ୟୁକ୍ରେନ୍‌ ଯୁଦ୍ଧକୁ ବିରୋଧ କରି ବିବସ୍ତ୍ର ହୋଇ ଠିଆ ହେଲେ ପର୍ଯ୍ୟଟକ

ୟୁକ୍ରେନ୍‌ ଯୁଦ୍ଧକୁ ବିରୋଧ

ଭଟିକାନ୍‌ ସିଟି: ସେଣ୍ଟ୍‌ ପିଟର୍ସର ବାସିଲିକାକୁ ବୁଲି ଆସିଥିବା ଜଣେ ବ୍ୟକ୍ତି ଗୁରୁବାର ଦିନ ତାଙ୍କର ପୋଷାକପତ୍ର ଓହ୍ଲାଇ ଭଟିକାନ୍‌ ଗୀର୍ଜାର ମୁଖ୍ୟ ଫାଟକ ସାମ୍ନାରେ ଠିଆ ହୋଇଥିଲେ ବୋଲି ଭଟିକାନ୍‌ ସୂତ୍ରରୁ ଜଣାପଡ଼ିଛି। ଭଟିକାନ୍‌ ସୂତ୍ର କହିଛି ଯେ, ବ୍ୟକ୍ତିଜଣକ ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଏଭଳି କରିଥିବା ପରି ମନେ ହେଉଛି। ୟୁକ୍ରେନ୍‌ର ପିଲାମାନଙ୍କୁ ରକ୍ଷା କରାଯାଉ ବୋଲି ଆହ୍ୱାନ ଦିଆଯାଇ ଉକ୍ତ ବ୍ୟକ୍ତିଙ୍କ ପିଠିରେ କିଛି ଲେଖା ହୋଇଥିଲା। ଏହାଛଡ଼ା, ଲୋକଟି ନିଜ ନଖରେ ନିଜ ଦେହକୁ ଖଣ୍ଡିଆଖାବରା କରିପକାଇଥିଲେ।
ଭଟିକାନ୍‌ ସୁରକ୍ଷାକର୍ମୀମାନେ ସେ ଅଜ୍ଞାତ ବ୍ୟକ୍ତିଙ୍କୁ ଧରି ଇଟାଲି ପୁଲିସ ଜିମାରେ ଦେଇଥିଲେ। ଗୁରୁବାର ଅପରାହ୍ନରେ ବାସିଲିକା ବନ୍ଦ ହେବା ପୂର୍ବରୁ ଉପରୋକ୍ତ ଘଟଣା ଘଟିଥିଲା। ପର୍ଯ୍ୟଟକମାନେ ଉଠାଇ ଥିବା ଏହି ଘଟଣାର କିଛି ଫଟୋ କେତେକ ଇଟାଲୀୟ ୱେବ୍‌ସାଇଟ୍‌ ପ୍ରସାରଣ କରିଥିଲେ। ପ୍ରସିଦ୍ଧ ଗାଚିନି ବାସିଲିକା ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଭଟିକାନ୍‌ ନଗରୀକୁ ଆସିଥାଆନ୍ତି। କୁହାଯାଉଛି, ଅନ୍ୟାନ୍ୟ ଅନେକ ପର୍ଯ୍ୟଟକଙ୍କ ପରି ସେ ବ୍ୟକ୍ତିଜଣ ବି ବୁଲି ଆସିଥିଲେ। କିନ୍ତୁ, ହଠାତ୍‌ ପୋଷାକପତ୍ର ଓହ୍ଳାଇ ପକାଇ ଗୀର୍ଜାର ମୁଖ୍ୟ ଫାଟକ ସିଧାରେ ଥିବା ଟେବୁଲ୍‌ ନିକଟରେ ସମ୍ପୂର୍ଣ୍ଣ ବିବସ୍ତ୍ର ହୋଇ ଠିଆ ହୋଇଗଲେ। ଭଟିକାନ୍‌ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ବ୍ୟକ୍ତିଜଣକ ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧକୁ ବିରୋଧ କରୁଛନ୍ତି।

Share Now:

Kalinga News Beuro

Next Post

୫-ଟି ସଚିବଙ୍କ ସମୀକ୍ଷା : ଜୁଲାଇ ସୁଦ୍ଧା ବରମୁଣ୍ଡା ବସ୍‌ ଟର୍ମିନାଲ କାମ ସାରିବାକୁ ନିର୍ଦ୍ଦେଶ

Fri Jun 2 , 2023
ଖଣ୍ଡଗିରି: ବରମୁଣ୍ଡା ବସ୍‌ ଟର୍ମିନାଲ୍‌ ପ୍ରକଳ୍ପ କାର୍ଯ୍ୟ ୮୫ ପ୍ରତିଶତ ଶେଷ ହୋଇସାରିଛି। ଜୁନ୍‌ ଶେଷ ସୁଦ୍ଧା ଏହାର ସିଭିଲ କାମ ସରିବ। ଜୁଲାଇ ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବା ପାଇଁ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଅପରାହ୍ନରେ ୫ଟି-ଉପକ୍ରମରେ ଚାଲୁଥିବା ନିର୍ମାଣାଧୀନ ଏହି ବସ୍‌ ଟର୍ମିନାଲ୍‌ରେ ୫-ଟି ସଚିବ ପହଞ୍ଚିଥିଲେ। ନିର୍ମାଣସ୍ଥଳ ପରିଦର୍ଶନ କରିବା ସହିତ ନିର୍ମାଣ କାର୍ଯ୍ୟର ଭିଡିଓ ଉପସ୍ଥାପନା କାର୍ଯ୍ୟ ଦେଖି […]
ଜୁଲାଇ ସୁଦ୍ଧା ବରମୁଣ୍ଡା ବସ୍‌ ଟର୍ମିନାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial