ମନୋରମା ମହାନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶିକା

ଭୁବନେଶ୍ୱର: ସ୍ଥାନୀୟ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକଙ୍କ ବଦଳି ହୋଇଛି। ଏଠାରେ କାର୍ଯ୍ୟରତ ଏଚ୍‌ଆର ବିଶ୍ୱାସଙ୍କୁ କୋଲକାତା ବଦଳି ହୋଇଛି। ତାଙ୍କ ସ୍ଥାନରେ ଓଡ଼ିଆ ଝିଅ ମନୋରମା ମହାନ୍ତିଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନିଜ ଜନ୍ମମାଟିରେ ଦାୟିତ୍ୱ ଗ୍ରହଣ କରିବା ପରେ ମନୋରମା ବେଶ ଖୁସି ଅନୁଭବ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ଅତୀତରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସିଛି। ଏବେ ଓଡ଼ିଶା କ୍ଷେତ୍ରରେ ନିଜର ଦାୟିତ୍ୱ ରହିବ। ପୂର୍ବରୁ ଗୁଜରାଟ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ପାଣିପାଗ ବିଜ୍ଞାନୀ ଭାବେ କାମ କରିଛି। ଜନ୍ମମାଟିରେ ଦାୟିତ୍ୱବାନର ସହିତ କାମ କରିବି। ପୂର୍ବତନ ନିର୍ଦ୍ଦେଶକ ଏଚଆର ବିଶ୍ୱାସ କହିଛନ୍ତି, ଏହି ବଦଳି ପ୍ରକ୍ରିୟାକୁ ସ୍ୱାଭାବିକ ପ୍ରକ୍ରିୟା। ଓଡ଼ିଶାରେ ଫନି ଭଳି ବାତ୍ୟା ତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା।

Share Now:

Kalinga News Beuro

Next Post

ରାଜ୍ୟର କିଛି ଜିଲ୍ଲାରେ ହୋଇପାରେ ହାଲୁକା ବର୍ଷା ଓ ଘନକୁହୁଡ଼ି

Tue Jan 16 , 2024
ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଗାମୀ ୨୪ରୁ ୪୮ ଘଣ୍ଟା ପାଇଁ ରାଜ୍ୟର ପାଣିପାଗ ନେଇ ପୂର୍ବାନୁମାନ କରିଛି। ଏହି ସମୟ ମଧ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି। ସେହିପରି ଅନ୍ୟ କିଛି ସ୍ଥାନରେ କୁହୁଡ଼ି ହୋଇପାରେ ବୋଲି ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁରରେ ହାଲୁକା ବର୍ଷା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial