ। ଏହି ମାମଲାର ବିଚାର କରି ନିଜର ପକ୍ଷ ରଖିବାକୁ ସୁପ୍ରିମକୋର୍ଟ ଗତ ୧୪ ତାରିଖରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ।

Share Now:

Kalinga News Beuro

Next Post

ମଶା କାମୁଡ଼ିବାରୁ ବ୍ୟକ୍ତିଙ୍କ ୩୦ଥର ହେଲା ଅସ୍ତ୍ରୋପଚାର

Mon Nov 28 , 2022
ନୂଆଦିଲ୍ଲୀ: ଭାରତରେ ଏଯାବତ ଅନେକ ସହରରେ ଡେଙ୍ଗୁର ଭୟାବହ ଘଟଣା ସାମ୍ନାକୁ ଆସିଛି। ଡେଙ୍ଗୁ ଜ୍ୱରରେ ପୀଡିତ ହୋଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ମଶା କାମୁଡ଼ିବା ହେତୁ ଅନେକ ପ୍ରକାର ରୋଗର ଚିକିତ୍ସା କରାଯାଉଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ନିକଟରେ ଜର୍ମାନରୁ ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣି ଲୋକଙ୍କ ମନରେ କୋକୁଆଭୟ ଖେଳି ଯାଇଛି। ମଶା କାମୁଡ଼ିବା ହେତୁ ଜଣେ ବ୍ୟକ୍ତିଙ୍କର ଥରେ […]
ମଶା କାମୁଡ଼ିବାରୁ ବ୍ୟକ୍ତିଙ୍କ ୩୦ଥର ହେଲା ଅସ୍ତ୍ରୋପଚାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial