ଭୁବନେଶ୍ୱର: ଗୋପାଳପୁର ବିଧାୟକ ଠକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ମିଳିଲା ଜାମିନ। ଗୋଳନ୍ଥରା ଥାନା ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପ୍ରଦୀପଙ୍କ ବିରୋଧରେ ମୋଟ୍ ୬ଟି ମାମଲା ଥିବାବେଳେ […]

ତୁଷୁରା: ଦେଓଗାଁରେ ତୁଷୁରା ତହସିଲଦାରଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ ଦାବିରେ ତୁଷୁରା ତହସିଲ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। କର୍ମଚାରୀମାନେ ତହସିଲ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିଛନ୍ତି। ଯେଉଁ ପର୍ଯ୍ୟନ୍ତ ଉକ୍ତ ଯୁବକକୁ ଗିରଫ କରାନଯାଇଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ସୂଚନା ମୁତାବକ ଗତ ଦୁଇ ଦିନ ତଳେ ଦେଓଗାଁ ପ୍ୟାକ୍ସରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ଚାଷୀମାନେ ରାସ୍ତାରୋକ କରିଥିଲେ। […]

ମହାନଦୀବିହାର: ବିଦ୍ୟାଧରପୁର ତେଲିସାହି ନିକଟରେ ଡକାୟତି ଯୋଜନା ବେଳେ ଚାଉଳିଆଗଞ୍ଜ ପୁଲିସ ଚଢ଼ଉ କରି ୫ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଥିବା ବେଳେ ଆଉ ୨ଜଣ ଖସି ପଳାଇଛନ୍ତି। ଧରାପଡ଼ିଥିବା ଡ଼କାୟତଙ୍କ ନିକଟରୁ ବନ୍ଧୁକ ଓ ଅନ୍ୟ ମାରାଣାସ୍ତ୍ର ଜବତ କରାଯାଇଛି। ସୂଚନ ଅନୁଯାୟୀ, ବିଦ୍ୟାଧରପୁର ଦୋଳମଣ୍ଡପ ସାହିର ମିଲନ ଓରଫ ବିଶ୍ୱଜିତ ମହାରଣା(୨୩), ପୋତପୋଖରୀ ଅଞ୍ଚଳର ଗେଡ଼ା ଓରଫ ସୁଧୀର ଦାସ(୨୧), ଚାଉଳିଆଗଞ୍ଜ ଗୋପବନ୍ଧୁ ନଗରର ବାବୁ ଓରଫ […]

ଲକ୍ଷାଧିକ ଟଙ୍କା, ମୋବାଇଲ୍‌ ଓ ଗାଡ଼ି ଜବତ ମହାନଦୀବିହାର: ଫିଲ୍ମ ଦେଖି ହୋଇଥିଲା ଲୁଟ୍‌ର ମାଷ୍ଟର୍‌ପ୍ଲାନ୍‌। କିଛିଦିନ ପୂର୍ବରୁ ଅନ୍‌ଲାଇନ୍‌ ଠକେଇ ଉପରେ ଆସିଥିବା ଫିଲ୍ମ ଜମ୍‌ତରା ଫିଲ୍ମ ଦେଖି ଲୋକଙ୍କୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଠକିଥିବା ଓ ବୀମା କମ୍ପାନି, ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ନେଇଥିଲେ ସାଇବର୍ ଠକ। ଏଭଳି ଠକଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ଥାନା ପୁଲିସ୍। ସେମାନଙ୍କଠାରୁ ନଗଦ […]

ଚନ୍ଦାହାଣ୍ଡି : ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଜୈନେକା ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ରେ ଚନ୍ଦାହାଣ୍ଡି ପୁଲିସ ବାଟପଡା ଗ୍ରାମର ନୃସିଂହ ନାୟକ(୨୪)କୁ ଗିରଫ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ବାଟପଡା ଗ୍ରାମର ନୃସିଂହ ନାୟକ ଆଜକୁ ତିନି ବର୍ଷ ହେବ ଜୈନେକା ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଗତ ୪ ତାରିଖ ସକାଳ ଭୋର […]

ବନ୍ଧୁକ ମୁନରେ ଡରାଇ ରଖିଥିଲା ସ୍ବାମୀ ପୁରୁଣା ଭୁବନେଶ୍ବର : ସ୍ବାମୀଙ୍କ ନିର୍ଯାତନା ଅସହ୍ୟ ହେବା ଓ ଖଣ୍ଡଗିରି ଥାନା ତାଙ୍କ ଅଭିଯୋଗ ନଶୁଣିବା ପ୍ରତିବାଦରେ ବୁଧବାର ଜଣେ ମହିଳା ନବୀନ ନିବାସ ସମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ସେ ହେଲେ ଖଣ୍ଡଗିରି ଥାନା ବାହାଦଲପୁରସ୍ଥିତ ଶ୍ରାବଣୀ ଆପାର୍ଟମେଣ୍ଟରେ ରହୁଥିବା ଲୋପାମୁଦ୍ରା ପାତ୍ର(୨୪)। ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ଏୟାରଫିଲ୍‌ଡ ଥାନାକୁ ହସ୍ତାନ୍ତର କରିବା ପରେ ତାଙ୍କୁ ପୁଣି […]

ବିଏମ୍‌ସି କାର୍ଯ୍ୟାଳୟରେ ମଧ୍ୟ ମାଳମାଳ ଦଲାଲ୍‌ ଚନ୍ଦ୍ରଶେଖରପୁର: କରୋନା ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ବାହାନାରେ ଆଜି ଜଣେ ଠକ ମୃତକଙ୍କ ସମ୍ପର୍କୀୟଙ୍କଠାରୁ ୧ ହଜାର ଟଙ୍କା ନେଇ ଛୁ’ ମାରିଛି। ଠକାମିର ଶିକାର ହୋଇଥିବା ଯୁବକ ହେଲେ ଜଗତସିଂହପୁରର ଜ୍ଞାନପ୍ରସାଦ ମହାନ୍ତି। ଠକକୁ ନପାଇ ଜ୍ଞାନପ୍ରସାଦ ପୁଲିସରେ ଅଭିଯୋଗ କରିବା‌ ପ‌ରେ ବି ତା’ର ସନ୍ଧାନ ନମିଳିବାରୁ କାନମୁଣ୍ଡା ଆଉଁସି ଘରକୁ ଫେରିଛନ୍ତି। ଜ୍ଞାନପ୍ରସାଦଙ୍କର ଦାଦା ଡମଣାସ୍ଥିତ ଏକ […]

ସୋ’ ରୁମ୍ ଖୋଲି ଅଧା ଦାମ୍‌ରେ ବିକୁଥିଲେ, ରାକେଟର ପର୍ଦ୍ଦାଫାସ୍ କଲା ସ୍ପେସାଲ ସ୍କ୍ବାଡ୍ ଭୁବନେଶ୍ବର: ସୋନି ବ୍ରାଣ୍ଡର ୩୨ଇଞ୍ଚ ଏଲଇଡି ଟିଭିର ଦାମ୍ ମାତ୍ର ୧୫ ହଜାର। ଆଉ ୪୮ଇଞ୍ଚ ଟିଭିର ଦାମ୍ ମାତ୍ର ୧୯ ହଜାର। ଏହି ବ୍ରାଣ୍ଡର ପ୍ରକୃତ ମୂଲ୍ୟଠାରୁ କାହିଁ କେତେ ଗୁଣା କମ୍। ଖୋଳ, ଲୋଗୋ ସବୁ ଅସଲି ଭଳି ଦେଖାଯାଉଥିବା ଟିଭି କିନ୍ତୁ ନକଲି। ଅସଲି ବ୍ରାଣ୍ଡ ନାଁରେ ନକଲି ଟିଭି […]

ପାନୀପତ: ବାଡ଼ ଯଦି ଫସଲ ଖାଏ, କଥା ଆପଣ ଶୁଣିଥିବେ। ଏବେ ଚୋରି ଅଭିଯୋଗରେ ଜଣେ ପୁଲିସ କର୍ମଚାରୀ ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ପଞ୍ଜାବର ପାନୀପତରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ପୁଲିସ ପେଟ୍ରୋଲିଙ୍ଗ ବାଇକର ଟାୟାର ଚୋରି ହୋଇଯାଇଥିବାର ଅଭିଯୋଗ ହୋଇଥିଲା। ଥାନା ଆଗରେ ପେଟ୍ରୋଲିଙ୍ଗ ଗାଡି ଥିଲେ ବି କେମିତି ଚୋରି ହୋଇଥିଲା ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ […]

ମାଲକାନଗିରି : ମାଲକାନଗିରିର ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ପୁଲିସକୁ ମିଳିଛି ବଡ଼ ସଫଳତା। ପୁଲିସ ନକ୍ସଲ ଗୁଳିବିନିମୟରେ ଜଣେ ମହିଳା ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଦନ୍ତେଵାଡା ଜିଲ୍ଲା ପୁଲିସ,ଡିଆରଜି ଯବାନ ଗୁମଲନାର ଜଙ୍ଗଲରେ ଚଡାଉ କରିଥିଲେ। ଏଠାରେ ପୂର୍ବରୁ ମାଓବାଦୀମାନେ କ୍ୟାମ୍ପ କରି ରହିଥିଲେ। ପୁଲିସକୁ ଦେଖି ମାଓବାଦୀମାନେ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ନିଜକୁ ସୁରକ୍ଷିତ କରି ପାଲଟା […]

Social media & sharing icons powered by UltimatelySocial