ରାମନବମୀରେ ଶୋଭାଯାତ୍ରା ବେଳେ ଦୁର୍ଘଟଣା : ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ରାମନବମୀରେ ଶୋଭାଯାତ୍ରା ବେଳେ ଦୁର୍ଘଟଣା

ସୁନ୍ଦରଗଡ଼: ପବିତ୍ର ରାମନବମୀ ଅବସରରେ ଆୟୋଜିତ ବାଇକ ଶୋଭାଯାତ୍ରାରେ ଅଘଟଣ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ତୁମୁଳିଆ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ସବଡେଗା ଅଞ୍ଚଳର ବାସ୍ତବ ମାଝୀ (୧୭) ଓ ଅଭିମନ୍ୟୁ ବାଆ(୧୮)।
ସୂଚନା ଅନୁସାରେ ରାମନବମୀ ଅବସରରେ ଆଜି ବାଲିଶଙ୍କରା ଠାରୁ ସବଡେଗା ଅଭିମୁଖେ ଏକ ବାଇକ୍‌ ଶୋଭାଯାତ୍ରା ବାହାରିଥିଲା। ରାଲିରେ ଥିବା ଯୁବକମାନଙ୍କ ମଧ୍ୟରୁ ବାସ୍ତବ ଓ ଅଭିମନ୍ୟୁ ତଳସରା ଥାନା ତୁମୁଲିଆ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବାଇକ୍‌ ଆରୋହୀମାନେ ଟ୍ରଲର ସହିତ ଧକ୍କା ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଛି। ଏହି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି। ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

Share Now:

Kalinga News Beuro

Next Post

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର : ନକ୍ସଲ ଘଟାଇଥାନ୍ତେ ବଡ଼ଧରଣର ଅଘଟଣ

Wed Apr 17 , 2024
ମାଲକାନଗିରି: ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଛତିଶଗଡ଼ ପୁଲିସକୁ ବଡ଼ଧରଣର ସଫଳତା ମିଳିଛି। ନକ୍ସଲମାନେ ଏକ ବଡ଼ଧରଣର ଅଘଟଣ ଘଟାଇବା ପାଇଁ କେନ୍ଦ୍ରୀୟ କମିଟି ସହ ଏହି ଅଞ୍ଚଳର ଟପ୍ ମାଓନେତା ସାମିଲ ହୋଇ ବୈଠକ କରୁଥିଲେ। କାଂକେର ଜିଲ୍ଲାର ଛୋଟିବେଠିଆ ଥାନା ଅନ୍ତର୍ଗତ ହାପାଟୋଲା ଜଂଗଲରେ ହେଉଥିବା ବୈଠକ ସଂପର୍କରେ କାଂକେର ପୁଲିସକୁ ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଚଢାଉ କରିଥିଲା। ଏହି ଅପରେସନରେ ୨୯ ମାଓବାଦୀଙ୍କ ମୃତଦେହ […]
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial