ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକାମ୍ର ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି। ଓଡ଼ିଆ ଭାଷାର ମହତ୍ୱ ସାରା ବିଶ୍ୱ ବୁଝିବାର ସୁଯୋଗ ସୃଷ୍ଟି ହୋଇଛି। ପୂରା ଭୁବନେଶ୍ୱର ଓଡ଼ିଆ ଓଡ଼ିଆ ବାସ୍ନା ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଭଳି ଏକ ଉଦ୍ୟମ ପ୍ରତ୍ୟେକ ଓଡ଼ିଆ ପାଇଁ ଗର୍ବର ବିଷୟ। ତା’ ସହିତ ଏହି ସଙ୍ଗୀତର ମୂର୍ଚ୍ଛନା, ଆମ ବ୍ୟଞ୍ଜନ, ଭୁଫେଷ୍ଟୋ ଏକ ନିଆରା ଅନୁଭୂତି ଦେଇଛି। ଆମ ଓଡ଼ିଆ ସବୁଠୁ ବଢ଼ିଆ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ। ପ୍ରଦର୍ଶନୀ ପଡ଼ିଆରେ ସଙ୍ଗୀତର ମୂର୍ଚ୍ଛନା ମଞ୍ଚରେ ଏକାମ୍ର ଉତ୍ସବକୁ ଉଦ୍‌ଘାଟନ କରିବା ଅବସରରେ ସେ ଏଭଳି କହିଛନ୍ତି। ଅନ୍ୟତମ ଅତିଥି ଭାବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କର ଏଭଳି ଏକ ପ୍ରୟାସକୁ ପ୍ରସଂଶା କରିବା ସହ ଏହାକୁ ଏକ ଐତିହାସିକ ଦିନ ବୋଲି ଅଭିହିତ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ୱିନୀ ପାତ୍ର, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ପ୍ରମୁଖ ଏହା ପ୍ରତ୍ୟେକ ଓଡ଼ିଆ ପାଇଁ ଗୌରବର ଦିନ ବୋଲି କହିଥିଲେ। ବିଡିଏ ଉପାଧ୍ୟକ୍ଷ ବଲ୍‌ୱନ୍ତ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ, ମତ୍ସ୍ୟ ନିର୍ଦ୍ଦେଶକ ତଥା ବିଡିଏ ସିଟି ଫେଷ୍ଟ ଓଏସ୍‌ଡି ସିଦ୍ଦିକି ଆଲାମ୍‌ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ତୁଟିଲା: ତିନି ଘଣ୍ଟା ବିଳମ୍ବରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି

Mon Feb 5 , 2024
ପୁରୀ: ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇଛି। ଶେଷରେ ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ବାହାରିଛି ଗତକାଲି ରାତିର ଶତାଧିକ ଅଭଡ଼ା କୁଡ଼ୁଆ। କିନ୍ତୁ ବିବାଦ ଯୋଗୁ ମହାପ୍ରଭୁଙ୍କ ନୀତିକାନ୍ତି ତିନି ଘଣ୍ଟା ବିଳମ୍ବରେ ଚାଲିଛି। ଉଲେ୍ଲଖଯୋଗ୍ୟ, ଗତକାଲି ଭିତର କାଠ ନିକଟରେ ରକ୍ତଛିଟା ପଡ଼ିବାରୁ ବଡ଼ ମହାସ୍ନାନ ହୋଇଥିଲା। ବଡ଼ସ୍ନାନ ପରେ ଦ୍ୱିତୀୟ ଭୋଗ ମଣ୍ଡପରେ ସନ୍ଧ୍ୟା ଆଳତି ହୋଇଥିଲା। କିନ୍ତୁ ଆଳତି ହେବାରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial