ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ମହେଶ ବାବୁ, ଜୁନିୟର ଏନଟିଆର ଏବଂ ଚିରଞ୍ଜୀବୀଙ୍କ ପରେ ସୁପରଷ୍ଟାର ପ୍ରଭାସ ହାଇଦ୍ରାବାଦରେ ହୋଇଥିବା ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ବନ୍ୟା ପ୍ରପୀଡିତଙ୍କ ପାଇଁ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧.୫ କୋଟି ଟଙ୍କା ଦାନ କରିଛନ୍ତି। ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନିର୍ମାତା ବି.ଏ ରାଜୁ ଘୋଷଣା କରିଛନ୍ତି ଯେ, ହାଇଦ୍ରାବାଦର ବନ୍ୟା ପ୍ରପୀଡ଼ିତଙ୍କୁ ପ୍ରଭାସ ୧.୫ […]

କୋଲକତାରେ ଆରମ୍ଭ ହେଲା ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟ୍ରେନ୍ ସେବା କୋଲକାତା: କେନ୍ଦ୍ରସରକାର କୋଲକତାଠାରେ ବିଶ୍ୱସ୍ତରୀୟ ସୁବିଧା ଥିବା ଫୁଲବାଗାନ ଅଣ୍ଡର ୱାଟର ମେଟ୍ରୋ ଷ୍ଟେସନକୁ ସର୍ବସାଧାରଣଙ୍କୁ ଦୁର୍ଗାପୂଜା ଭେଟି ଦେଇଛନ୍ତି। ଚଳିତ ମାସରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କୋଲକତା ପୂର୍ବ-ପଶ୍ଚିମ କରିଡର ଫୁଲବାଗାନ ମେଟ୍ରୋ ଷ୍ଟେସନର ଉଦଘାଟନ କରିଥିଲେ। ଏହି କରିଡରର ଲମ୍ବ ୧୬.୬ କିଲୋମିଟର ରହିଛି। ହୁଗୁଳି ନଦୀର ପଶ୍ଚିମ କୂଳରୁ ହାଓଡାର ପୂର୍ବ […]

ନୂଆଦିଲ୍ଲୀ : ଲଦାଖରେ ଭାରତ ଓ ଚୀନ ସେନା ଗତ ପ୍ରାୟ ୬ ମାସ ହେଲା ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଆଜି ଭାରତୀୟ ସେନା ଜଣେ ଚୀନ ସୈନିକକୁ ଗିରଫ କରିଛି ଉକ୍ତ ସୈନିକ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ୬ଷ୍ଠ ମୋଟରାଇଜଡ୍ ଇନଫାଣ୍ଟ୍ରି ଡିଭିଜନର ସଦସ୍ୟ ବୋଲି ଜଣାପଡ଼ିଛି। ଭାରତୀୟ ସେନା ସୁତ୍ରରୁ ଜଣାପଡିଛି ଯେ ଉକ୍ତ ଚୀନ ସୈନିକକୁ ଲଦାଖର ଡେମଚୋକ୍ ଅଂଚଳରୁ ଗିରଫ କରାଯାଇଛି। […]

ନୂଆଦିଲ୍ଲୀ: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତୀୟ ନୌସେନାର ଏକ ‘ଷ୍ଟିଲ୍‌ଥ୍ ଡେଷ୍ଟ୍ରୟର୍‌’ ବା ରାଡାର୍‌ରେ ଧରାପଡୁ ନ ଥିବା ‌ଯୁଦ୍ଧପୋତରୁ ରବିବାର ଦିନ ‘ସୁପର୍‌ସୋନିକ୍ କ୍ରୁଜ୍ ମିସାଇଲ୍‌ ବ୍ରହ୍ମୋସ୍‌’ର ସଫଳ ବ୍ୟବହାରିକ ପରୀକ୍ଷା କରାଯାଇଛି ବୋଲି ଏକ ବିବୃତିରେ ‘ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍’ (ଡିଆର୍‌ଡିଓ) କହିଛି। ଆରବ ସାଗରରେ ଥିବା ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ଚେନ୍ନାଇ’ରୁ ନିକ୍ଷେପ କରାଯାଇଥିବା ଏହି କ୍ଷେପଣାସ୍ତ୍ରଟି ଉଚ୍ଚମାନର ତଥା ଅତ୍ୟନ୍ତ ଜଟିଳ ବୁଲାଣି […]

ନୂଆଦିଲ୍ଲୀ : ଚୀନର ପ୍ରଭାବକୁ ହ୍ରାସ କରିବାକୁ ଭାରତ ନିଜର ପଡ଼ୋଶୀ ଦେଶ ମିଆଁମାର ସେନାକୁ ଶକ୍ତିଶାଳୀ କରିବାକୁ ପଦକ୍ଷେପ ନେବା ଆରମ୍ଭ କରିଛି। ମିଆଁମାର ନୌସେନାକୁ ଭାରତ ପକ୍ଷରୁ ଏକ କିଲୋ କ୍ଲାସ ବୁଡ଼ାଜାହାଜ ଆଇଏନଏସ୍‌ ସିନ୍ଧୁବୀର ପ୍ରଦାନ କରାଯିବ। ଏସମ୍ପର୍କରେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଭାରତ ମହାସାଗରରେ ଚୀନର ଗତିବିଧି ବଢୁଥିବାରୁ ଏହି ବୁଡ଼ାଜାହାଜର ଉପଯୋଗ କରି ମିଆଁମାର ନିଜର ଉପକୂଳର […]

ମୁମ୍ବାଇ: ମଙ୍ଗଳବାର ସନ୍ଧ୍ୟାରେ ନାସିକରେ ଜଣେ ଏନସିପି ନେତା ଜୀବନ୍ତ ଦଗ୍ଧ ହୋଇଥିବା ଖବର ମିଳିଛି। ଏନସିପି ନେତା ସଞ୍ଜୟ ସିନ୍ଦେ ମୁମ୍ବାଇ-ଆଗ୍ରା ରାଜପଥରେ ଯାତ୍ରା କରୁଥିବା ବେଳେ ପିମ୍ପଲଗାଓଁ ବସୱନ୍ତ ଟୋଲ ପ୍ଲାଜା ନିକଟରେ ତାଙ୍କ କାରରେ ସର୍ଟସର୍କିଟ ହୋଇ ନିଆଁ ଲାଗି ଯାଇଥିଲା। ମଦ ଶିଳ୍ପ ପାଇଁ ପ୍ରସିଦ୍ଧ ନାସିକ୍ ଜିଲ୍ଲାର ଜଣେ ଅଙ୍ଗୁର ରପ୍ତାନିକାରୀ ସିନ୍ଦେ ତାଙ୍କ ବଗିଚା ପାଇଁ କୀଟନାଶକ କିଣିବାକୁ ପିମ୍ପଲଗାଓଁ ଅଭିମୁଖେ […]

ନୂଆଦିଲ୍ଲୀ: ବୁଧବାର ଦିନ ଭାରତୀୟ ସେନା ଜମ୍ମୁ ଓ କଶ୍ମୀରର କୁପ୍‌ୱାରା ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନ ସେନା ‘ବର୍ଡର୍‌ ଆକ୍ସନ୍ ଟିମ୍‌’ର (ବ୍ୟାଟ୍‌) ଅନୁପ୍ରବେଶ ଭଳି ସନ୍ଦିଗ୍ଧ କାର୍ଯ୍ୟକଳାପକୁ ବିଫଳ କରିଛି। ଭାରତୀୟ ସେନାର ଚିନାର୍ କର୍ପସ୍ କହିଛି ଯେ, ଆଜି ପ୍ରତ୍ୟୁଷରେ କୁପ୍‌ୱାରା ଜିଲ୍ଲା ଟଙ୍ଗଧର ଗାଁ’ରେ ଏକ ସନ୍ଦିଗ୍ଧ କାର୍ଯ୍ୟକଳାପ ଦୃଷ୍ଟିରେ ପଡ଼ିଥିଲା। ଏ ସଂକ୍ରାନ୍ତରେ ଚିନାର କର୍ପସ୍‌ ଟୁଇଟ୍ କରି ଲେଖିଛି, […]

ଚେନ୍ନାଇ: ଜଣେ ବ୍ୟକ୍ତିଙ୍କୁ ‘ମୃତ’ ବୋଲି ଭାବି ତାଙ୍କ ସମ୍ପର୍କୀୟମାନେ ତାଙ୍କ ଶରୀରକୁ ରାତିସାରା ଏକ ଫ୍ରିଜ୍‌ର ବାକ୍ସରେ ରଖିଥିବା ବେଳେ ପରଦିନ ସଂପୃକ୍ତ ବ୍ୟକ୍ତିଙ୍କୁ ଜୀବିତାବସ୍ଥାରେ ପୁଲିସ୍‌ ଫ୍ରିଜର ମଧ୍ୟରୁ ଉଦ୍ଧାର କରିବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ୍‌ ସୂତ୍ରରୁ ହ ସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ତାମିଲନାଡୁ ସାଲେମ ଜିଲ୍ଲା କାନ୍ଧମପଟ୍ଟିର ୭୪ ବର୍ଷ ବୟସ୍କ ବାଲାସୁବ୍ରମଣ୍ୟମ କୁମାରଙ୍କର ପରଲୋକ […]

ନୂଆଦିଲ୍ଲୀ: ଦେଶରେ ବେରୋଜଗାରଙ୍କ ବାସ୍ତବ ସଂଖ୍ୟା ଖୋଜି ବାହାର କରିବା ଲାଗି କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏହି ବିଶେଷଜ୍ଞ କମିଟିରେ ଅଧ୍ୟକ୍ଷତା କରିବେ କୋଲ୍‌କାତା ବିଶ୍ବବିଦ୍ୟାଳୟର ପ୍ରଫେସର ଏସ୍‌. ପି. ମୁଖାର୍ଜୀ। ଏହି କମିଟିରେ ଅର୍ଥଶାସ୍ତ୍ରୀ ଓ ପରିସଂଖ୍ୟାନବିତ୍‌ ମଧ୍ୟ ରହିବେ। ଏହି ବିଶେଷଜ୍ଞ କମିଟିର ସର୍ଭେ ରିପୋର୍ଟ ଅନୁସାରେ ରୋଜଗାରର ନୂଆ ଯୋଜନା ପ୍ରସ୍ତୁତି କରାଯାଇ ତାହାକୁ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ […]

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ରେଳ ନେଟୱାର୍କର ନବୀକରଣ ପାଇଁ ଚିନ୍ତା କରୁଛି। ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ଅନୁଯାୟୀ ଦୂର ସ୍ଥାନକୁ ଯାତ୍ରା କରୁଥିବା ମେଲ୍ ଓ ଏକ୍ସପ୍ରେସ ଟ୍ରେନରୁ ସ୍ଲିପର କୋଚକୁ ସଂପୂର୍ଣ୍ଣଭାବେ ହଟାଇ ଦିଆଯିବ। ଅର୍ଥାତ୍ ଏହି ‌ଟ୍ରେନଗୁଡ଼ିକରେ କେବଳ ଏସି କୋଚ୍ ହିଁ ରହିବ। ଏହି ଟ୍ରେନର ବେଗ ଘଣ୍ଟା ପ୍ରତି ୧୩୦/୧୬୦ କିମି ରହିବ। କାରଣ ମେଲ ଓ ଏକ୍ସପ୍ରେସ ଟ୍ରେନରେ ୧୩୦ କିମି ପ୍ରତି […]

Social media & sharing icons powered by UltimatelySocial