ଅସ୍ତ୍ରୋପଚାର କଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା

ଅସ୍ତ୍ରୋପଚାର କଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ତ୍ରିପୁରାର ମୁଖ୍ୟମନ୍ତ୍ରୀ ହେବା ପରେ ମାଣିକ ଶାହା ପ୍ରାୟ ଏକ ବର୍ଷ ହେବ ରାଜନୈତିକ କାର୍ଯ୍ୟକଳାପ ବ୍ୟତୀତ ନିଜର ପୁରୁଣା ଦାଇତ୍ୱ ତୁଲାଉଥିବାର ପୂର୍ବରୁ ଅନେକ ଘଟଣା ସାାମ୍ନାକୁ ଆସିଛି। ବୃତ୍ତି ଅନୁଯାୟୀ ତ୍ରିପୁରା ମୁଖ୍ୟମନ୍ତ୍ରୀ ଡାକ୍ତର ହୋଇଥିବା ହେତୁ ସେ ଗତ ବୁଧବାର ଦିନ ହସ୍ପିଟାଲର ଅପରେସନ ଥିଏଟରରେ ପହଞ୍ଚି ଜଣେ ୧୦ ବର୍ଷ ପିଲାର ଦାନ୍ତ ଅସ୍ତ୍ରୋପଚାର କରିଥିଲେ।
ଶାହା ତ୍ରିପୁରାର ଜଣେ ଜଣାଶୁଣା ଓରାଲ୍ ଆଣ୍ଡ ମ୍ୟାକ୍ସିଲୋଫେସିଆଲ୍ ସର୍ଜନ ଭାବରେ କାମ କରିଛନ୍ତି। ଶାହା ତାଙ୍କର ପୁରୁଣା କର୍ମକ୍ଷେତ୍ର ତ୍ରିପୁରା ମେଡିକାଲ କଲେଜରେ ପହଞ୍ଚିବା ପରେ ତାଙ୍କୁ ପୁରୁଣା ସହକର୍ମୀମାନେ ସ୍ୱାଗତ କରିଥିଲେ। ଏହି କଲେଜରେ ସେ ୨୦ ବର୍ଷରୁ ଅଧିକ ସମୟ ଧରି ଲୋକଙ୍କୁ ନିରନ୍ତର ଚିକିତ୍ସା କରି ଆସିଥିଲେ। ଶାହା ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦାଇତ୍ୱ ସମ୍ଭାଳିବା ପୂର୍ବରୁ ଓରାଲ୍ ଏବଂ ମ୍ୟାକ୍ସିଲୋଫେସିଆଲ୍ ବିଭାଗର ମୁଖ୍ୟ ଥିଲେ। ଏହି ଘଟଣାକୁ ନେଇ ଶାହା କହିଛନ୍ତି, ‘ ଯେ ଦୀର୍ଘ ସମୟ ବିରତି ନେବା ପରେ ଅସ୍ତ୍ରୋପଚାର କରିବା ପରେ ମୋତେ ବହୁତ ଖୁସି ଅନୁଭବ ହେଉଛି। ମୁଁ ନିଜକୁ କେବେ ହେଲେ ବୃତ୍ତିଠାରୁ ଦୂରରେ ଦେଇନାହିଁ।’ ଅନ୍ୟପକ୍ଷରେ ଦେଖିବାକୁ ଗଲେ ତ୍ରିପୁରାରେ ଆସନ୍ତା ମାସରେ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ବିଜେପି ସମେତ ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି।

Share Now:

Kalinga News Beuro

Next Post

ଅଷ୍ଟ୍ରେଲିଆସ୍ଥିତ ହିନ୍ଦୁ ମନ୍ଦିରରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧୀ ଲେଖା

Thu Jan 12 , 2023
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣଠାରେ ଅବସ୍ଥିତ ‘ବିଏପିଏସ୍‌ ସ୍ୱାମୀନାରାୟଣ ମନ୍ଦିର’ ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରି ତା’ର ପାଚେରିରେ ଭାରତ ବି‌ରୋଧରେ ଲେଖିଥିବା କଥା ‘ଦି ଅଷ୍ଟ୍ରେଲିଆ ଟୁଡେ’ ଏକ ରିପୋର୍ଟରେ କହିଛି। ରିପୋର୍ଟରେ ଉଲ୍ଲେଖ ଅଛି: ମେଲ୍‌ବର୍ଣ୍ଣ ଅନ୍ତର୍ଗତ ମିଲ୍‌ ପାର୍କ ଉତ୍ତରାଞ୍ଚଳ ଉପନଗରୀରେ ଥିବା ପ୍ରଖ୍ୟାତ ସ୍ୱାମୀନାରାୟଣ ମନ୍ଦିର କାନ୍ଥରେ ‘ହିନ୍ଦୁସ୍ତାନ ମୁର୍ଦ୍ଦାବାଦ୍‌’ ବୋଲି ଲେଖାଯାଇଛି। ଏହି ଘଟଣାକୁ ନିନ୍ଦାକରି ‘ବିଏପିଏସ୍‌ ସ୍ୱାମୀନାରାୟଣ ମନ୍ଦିର କହିଛି, ଏମିତି […]
ଅଷ୍ଟ୍ରେଲିଆସ୍ଥିତ ହିନ୍ଦୁ ମନ୍ଦିର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial