ଭୁବନେଶ୍ୱର: ଚଳଚଞ୍ଚଳ ହୋଇପଡ଼ିଛି ସହରର ସମସ୍ତ ଶିଳ୍ପାନୁଷ୍ଠାନ, ଶିଳ୍ପାଞ୍ଚଳ ଓ ବୈଷୟିକ ଶିକ୍ଷାନୁଷ୍ଠାନ। ଆଜି ଧରାବତରଣ କରୁଛନ୍ତି ଦେବଶିଳ୍ପୀ ବିଶ୍ବକର୍ମା। ବର୍ଷତମାମ ଯେଉଁ ମେସିନ୍‌ ଆମ ଶ୍ରମକୁ ଲାଘବ କରିଛି, ବର୍ଷ ବର୍ଷ ଧରି ଯେଉଁ କାରଖାନା ଆମକୁ ରୋଜଗାର ତଥା ସାମଗ୍ରୀ ଯୋଗାଇଛି; ସେଗୁଡ଼ିକୁ ବିରାମ ଦେଇ କୃତଜ୍ଞତା ଜଣାଯିବ। ସିନ୍ଦୂର, ଚନ୍ଦନ ସହ ଧୂପଦୀପରେ ପୂଜାର୍ଚ୍ଚନା କରାଯିବ ଦେବଶିଳ୍ପୀଙ୍କ ସହ ସମସ୍ତ ମେସିନ, କଳ ଓ ପ୍ରତିଟି […]

ଇସଲାମାବାଦ : ପାକିସ୍ତାନରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର, ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ସାରା ବିଶ୍ବରେ ଭଗବାନ ଶ୍ରୀକୃଷ୍ଣଙ୍କ ଧରାବତରଣ ପାଳନ କରାଯାଉଥିବାବେଳେ ପାକିସ୍ତାନର ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଇଛି। ପାକିସ୍ତାନର ସିନ୍ଧ ପ୍ରଦେଶସ୍ଥିତ ଖିପ୍ରୋଠାରେ ହିନ୍ଦୁମାନେ ଏକ ମନ୍ଦିରରେ ଜନ୍ମାଷ୍ଠମୀ ପାଳନ କରୁଥିବାବେଳେ କିଛି ସ୍ଥାନୀୟ ଲୋକ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେମାନେ ମନ୍ଦିରର ଶ୍ରୀବିଗ୍ରହ […]

ଭୁବନେଶ୍ବର: ପୁରୀ ଜିଲ୍ଲା ବଳଙ୍ଗା ନିକଟରେ ପ୍ରବାହିତ ଭାର୍ଗବୀ ନଦୀ ଗର୍ଭରୁ ଠାବ ହୋଇଛି ଏକ ବହୁ ପୁରାତନ ମନ୍ଦିରର ଅବଶେଷ। ‘ରିଡିସ୍‌କଭର ଲଷ୍ଟ୍‌ ହେରିଟେଜ୍‌’ ସଂସ୍ଥାର ଏକ ଚାରି ଜଣିଆ ଐତିହ୍ୟ ଅନୁସନ୍ଧାନକାରୀ ଦଳ ଏହି ମନ୍ଦିରର ଧ୍ବଂସାବଶେଷର ପ୍ରାଥମିକ ସର୍ବେକ୍ଷଣ କରିଛନ୍ତି। ଭାର୍ଗବୀ ନଦୀ ଗର୍ଭରେ ଥିବା ପୁରାତନ ମନ୍ଦିରର ଅବଶେଷ ରତ୍ନଚିରା ନଦୀର ଉତ୍ପତ୍ତି ସ୍ଥଳରୁ ଏକ କିଲୋମିଟର ଦୂରରେ ଅବସ୍ଥିତ। ସ୍ଥାନୀୟ ବାସିନ୍ଦାଙ୍କ କହିବା […]

କଟକ: ଆସନ୍ତାକାଲି ଠାରୁ କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି। ସେ କହିଛନ୍ତି, ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ମା ଚର୍ଚିକା, ଭଟ୍ଟାରିକା ପୀଠ ଓ ବାବା ଧବଳେଶ୍ବରଙ୍କ ପୀଠ। କୋଭିଡି କଟକଣା ମଧ୍ୟରେ ଏ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ମନ୍ଦିର ଭିତରେ ସାମାଜିକ ଦୂରତା ବଜାୟ ରଖାଯିବାକୁ ଗୁରୁତ୍ବ ଦିଆଯିବ। ତେବେ କଟକ ମହାନଗରରେ ଥିବା ଧର୍ମାନୁଷ୍ଠାନ ଖୋଲିବା […]

ପାରଳାଖେମୁଣ୍ତି : ଗଜପତି ଜିଲ୍ଲା ପାରଳାଖେମୁଣ୍ତିର ଦୁଇଟି ଐତିହ୍ୟସ୍ଥଳୀ ପାରଳା ରାଜପ୍ରାସାଦ ଏବଂ ବସନ୍ତ ନିବାସ (ବୃନ୍ଦାବନ ପ୍ୟାଲେସ୍‌)ର ପୁନରୁଦ୍ଧାର ଦାବି ହୋଇଛି। ପ୍ରାୟ ୧୦୦ ବର୍ଷ ପୁରାତନ ଏହି ପ୍ରାସାଦଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବା ସହ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଧୀରେ ଧୀରେ ଏହା ନଷ୍ଟ ହେବାକୁ ବସିଲାଣି। ଏହାର ଭିତ୍ତିଭୂମି ମଧ୍ୟ ଅତ୍ୟନ୍ତ ଦୁର୍ବଳ ହୋଇଗଲାଣି। ରାଜପ୍ରାସାଦ ବାମପାର୍ଶ୍ବ ପ୍ରଥମ ମହଲାରେ ଅନେକ ବର୍ଷ ଧରି […]

ଭୁବନେଶ୍ବର: ଐତିହ୍ୟ ନଗରୀ ଭୁବନେଶ୍ବରରେ ରହିଛି ପ୍ରାଚୀନ ଗାଥା ବହନ କରୁଥିବା ପଞ୍ଚୁପାଣ୍ଡବ ଗୁମ୍ଫା। ବଡ଼ଗଡ଼ ବ୍ରିଟ୍ କଲୋନି ସ୍ଥିତ ଏହି ଗୁମ୍ଫା ପଞ୍ଚମ-ଷଷ୍ଠ ଶତାବ୍ଦୀରେ ନିର୍ମିତ ବୋଲି କୁହାଯାଏ। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଏହାକୁ ଏକ ଐତିହ୍ୟସ୍ଥଳର ମାନ୍ୟତା ଦେଇଛି। ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଏହି ଗୁମ୍ଫାର ନାମ ସାମିଲ୍ ହୋଇରହିଛି। ମାତ୍ର ପରିତାପର କଥା ଏହି ଐତିହ୍ୟ ଏବେ ଅଲୋଡ଼ା ହୋଇ ପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ […]

ପୁରୀ: ଶ୍ରୀକ୍ଷେତ୍ରରେ ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଜାରି ରହିଛି। ଏହି ନୀତିରେ ସେବାୟତମାନେ ନିୟୋଜିତ ଅଛନ୍ତି। ଆଉ କିଛି ସମୟ ପରେ ଶ୍ରୀବିଗ୍ରହଙ୍କ ଠାରେ ଅଧରପଣା ଲାଗି ହେବ। ରଥାରୁଢ଼ ଦିଅଁଙ୍କୁ ଅଧରପଣା ଭୋଗ ଲାଗି କରାଯିବ। ଅଧର ଉଚ୍ଚା ତୁମ୍ବାକୃତି ମାଟିପାତ୍ରରେ ପଣା ଲାଗି ହେବ। ପ୍ରତି ରଥରେ ୩ଟି ଲେଖାଏଁ ହାଣ୍ଡିରେ ପଣା ଲାଗି ହେବ। ଭୋଗ ସରିଲା ପରେ ରଥ ଉପରେ ହାଣ୍ଡି […]

ପୁରୀ: ଶ୍ରୀଜିଉମାନେ ତିନି ରଥରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି। ସେବାୟତମାନଙ୍କର ଦ୍ୱାରା ଶ୍ରୀଜିଉମାନଙ୍କୁ ସୁନା ଅଳଙ୍କାରରେ ସଜାଯାଇଛି। ଶ୍ରୀଜିଉଙ୍କ ସୁନାବେଶ ପାଇଁ ରତ୍ନଭଣ୍ଡାରରୁ ଆଭୂଷଣ ଆସିଛି। କିରିଟି, ଶ୍ରୀପୟର, ଶ୍ରୀଭୂଜ, ଚନ୍ଦ୍ର-ସୂର୍ଯ୍ୟ, ଚକ୍ର ଆଦି ଆଭୂଷଣ ଆସିଛି। ମହାପ୍ରଭୁ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଭକ୍ତଙ୍କୁ ଦେଖିବାକୁ ସୁଯୋଗ ମିଳିଛି। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବଡ଼ଦାଣ୍ଡକୁ ମନା ଥିବାରୁ ଶ୍ରୀଜିଉଙ୍କ […]

ପୁରୀ: ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ମହାବାହୁ। ନଅ ଦିବସୀୟ ଯାତ୍ରା ଶେଷ କରି ଶ୍ରୀଜିଉମାନେ ଫେରିଛନ୍ତି। ବାହୁଡା ଯାତ୍ରା ସମୟରେ ପୁରୀରେ ବର୍ଷା ହୋଇଛି। ତିନି ରଥଙ୍କୁ ଆନନ୍ଦରେ ଟାଣି ନେଇଛନ୍ତି ସେବାୟତମାନେ। ଏହି ସମୟରେ ବଡଦାଣ୍ଡରେ କୋଭିଡ କଟକଣା ଜାରି ରହିଛି। ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଯଥାକ୍ରମେ ସିଂହଦ୍ୱାର ସମୁଖରେ ପହଞ୍ଚିଛି। ପ୍ରଥମେ ବଳଭଦ୍ର ତାଳଧ୍ୱଜରେ ସିଂହଦ୍ୱାର ସମୁଖରେ ପହଞ୍ଚିଥିଲେ। […]

ପୁରୀ : ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ। ଜନ୍ମବେଦିରେ ଏ ବର୍ଷର ଶେଷ ଦର୍ଶନ ଦେଇମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିବେ। ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ନୀତି […]

Social media & sharing icons powered by UltimatelySocial