୨ ଲକ୍ଷରେ ବିକ୍ରି ପାଇଁ ହୋଇଥିଲା ଡିଲ୍‌, ନିଦରେ ଶୋଇଛି ବନ ବିଭାଗ ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ସୁରକ୍ଷିତ ନୁହନ୍ତି ବନ୍ୟଜନ୍ତୁ। ବିଶେଷକରି କଲରାପତରିଆଙ୍କ କାଳ ପାଲଟଛନ୍ତି ଶିକାରୀ, ମାଫିଆ। ଦେଶ, ବିଦେଶରେ ବାଘ ଛାଲର ଚାହିଦା ଯଥେଷ୍ଟ ଥିବାରୁ ରକ୍ତମୁଖା ହୋଇପଡ଼ିଛନ୍ତି ଶିକାରୀ। ଲକ୍ଷାଧିକ ଟଙ୍କାରେ ଚାଲାଣ କରୁଛନ୍ତି ମାଫିଆ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ବୌଦ୍ଧ ମନମୁଣ୍ଡାରେ ଚଢ଼ଉ କରି ଜଣଙ୍କୁ ଗିରଫ କରିବା ସହ ଗୋଟିଏ କଲରାପତରିଆ ବାଘଛାଲ […]

ବନ୍ଧୁକ, ଗୁଳି, ବାଇକ୍‌ ଜବତ, ଆନନ୍ଦ ସ୍ପୋର୍ଟସ୍‌ ମାଲିକଙ୍କୁ ଧମକ ମାମଲାରେ ଫେରାର ଥିଲା କଟକ/ମହାନଦୀବିହାର: ଗ୍ୟାଙ୍ଗଷ୍ଟର‌ ସକିଲର ପ୍ରମୁଖ ସହଯୋଗୀ ସେକ୍‌ ବାବୁ ଓରଫ ବରେନ୍‌ ବାବୁ ଦ୍ବିତୀୟ ଥର ପୁଲିସ୍‌ ଏନକାଉଣ୍ଟର‌ର ଶିକାର ହୋଇଛି। ଚନ୍ଦକାରୁ ବାରଙ୍ଗ ଆଡ଼କୁ ଏକ ସ୍କୁଟିରେ ଆସୁଥିବା ବେଳେ ଦରଘାବଜାର ଥାନା ପୁଲିସ ଓ ସ୍ପେସାଲ ସ୍କ୍ବାଡ୍‌ ମିଳିତ ଚଢ଼ଉ କରି ତାକୁ କାବୁ କରିବାକୁ ଉଦ୍ୟମ କରିଥିଲେ। ସେ କିନ୍ତୁ […]

ମାଲକାନଗିରି ଜିଲ୍ଲାର ୩ ପୋଷ୍ଟ ଅଫିସରୁ ଆସିଛି ଅଭିଯୋଗ ମାଲକାନଗିରି: ସଞ୍ଚୟ ପାଇଁ ସବୁଠାରୁ ଭରସା ଯୋଗ୍ୟ ସଂସ୍ଥା ପୋଷ୍ଟ ଅଫିସ। ଏଥିପାଇଁ ଗ୍ରାମାଞ୍ଚଳ ଲୋକେ ପୋଷ୍ଟ ଅଫିସ ଉପରେ ବେଶୀ ନିର୍ଭରଶୀଳ। ଏଭଳି କ୍ଷେତ୍ରରେ ବର୍ଷ ବର୍ଷ ଧରି ଟଙ୍କା ଜମା କରିଥିବା ଜମାକାରୀଙ୍କ ଖାତାରୁ ଗାଏବ ହୋଇଯାଇଛି ଟଙ୍କା। ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର ୩ଟି ପୋଷ୍ଟ ଅଫିସରୁ। ଗ୍ରାମାଞ୍ଚଳରେ କିଏ ମୂଲ ଲାଗି ତ […]

ଭୁବନେଶ୍ବର: ଆଜି ରାଜଧାନୀରେ ଧରା ପଡ଼ିଥିବା ଅଙ୍ଗାଡ଼ିଆ ଠକ ଗ୍ୟାଙ୍ଗ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଛି। ଉକ୍ତ ଗ୍ୟାଙ୍ଗ୍‌ରେ ସାମିଲ୍ ଥିବା ୩ ପୁଲିସ କର୍ମଚାରୀଙ୍କ ଗିରଫଦାରୀ କଥା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ମାମଲାରୁ ସ୍ପେଶାଲ୍‌ ସ୍କ୍ବାଡ୍‌ର ଜଣେ ଏସ୍‌ଆଇଙ୍କୁ ଖସାଇ ଦିଆଯାଇଥିବା ଘଟଣା ଉପରିସ୍ଥ ଅଧିକାରୀମାନଙ୍କୁ ଅଧିକ ଚର୍ଚ୍ଚାକୁ ଟାଣି ନେଇଛି। ଲୁଟେରା ଗ୍ୟାଙ୍ଗ୍‌ରେ ପୁଲିସ କର୍ମଚାରୀ ସାମିଲ୍ ହେବା ଭଳି କଳଙ୍କିତ ଘଟଣାରୁ […]

ଭୁବନେଶ୍ୱର: ହାଓ୍ୱଲା ସ୍କାମ୍ କାରବାର ବେଳେ ରାଜଧାନୀରୁ ଧରାପଡ଼ିଲା ୧ କୋଟିର ନଗଦ ଟଙ୍କା। କୋଟିଏକୁ ଦେଢ଼ କୋଟି କରିବାର ମୋହରେ ପଡ଼ି ଜଣେ ବ୍ୟବସାୟୀ ଏହି ସ୍କାମରେ ଫସିବା ପରେ ସାମ୍ନାକୁ ଆସିଛି ଠକେଇର ଏହି ନୂଆ ଫଣ୍ଡା। ଏନେଇ କମିଶନରେଟ୍ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ରାଜଧାନୀର ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ଏକ ଓୟୋ ରୁମରୁ ଜବତ ହୋଇଛି ପୁଳା ପୁଳା ଟଙ୍କା। ଲକ୍ଷେ […]

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁରେ ଅଭାବନୀୟ ଘଟଣା। ଏଠାରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମୃତକ ହେଉଛନ୍ତି ଡାବୁଗାଁ ଥାନା ଅନ୍ତର୍ଗତ ଡ଼ୁମରଅଡା ଗ୍ରାମର ପାର୍ବତୀ ଜାନୀ। ତାଙ୍କ ସ୍ୱାମୀ ନୀଳଧର ଜାନୀ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ନିଜେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛି l […]

ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତରେ ସର୍ବ ସମୁଖରେ ମହିଳା ସରପଞ୍ଚଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବାର ଖବର ମିଳିଛି। ସୂଚନା ମୁତାବକ ମହିଳା ସରପଞ୍ଚ ରେଣୁବାଳା ପଲେଇଙ୍କୁ କଙ୍କିଳି ଗାଁର ଗୋଟିଏ ପରିବାରର ୫ଝଣ ସଦସ୍ୟ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, କଙ୍କିଳି ଗାଁର ଲତାଙ୍ଗୀନ ସାହୁ, ତାଙ୍କ ସ୍ୱାମୀ ରଞ୍ଜନ କୁମାର ସାହୁ ଏବଂ ଦୁଇ ପୁଅ ଓ […]

ସମ୍ବଲପୁର : ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାୟ ଘଟଣା ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ସଂଜୀବ ମିତ୍ତଲଙ୍କ ଇସ୍ତଫା ଦାବି ତେଜିବାରେ ଲାଗିଛି। ଦୀନବନ୍ଧୁ ଦାୟୀ କରିଥିବା କୁଳପତି ଶ୍ରୀ ମିତ୍ତଲଙ୍କ ସହ ଛାତ୍ରାବାସ ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ ଏବଂ ପିଇଓ ଅବିନାଶ କରଙ୍କୁ ଗିରଫ କରିବାକୁ ମଧ୍ୟ ଦାବି ହୋଇଛି। ଅପରପକ୍ଷରେ ଗତକାଲି ମାମଲା ରୁଜୁ କରିଥିବା ବୁର୍ଲା ପୁଲିସ ଆଜି ଏହି ମାମଲାର ତଦନ୍ତ […]

ଘର ସହ ‌କଥା ହେବାକୁ ଦିଆ ଯାଉନି ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଗୋଟିଏ କୋଠାରେ ପ୍ରାୟ ୬୦ ଜଣ ଯୁବତୀଙ୍କୁ ତାଲା ବନ୍ଦ କରି ରଖାଯାଇଛି। ନା’ ବାହାରକୁ ଯିବାକୁ ଅନୁମତି ଅଛି, ନା ଘର ସହ କଥା ହେବାକୁ ଦିଆଯାଉଛି। ଚାକିରି ଦେବା ନାଁରେ ଏହି ଯୁବତୀ ମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଡକା ହୋଇ ଅଣା ହୋଇଛି। ତେବେ ଏତେ ସଂଖ୍ୟାରେ […]

ଏସ୍‌ସିବିରେ ଆଟେଣ୍ତାଣ୍ଟ ଥିଲେ ୨ ଗାର୍ଲଫ୍ରେଣ୍ତ କଟକ : ୫୭ ବର୍ଷୀୟ ଗ୍ୟାଙ୍ଗଷ୍ଟର‌ ହାଇଦର‌ର ଜଣେ ନୁହେଁ, ତିନିଜଣ ଗାର୍ଲଫ୍ରେଣ୍ତ। ସମ୍ବଲପୁର ଜେଲ୍‌ରେ ଥିବା ବେଳେ ସେମାନଙ୍କ ସହିତ ନିୟମିତ ମୋବାଇଲ୍‌ରେ କଥା ହେଉଥିଲା ହାଇଦର‌‌। ବାଲେଶ୍ବରର ଅର୍ଚ୍ଚନା ପରିଡ଼ାକୁ ଭୁବନେଶ୍ବରରେ ଡାଟା ଏଣ୍ଟ୍ରି ଚାକିରି ଦେବାକୁ କହି ହାଇଦର‌ ଗ୍ୟାଙ୍ଗ୍‌ରେ ମିଶାଯାଇଥିଲା। ଏହା ପୂର୍ବରୁ ସେ ଆଲବମ୍‌ରେ ମଧ୍ୟ ଅଭିନୟ କରୁଥିବା କୁହାଯାଉଛି। ଅର୍ଚ୍ଚନା ସମେତ ବନିତା ରାଉତ […]

Social media & sharing icons powered by UltimatelySocial