ବିଶ୍ଵ ହକିକପକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି: ଓମସା ସଭାପତି

ଓମସା ସଭାପତି

ଭୁବନେଶ୍ୱର: ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ବା ଓମସା ପକ୍ଷରୁ ସମସ୍ତ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇବା ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି। ରାଜ୍ୟ ସରକାରଙ୍କ ପାଖରେ ଓମସା ପକ୍ଷରୁ ରଖାଯାଇଥିବା ବିଭିନ୍ନ ଦାବି ଯଥାଶୀଘ୍ର ପୂରଣ ନହେଲେ ଫେବୃଆରୀ ୧ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କୁହାଯାଇଛି। ପୂର୍ବରୁ ସରକାରଙ୍କ ସହ ଅନେକ ଥର ଆଲୋଚନା ହୋଇଥିବା ବେଳେ ଦାବି ପୁରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା ଓମସା ଅଭିଯୋଗ କରିଛି। ଓମସା ପକ୍ଷରୁ ରଖାଯାଇଥିବା ଦାବିଗୁଡ଼ିକ ହେଉଛି
• ଡ଼ାକ୍ତରମାନଙ୍କ କେନ୍ଦ୍ରୀୟ ହାରରେ (ଡିଏସିପି) ଦରମା ପ୍ରଦାନ।
• ୨୦୧୯ ମସିହାରେ ଆମ ରାଜ୍ୟ ସରକାର ଡିଏସିପି ନାମରେ ୭, ୧୪,୨୧ ବର୍ଷରେ ପ୍ରମୋଶନ ବ୍ୟବସ୍ଥା କରି ଠକି ଦେଇଛନ୍ତି। ସେଥିରେ ଯୁବବର୍ଗ ଓ ଅଭିଜ୍ଞ ଡାକ୍ତରମାନେ ଆଦୌ ଆର୍ଥିକ ଲାଭବାନ ହୋଇପାରୁନଥିବାରୁ ସରକାରୀ ଚାକିରୀ କରିବାକୁ ଅନାଗ୍ରହ ପ୍ରକାଶ କରୁଛନ୍ତି।
• ଓଏମ୍ଏଚଏସ୍ କ୍ୟାଡ଼ର ଡ଼ାକ୍ତରଙ୍କ ପୁନଃର୍ବିନ୍ୟାସ ଦାବି।
• ଆଡ଼ହକ ଡ଼ାକ୍ତରଙ୍କ ସ୍ଥାୟୀ ନିଯୁକ୍ତି।
• ବାଧ୍ୟତାମୂଳକ କେବିକେ ଅଞ୍ଚଳରେ କାର୍ଯ୍ୟର ନିୟମାବଳୀକୁ ଉଛେଦ।
• ଡ଼ାକ୍ତରଙ୍କ ଅବସର ବୟସ ବୃଦ୍ଧି କରାନଯାଉ।
• ସରକାରୀ ଛୁଟିଦିନ ଉପଲବ୍ଧି ହୋଇପାରୁନାହିଁ।
ତେବେ ଏ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ଓମସା ସଭାପତି ନାରାୟଣ ରାଉତ କହିଛନ୍ତି, ‘ ଏ ସମସ୍ତ ଦାବି ନେଇ ୧୬.୦୧.୨୦୨୩ରିଖ ଠାରୁ ଓମସା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପରି ନିଆଯାଇଥିଲା। ଯେହେତୁ ଜାନୁଆରି ୧୩ ତାରିଖଠାରୁ ବିଶ୍ଵକପ୍ ହକି ଓଡ଼ିଶାରେ ଆୟୋଜନ ହେଉଛି ଏହା ଓଡ଼ିଶାର ଗର୍ବ ଓ ଗୌରବ ହୋଇଥିବାରୁ ଏହାକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଫେବୃଆରୀ ୧ ତାରିଖରୁ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବା ବୋଲି ନିଷ୍ପରି ନିଆଯାଇଛି।’

Share Now:

Kalinga News Beuro

Next Post

ବିଶ୍ୱ ଅର୍ଥନୀତିରେ ଭାରତ ହେଉଛି ଉତ୍ତମ ସ୍ଥାନ: ମଧ୍ୟପ୍ରଦେଶ ଶିଖର ସମ୍ମିଳନୀରେ ବିନିଯୋଗ ସପକ୍ଷରେ କହିଲେ ପ୍ରଧାନମନ୍ତ୍ରୀ

Wed Jan 11 , 2023
ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି‌ର ଅଣୁଅର୍ଥନୀତିର ମୂଳଦୁଆ ଖୁବ୍‌ ସୁଦୃଢ଼ ଏବଂ ‘ଜି-୨୦’ ରାଷ୍ଟ୍ର ମଧ୍ୟରୁ ଏହାର ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି ବୋଲି ଆଜି ମଧ୍ୟପ୍ରଦେଶରେ ଆୟୋଜିତ ବୈଶ୍ଵିକ ନିବେଶକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ରେ କହିଛନ୍ତି। ପୁଞ୍ଜି ବିନିଯୋଗ ନିମନ୍ତେ ଆକର୍ଷଣୀୟ କ୍ଷେତ୍ର ବୋଲି ଭାରତକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ, ବୈଶ୍ଵିକ ଚାଲେଞ୍ଜ୍‌ ସତ୍ତ୍ବେ ପ୍ରମୁଖ ଆର୍ଥିକ […]
ବିଶ୍ବ ଅର୍ଥନୀତିରେ ଭାରତ ହେଉଛି ଉତ୍ତମ ସ୍ଥାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial