ରାଜଧାନୀ ନୂଆଦିଲ୍ଲୀରେ ଆତଙ୍କବାଦୀ ହାମ୍‌ଲା ଉଦ୍ଦେଶ୍ୟରେ ୮ଟି ଜୀବନ୍ତ ଗ୍ରେନେଡ୍‌ ଧରି ଯାଉଥିବା କୁଖ୍ୟାତ ଆତଙ୍କବାଦୀ ଗିରଫ

ଶ୍ରୀନଗର (ଜମ୍ମୁ- କଶ୍ମୀର): ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କବାଦୀ ହାମ୍‌ଲା କରିବା ଲକ୍ଷ୍ୟରେ ଦିଲ୍ଲୀ ଅଭିମୁଖେ ଆସୁଥିବା ଏକ କୁଖ୍ୟାତ ଆତଙ୍କବାଦୀକୁ ଜମ୍ମୁ- କଶ୍ମୀର ପୁଲିସ୍‌ ଶ୍ରୀନଗରରୁ ରବିବାର ଗିରଫ କରିବା ସହ ତା’ ନିକଟରୁ ୮ଟି ଜୀବନ୍ତ ଗ୍ରେନେଡ୍‌ ଜବତ କରିଛି। ପୁଲିସ୍‌ ଜେରା କାଳରେ ଗିରଫ ଆତଙ୍କବାଦୀ କହିଛି ଯେ ସ୍ୱାଧୀନତା ଦିବସ ପୂର୍ବରୁ ସେ ଦିଲ୍ଲୀରେ ଆତଙ୍କବାଦୀ ହାମ୍‌ଲା ଘଟାଇବା ଲକ୍ଷ୍ୟରେ ସେ ଗ୍ରେନେଡ୍‌ ନେଇ ଦିଲ୍ଲୀ ଯାଉଥିଲା। ଗୁଇନ୍ଦା ବିଭାଗ ସୂତ୍ରରୁ ହସ୍ତଗତ ହୋଇଥିବା ଖବରରୁ ପ୍ରକାଶ, କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ ପକ୍ଷରୁ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କବାଦୀ ହାମ୍‌ଲା କରିବା ଯୋଜନା ପ୍ରସ୍ତୁତ ହୋଇଛି।ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ଆତଙ୍କବାଦୀ ହାମ୍‌ଲା ଘଟାଇବା ଲକ୍ଷ୍ୟରେ ଜନୈକ କୁଖ୍ୟାତ ଆତଙ୍କବାଦୀ ୮ଟି ଜୀବନ୍ତ ଗ୍ରେନେଡ୍‌ ନେଇ ରାଜଧାନୀ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଜମ୍ମୁ- କଶ୍ମୀର ପୁଲିସ୍‌ ହାତରେ ଗିରଫ ହେବା ଘଟଣା ସୁରକ୍ଷା କର୍ମୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଗିରଫ ହୋଇଥିବା ଆତଙ୍କବାଦୀର ନାମ ଅରଫାନ୍‌ ଓ୍ଵାନି ଏବଂ ସେ ଦକ୍ଷିଣ କଶ୍ମୀର ପୁଲଓ୍ଵାମା ଅନ୍ତର୍ଗତ ଅଓ୍ଵନ୍ତିପୁରାର ବାସିନ୍ଦା। ସେ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଜମ୍ମୁ- କଶ୍ମୀର ପୁଲିସ୍‌ ତାକୁ ଗିରଫ କରିବା ସହ ୮ଟି ଜୀବନ୍ତ ହାତ ଗ୍ରେନେଡ୍‌ ଓ ନଗଦ ୬୦ ହଜାର ଟଙ୍କା ଜବତ କରିଛି।

Share Now:

Kalinga News Beuro

Leave a Reply

Next Post

ଉପକାରୀ ବିୟର୍‌ ! ହ୍ରାସ କରେ ଓଜନ, କ୍ୟାନ୍‌ସର୍‌ ଆଶଙ୍କା କମ୍‌ କରେ

Mon Aug 6 , 2018
ନୂଆଦିଲ୍ଲୀ: ବିୟର୍‌ ପିଇବା ଶରୀର ପକ୍ଷେ କ୍ଷତିକାରକ, ଏକଥା ଆମେ ସମସ୍ତେ ଜାଣନ୍ତି। ଡାକ୍ତରମାନେ ମଧ୍ୟ ମଦ ଭଳି କୌଣସି ନିଶା ଦ୍ରବ୍ୟ ସେବନ କରିବାକୁ ମନା କରନ୍ତି। କିନ୍ତୁ ବିଅର୍‌ର କେତେଗୁଡ଼ିଏ ଭଲ ଗୁଣ ରହିଛି, ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସହାଯ୍ୟ କରେ। ବିଜ୍ଞାନୀମାନେ ବିୟର୍‌ରୁ ଅନେକ ଗୁଣ ଖୋଜି ପାଇଛନ୍ତି। ଆସନ୍ତୁ ସେସବୁ ଜାଣିବା। ୧. ବିୟର୍‌ ହାର୍ଟ୍‌ ପାଇଁ ଭଲ: ଗବେଷଣା କହୁଛି, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial