ଓଡ଼ମାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ : ବିଭିନ୍ନ ଜିଲ୍ଲାରୁ ଯୋଗଦେଲେ ୫୦ରୁ ଉର୍ଦ୍ଧ୍ୱ ସଦସ୍ୟ

ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନ

ଭୁବନେଶ୍ୱର: ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ତୁଷାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ନିହାର ରଞ୍ଜନ ପଣ୍ଡା, ଉପସଭାପତି ସୁନୀଲ କୁମାର ଦେ ଯୋଗ ଦେଇ ରାଜ୍ୟ କାର୍ଯ୍ୟକାରିଣୀର ବିଭିନ୍ନ ଦିଗ ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଭ୍ୟ ସଂଗ୍ରହ ଉପରେ ଜୋର ଦିଆଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା ସଭାପତି ସୁକାନ୍ତ କୁମାର ମହାନ୍ତି, ସାଧାରଣ ସମ୍ପାଦକ ସୁନାକର ଦାସ, ଉପସଭାପତି ମନୋଜ ବେହେରା, କଳାହାଣ୍ଡି ଜିଲ୍ଲାରୁ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ରଘୁମଣି ପୁଜାରୀ, ଯଶବନ୍ତ ପୁଜାରୀ, ପତଓ୍ଵନ୍ତ ସିଂହ, କ୍ଷେତ୍ରମୋହନ ରାଉତ ପ୍ରମୁଖ ଯୋଗଦେଇ ଆଗାମୀ ବାର୍ଷିକ ସମ୍ମିଳନୀ ଅନୁଷ୍ଠାନ ହେବା ନେଇ ନିଜର ମତାମତ ଦେଇଥିଲେ। ସର୍ବସମ୍ମତିକ୍ରମେ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ କଳାହାଣ୍ଡୀ ଜିଲ୍ଲା ସଭାପତି ପାଇଁ ମନୋନୀତ କରାଯାଇଥିଲା। ବୈଠକରେ ବିଭିନ୍ନ ଜିଲ୍ଲାରୁ ୫୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଇଥିଲେ।

Share Now:

Kalinga News Beuro

Next Post

ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୭୪୮: ୨୪ ଘଣ୍ଟାରେ ୫୨ ଚିହ୍ନଟ

Sun Aug 6 , 2023
ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଜାନୁଆରି ମାସରୁ ଆଜି ପର୍ଯ୍ୟନ୍ତ ୭୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ମେୟର ସୁଲୋଚନା ଦାସ ଏକ ଭିଡିଓ ବାର୍ତ୍ତାରେ ଲୋକଙ୍କୁ ଭୟଭୀତ ନ ହେବାକୁ କହିବା ସହ ଡେଙ୍ଗୁ ମୁକାବିଲାରେ ବିଏମ୍‌ସି ସହ ହାତ ମିଶାଇବାକୁ ପରାମର୍ଶ ଦେଇଛନ୍ତି। ଗୋଷ୍ଠୀ ସହଭାଗିତା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial