ଗୋ-ଫାଷ୍ଟକୁ ଉଡ଼ାଣ ଅନୁମତି ଦେଲେ ଡିଜିସିଏ

ଗୋ ଫାଷ୍ଟକୁ ଉଡ଼ାଣ ଅନୁମତି ଦେଲେ ଡିଜିସିଏ

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ନିୟାମକ ଡିଜିସିଏ ପକ୍ଷରୁ ଆର୍ଥିକ ସଂକଟରେ ପଡ଼ିଥିବା ଘରୋଇ ବିମାନ ସେବା କମ୍ପାନି ଗୋ-ଫାଷ୍ଟକୁ କେତେକ ସର୍ତ୍ତ ସହ ବିମାନ ଚଳାଚଳ ଆରମ୍ଭ ପାଇଁ ଅନୁମିତ ଦିଆଯାଇଛି। ୨୨ଟି ବିମାନ ସହ ସେବା ଆରମ୍ଭ କରିବାକୁ କମ୍ପାନି ପ୍ରସ୍ତାବ ଦେଇଥିଲା। ଡିଜିସିଏ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ ଗୋ-ଫାଷ୍ଟ ପକ୍ଷରୁ ଜୁନ ୨୮ରେ ଦାଖଲ କରାଯାଇଥିଲା ରିଜମ୍ପସନ ପ୍ଲାନକୁ ଗ୍ରହଣ କରାଯାଇଛି। ଗୋ-ଫାଷ୍ଟ ବିମାନ ସେବା ଆରମ୍ଭ କରିପାରିବ କିନ୍ତୁ ଏୟାର ଲାଇସେନ୍ସ ବଜାୟ ରଖିବାକୁ ଯେଉଁ ସର୍ତ୍ତାବଳୀ ଓ ମାନଦଣ୍ଡ ରହିଛି ତାହାକୁ ପାଳନ କରିବାକୁ ପଡ଼ିବ। ସେହିପରି ବିମାନ ସେବାରେ ବ୍ୟବହାର ହେଉଥିବା ବିମାନଗୁଡ଼ିକର ଉଡ଼ାଣ ଯୋଗ୍ୟତା କାଏମ ରଖିବାକୁ ହେବ। ଏହା ସହିତ ରିଜମ୍ପସନ ପ୍ଲାନରେ କୌଣିସ ପରିବର୍ତ୍ତନ କଲେ ସେ ସଂପର୍କରେ ଆଗୁଆ ଡିଜିସିଏକୁ ସୂଚୀତ କରିବାକୁ ହେବ। ଚଳିତ ମାସ ଆରମ୍ଭରେ ଡିଜିସିଏ ପକ୍ଷରୁ କୁହାଯାଇଥିଲା ଯେ ଗୋ-ଫାଷ୍ଟର ଦିଲ୍ଲୀ ଓ ମୁମ୍ବାଇ ଫାସିଲିଟି ଗୁଡ଼ିକର ଅଡିଟ୍ କରାଯିବ। ଗୋ-ଫାଷ୍ଟ ପକ୍ଷରୁ ଗୁରୁବାର କୁହାଯାଇଥିଲା ଯେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସବୁ ବିମାନ ଚଳାଚଳ ବନ୍ଦ ରହିବ। ଗୋ-ଫାଷ୍ଟ ପକ୍ଷରୁ ଗୁରୁବାର କୁହାଯାଇଥିଲା ଯେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସବୁ ବିମାନ ଚଳାଚଳ ବନ୍ଦ ରହିବ। ଏହି କମ୍ପାନିରେ ମୋଟ ୪୨୦୦ କର୍ମଚାରୀ ଥିବାବେଳେ କମ୍ପାନି ମୁଣ୍ଡରେ ୧୧,୪୬୩ କୋଟି ଟଙ୍କାର ଋଣ ରହିଛି।

Share Now:

Kalinga News Beuro

Next Post

ଚୀନର ବୈଦେଶିକ ମନ୍ତ୍ରୀ ନିଖୋଜ : ସାମ୍ବାଦିକାଙ୍କ ସହ ପ୍ରେମ ସଂପର୍କ ନେଇ ଗୁଜବ

Fri Jul 21 , 2023
ବେଜିଂ : ଚୀନର ବୈଦେଶିକ ମନ୍ତ୍ରୀ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତେବେ କୌଣସି ବୟାନ କିମ୍ବା ନିଷ୍ପତ୍ତି ଯୋଗୁଁ ନୁହେଁ ବରଂ ସେ ନିଖୋଜ ହୋଇଯିବା କାରଣରୁ ତାଙ୍କର ଚର୍ଚ୍ଚା ଦ୍ରୁତ ଗତିରେ ଚାଲିଛି। ତାଙ୍କ ନିଖୋଜ ହେବା ପଛରେ ଲୋକମାନେ ସବୁ ପ୍ରକାର କଳ୍ପନାଜଳ୍ପନା କରୁଛନ୍ତି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ ନିଖୋଜ ହେବାର […]
ଚୀନର ବୈଦେଶିକ ମନ୍ତ୍ରୀ ନିଖୋଜ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial