ଶଙ୍ଖ ଧରିଲେ ନୟାଗଡ଼ର ନେତ୍ରୀ ଇରାନୀ ରାୟ

ଭୁବନେଶ୍ୱର: ନୟାଗଡ଼ର ଜଣାଶୁଣା ନେତ୍ରୀ ଇରାନୀ ରାୟ ଅବଶେଷରେ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗଦେଇଛନ୍ତି। ଗତ କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ ଇରାନୀ। ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଇରାନୀ। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ବିଧାୟକ ଅରୁଣ ସାହୁଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି। ବିଜେଡିରେ ଯୋଗ ଦେବା ପରେ ଇରାନୀ ରାୟ କହିଛନ୍ତି, ନୟାଗଡ଼ରେ ବିଜେପି ପାଇଁ ଅନେକ କିଛି କରିଛି। ହେଲେ ମୋ ପରିଶ୍ରମ ଓ ତ୍ୟାଗର ସମ୍ମାନ ମତେ ମିଳିନି। ମୋ ସହିତ ଅନ୍ୟାୟ ହୋଇଛି।

Share Now:

Kalinga News Beuro

Next Post

ନବୀନ ନିବାସରେ ୩ ଲୋକସଭା କ୍ଷେତ୍ର ପାଇଁ ସମୀକ୍ଷା : ନିଷ୍ପତ୍ତି ନେବେ ବିଜେଡି ସୁପ୍ରିମୋ

Sun Mar 24 , 2024
ଭୁବନେଶ୍ୱର : ନବୀନ ନିବାସରେ ଆଜି ସମ୍ବଲପୁର, ସୁନ୍ଦରଗଡ଼ ଓ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ସମୀକ୍ଷା ହୋଇଛି। କେଉଁ ଆସନରେ କିଏ ପ୍ରାର୍ଥୀ ହେବେ ସେନେଇ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେବେ। ପ୍ରଥମେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଛି। ବୈଠକ ପରେ ବିଧାୟକ ରୋହିତ ପୂଜାରୀ କହିଛନ୍ତି ୭ଟି ବିଧାନସଭା ସହ ଲୋକସଭା ଆସନ ପାଇଁ ମଧ୍ୟ ଆଲୋଚନା ହୋଇଛି। ଲୋକସଭାରୁ କିଏ ଲଢ଼ିବେ ସେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial