ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ

ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ

ଦିଗପହଣ୍ଡି : ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତର ଜକରାପଲ୍ଲୀ ନିକଟରେ ଧାବମାନ ବେଲଘାଇ କେନାଲ୍‌ ହିଡ଼ରେ ଆଜି ବରଗଛ ସୁରକ୍ଷା ସମିତି ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମିଳିତ ପ୍ରୟାସ କ୍ରମେ ୨୦୮ ବଟ ଓସ୍ତ ବୃକ୍ଷଚାରା ରୋପିତ କରାଯାଇଅଛି। ଆୟୋଜିତ କାର୍ଯ୍ୟକ୍ରମକୁ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ ମୂଖ୍ୟ ଅତିଥି ରୂପେ ଯୋଗଦେଇ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ପ୍ରଥମେ ବୃକ୍ଷଚାରା ରୋପିତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ କହିଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ଶେରଗଡ଼ ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟକୁ ପ୍ରାକ୍ତନ ଅଧ୍ୟକ୍ଷ ତଥା ପରିବେଶପ୍ରେମୀ ପ୍ରକୃତିମଣିଷ ଲୋକନାଥ ପରିଡ଼ା ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ତଥା ପରିବେଶ ସୁରକ୍ଷା କର୍ମୀ ଚନ୍ତାମଣି ପଲାଇ ବୃକ୍ଷଚାରା ରୋପିତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ପ୍ରମୁଖ ସହାୟକ ହୋଇଥିବା ବେଳେ ମାନବାଧିକାର ପ୍ରବକ୍ତା ଆଇନଜୀବୀ ତଥା ସାମ୍ବାଦିକ ପାରମ୍ପରିକ ପ୍ରାକୃତିକ ଚିକିତ୍ସକ କବିରାଜ ବଦ୍ୟଶ୍ରୀ ଗଜାନନ ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବୃକ୍ଷଚାରା ରୋପିତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରକୃତିମଣିଷ ପରିବେଶପ୍ରେମୀ ତଥା ଆର୍ଯ୍ୟଭଟ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ସୁଧିର ରାଉତ , ସାମାଜିକ କର୍ମୀ ସୀମାଞ୍ଚଳ ଗୌଡ଼, ରଞ୍ଜନ କୁମାର ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ମାୟାଧର ବିଶୋୟୀ, ପ୍ରଦ୍ୟୁମ୍ନ ପଟ୍ଟନାୟକ, ଖେଳଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ବୃକ୍ଷଚାରା ରୋପିତ କାର୍ଯ୍ୟକ୍ରମ ପରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ପ୍ରାକୃତିକ ସୁରକ୍ଷା ବୃକ୍ଷଚାରା ରୋପିତ ଘେନି ଏକ ସଚେତନତା ସଭା ହୋଇଥିଲା। ଏହି ସଭାଟିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସଚେତନ ହୋଇଥିଲେ।

Share Now:

Kalinga News Beuro

Next Post

ପାର୍କିଂ ନ ଥିଲେ କାର୍ଯ୍ୟାନୁଷ୍ଠାନ, ମାସେ ପରେ ସିଲ୍‌ ହେବ : ବିଏମ୍‌ସିର ଚେତାବନୀ

Thu Jul 27 , 2023
ଭୁବନେଶ୍ୱର: ପାର୍କିଂ ଜାଗା ‌ଦେଖାଇ ବିଲ୍ଡିଂ ପ୍ଲାନ୍‌ ନେଲେ। ହେଲେ ପାର୍କିଂ ପାଇଁ ଉଦ୍ଦିଷ୍ଟ ଜାଗାକୁ ବେପାରରେ ଲଗାଇ କୋଟି କୋଟି ଟଙ୍କା ରୋଜଗାର କଲେ। ଏଣେ ରାସ୍ତାକଡ଼ରେ ସରକାରୀ ଜାଗାରେ ପାର୍କିଂ ହେଲା। ଟ୍ରାଫିକ୍‌ ପରିଚାଳନାରେ ଘାଣ୍ଟି ହେଲା ପୁଲିସ। ଦୁର୍ଘଟଣାର ଶିକାର ହେଲେ ସାଧାରଣ ଲୋକ। ଏଭଳି ବାରମ୍ବାର ଅଭିଯୋଗ ଆସିବା ପରେ ବିଏମ୍‌ସି ଆଜି ଏକ ସର୍ବସାଧାରଣରେ ବିଜ୍ଞପ୍ତି ଜାରି କରିଛି। ଏଥିରେ ଘରମାଲିକମାନଙ୍କୁ ଚରମବାଣୀ […]
ପାର୍କିଂ ନ ଥିଲେ କାର୍ଯ୍ୟାନୁଷ୍ଠାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial