ଏସ୍‌ସିବି ପରିସରରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

କଟକ: କଟକ ବଡ଼ ଡାକ୍ତରଖାନା ପରିସରର ଥିବା ଯକ୍ଷ୍ମା ୱାର୍ଡ ସମ୍ମୁଖରେ ଥିବା ନିର୍ମାଣାଧୀନ କୋଠାରୁ ଜଣେ  ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ମୃତଦେହ ନିକଟରୁ ଯୁବକଙ୍କ ଡ୍ରେସ୍‌ ଓ  ଏକ ମଦ ବୋତଲ ଜବତ କରାଯାଇଛି। ମଙ୍ଗଳାବାଗ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Share Now:

Kalinga News Beuro

Leave a Reply

Next Post

ଓମ୍‌ଫେଡ୍‌ ବସ୍ତିରେ ଆଉ ୪ ଜଣଙ୍କୁ ଡେଙ୍ଗୁ

Sun Aug 12 , 2018
ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ଓମଫେଡ୍‌ ବସ୍ତି ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିବାରେ ଲାଗିଛି। ପୂର୍ବରୁ ଏହି ଅଞ୍ଚଳରେ ୭ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉ ୪ଜଣଙ୍କ ରକ୍ତ ନମୁନାରୁ ଡେଙ୍ଗୁ ଚିହ୍ନଟ ହୋଇଛି। ସୂଚନା ପାଇ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଦଳ ବସ୍ତିରେ ପହଞ୍ଚି ଲୋକଙ୍କୁ ସଚେତନ କରାଇଛନ୍ତି। ବସ୍ତି, ଡ୍ରେନ୍‌ ଓ ସନ୍ତସନ୍ତିଆ ସ୍ଥାନକୁ ଠିକ୍‌ ଭାବେ ସଫାସୁତୁରା କରାଯାଉ ନଥିବାରୁ ଜଣଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial