ବାହାନଗା ଟ୍ରେନ୍‌ ଦୁର୍ଘଟଣାର ସିବିଆଇ ତଦନ୍ତ ହେବ : ରେଳମନ୍ତ୍ରୀ

ବାହାନଗା ଟ୍ରେନ୍‌ ଦୁର୍ଘଟଣାର ସିବିଆଇ ତଦନ୍ତ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଗତ ୨ ତାରିଖ ଦିନ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ନେଇ ସିବିଆଇ ତଦନ୍ତ ହେବ। ଏଥି ନେଇ ଭାରତୀୟ ରେଳବାଇ ବୋର୍ଡ ସିବିଆଇକୁ ସୁପାରିସ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ସନ୍ଧ୍ୟାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା? ଏଥିପାଇଁ କେଉଁମାନେ ଦାୟୀ? ଏହାର ବିସ୍ତୁତ ତଦନ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ବାଲେଶ୍ୱର, ଭଦ୍ରକ, ସୋରର ସାଧାରଣ ଜନତାଙ୍କ ସମେତ ରେଳବାଇ ଓ ଜିଲ୍ଲାପ୍ରଶାସନ ମିଶି ଉଦ୍ଧାର କାର୍ଯ୍ୟ କରିଛନ୍ତି। ଏପର୍ଯ୍ୟନ୍ତ ମୁଖ୍ୟ ଲାଇନ୍‌ ସମେତ ୨ଟି ଲାଇନ୍‌ କାମ ଶେଷ ହୋଇଛି। ବିଦ୍ୟୁତ କାମ ଜାରି ରହିଛି। କଟକ, ବାଲେଶ୍ୱର ଓ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯାତ୍ରୀମାନଙ୍କୁ ଭେଟିଛି। ଆହତଙ୍କୁ ଭଲ ଚିକିତ୍ସା ଦିଆଯାଉଛି। ଦେଶବ୍ୟାପି ଯେଉଁଠାରୁ ଯାତ୍ରୀମାନେ ଆସିଥିଲେ, ସେମାନଙ୍କର ପରିବାର ସହିତ ରେଳବାଇ ଓ ସରକାର ସଂପର୍କରେ ଅଛନ୍ତି।
ଏହା ପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ବାହାନଗାରେ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାରେ ଆମେ ଯେଉଁମାନଙ୍କୁ ହରାଇଛେ, ସେମାନଙ୍କୁ ଆଉ ପାଇପାରିବା ନାହିଁ। ସରକାରଙ୍କ ପାଇଁ ଏହି ଘଟଣା ଗମ୍ଭୀର ତଥା ସମ୍ବେଦନଶୀଳ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଭୟଙ୍କର ଦୁର୍ଘଟଣା ପାଇଁ ଯେଉଁମାନେ ଦୋଷୀ ପ୍ରମାଣିତ ହେବେ, ସମୋନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାନଗାରେ ଦୁର୍ଘଟଣାସ୍ଥଳ ଏବଂ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଥିଲେ।

Share Now:

Kalinga News Beuro

Next Post

ଆଜି ଏସସିବିରେ ଆହତଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

Mon Jun 5 , 2023
କଟକ: ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ଚିକିତ୍ସାରତ ଆହତଙ୍କୁ ଏସସିବିରେ ଭେଟିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସଠିକ ସମୟରେ ଚିକିତ୍ସା ଓ ଆହତମାନଙ୍କ ସହ ଆଲୋଚନା ପରେ ଏସସିବି ମେଡିକାଲର ସମସ୍ତ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଏତେ ବଡ଼ ଟ୍ରାଜେଡି ସମୟରେ ଏସସିବି ବଡ଼ ମେଡିକାଲରେ ସ୍ୱାସ୍ଥ୍ୟ ସେବା ଦିଗରେ ତତ୍ପରତା ବେଶ ଉଚ୍ଚକୋଟିର। ତେବେ ଏଠାରୁ ଯେଉଁମାନେ ଭଲ ହେବେ ଓ ଡିସଚାର୍ଜ ହେବେ […]
ଏସସିବିରେ ଆହତଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial