ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଅଶୋକ ପ୍ରଧାନ। ନନ୍ଦନକାନନର ପଦାସାହି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରୁଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତଦେହକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ମୃତ ଏଏସଆଇ ବାରଙ୍ଗ ଥାନାରେ କାର୍ଯ୍ୟରତ ଥିଲେ। ସୂଚନା ଅନୁସାରେ, ପ୍ରାଥମିକ ତଦନ୍ତରୁ ଏଏସ୍‌ଆଇଙ୍କର ଆତ୍ମହତ୍ୟାଜନିତ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଜବତ କରି ଏସସିବି ମେଡିକାଲକୁ ନେଇଥିବା ସୂଚନା ରହିଛି। ଏନେଇ ମୃତ ଏଏସଆଇ ଅଶୋକ ପ୍ରଧାନଙ୍କ ବନ୍ଧୁ କହିଛନ୍ତି, ‘ଆର୍ଥିକ, ମାନସିକ ଏବଂ ଶାରିରୀକ ସ୍ତରରେ ସେ ଖୁବ୍ ସଶକ୍ତ। ସେ ବହୁତ ସାହସୀ ଥିଲେ। ଆମେ ତାଙ୍କଠାରୁ ଅନୁପ୍ରାଣିତ ହେଉଥିଲୁ। ଏଏସ୍‌ଆଇଙ୍କର ଏଭଳି ପଦକ୍ଷେପ ଆମକୁ ଆଜି ମର୍ମାହତ କରିଛି। ଚାକିରି ସମସ୍ୟା ରହୁଥିଲା କି ନାହିଁ ସେ ବିଷୟରେ ଆମେ କିଛି କହିପାରିବୁ ନାହିଁ। କୌଣସି ଦୁଃଶ୍ଚିନ୍ତା ବିଷୟରେ ସେ ଆମକୁ କିଛି କହିନାହାନ୍ତି।’

Share Now:

Kalinga News Beuro

Next Post

୨ଦିନରେ ୧୦୦କୋଟି ଆୟ କଲା ‘ଅବତାର-୨’ : ଭାଙ୍ଗିବ ଅନେକ ଫିଲ୍ମର ରେକର୍ଡ

Sun Dec 18 , 2022
ମୁମ୍ବାଇ: ୨୦୦୯ରେ ରିଲିଜ ହୋଇଥିବା ଜେମ୍ସ କ୍ୟାମେରନଙ୍କ ଫିଲ୍ମ ‘ଅବତାର’ ଚମତ୍କାର ଭିଜୁଆଲ୍ ସହିତ ଭାରତୀୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେତେବେଳେ ଭିଏଫଏକ୍ସ ଥିବା ଚଳଚ୍ଚିତ୍ରଗୁଡ଼ିକ ସେତେ ଅଧିକ ନିର୍ମାଣ ହେଉନଥିବା ବେଳେ ‘ଅବତାର’ର ଗ୍ରାଫିକ୍ସ ଲୋକଙ୍କୁ ଆବାକ୍ କରିଥିଲା। ବିଶ୍ୱବ୍ୟାପୀ ‘ଅବତାର’ ପ୍ରାୟ ୩ବିଲିୟନ ଡଲାରର ବ୍ୟବସାୟ କରିଥିଲା ​​ଏବଂ ଆଜି ପର୍ଯ୍ୟନ୍ତ ଫିଲ୍ମଟି ଦୁନିଆରେ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇରହିଛି। ଏହାର ସିକ୍ୱେଲକୁ ବର୍ଷ ବର୍ଷ […]
‘ଅବତାର-୨’-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial