ଭୁବନେଶ୍ୱର: କାର୍ଯ୍ୟକାଳ ଯେତିକି ପୂରି ପୂରି ଆସୁଛି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ସେତିକି ବିବାଦ‌କୁ ଆସୁଛି। ନିକଟ ଅତୀତରେ ୧ କୋଟି ୬୪ ଲକ୍ଷ ୪ ହଜାର ୮୨୮ ଟଙ୍କା ବିନିମୟରେ ଭିଡିଓ ୱାଲ୍‌ ଲଗାଇ ବିବାଦକୁ ଆସିଥିବା ବିଏସ୍‌ସିଏଲ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ବହୁତଳ କାର୍‌ ପାର୍କିଂରେ ପୂର୍ବରୁ ସିସିଟିଭି ଲାଗିଥିଲା। କିନ୍ତୁ କେତେକ ଜାଗା ସିସିଟିଭିରୁ ଦୂରରେ ରହିଥିବା ଓ ଲିଫ୍ଟ ଭିତରେ ଆବଶ୍ୟକ […]

ଭୁବନେଶ୍ୱର: ହିଟ୍ ଆଣ୍ଡ୍ ରନ୍ ମାମଲାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ରେ ରଖାଯାଇଥିବା ନୂଆ ବର୍ଦ୍ଧିତ ଦଣ୍ଡ ବ୍ୟବସ୍ଥା ବିରୋଧରେ ଟ୍ରକ୍ ଅପରେଟରମାନଙ୍କ ଧର୍ମଘଟ ଏବେ ଚର୍ଚ୍ଚାର ପ୍ରସଙ୍ଗ ରହିଛି। ନୂଆ ଆଇନ୍ ଅନୁସାରେ, ଦୁର୍ଘଟଣା ପରେ ସୂଚନା ନଦେଇ ପଳାୟନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୭ ଲକ୍ଷ ଟଙ୍କା ଜରିମାନା ହେବ। ଏହାପୂର୍ବରୁ, ଆଇପିସିର ଧାରା ୩୦୪ ଏ ଅନୁଯାୟୀ ଏହି ଦଣ୍ଡ ୨ […]

ଖଣ୍ଡଗିରି: କିଛି ମାସ ପୂର୍ବରୁ ଡୁମୁଡୁମାସ୍ଥିତ ସୁଦର୍ଶନ ଆପାର୍ଟମେଣ୍ଟରେ ଲୋକେ ପାଣି ଟୋପେ ପାଇଁ ଆଉଟୁପାଉଟୁ ହେଉଥିଲେ। ପାନୀୟ ଜଳ ଯୋଗାଣ ଦାବିରେ ବାରମ୍ବାର ରାସ୍ତାକୁ ଓହ୍ଲାଉଥିଲେ। ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି। ବର୍ଷା ନଥିବା ଶୁଖିଲା ପାଗରେ ମଧ୍ୟ ୨ ମାସ ହେଲା ସେଠାରେ ପାଣି କାରଣରୁ ରାସ୍ତାଘାଟରେ କାଦୁଅ ପଚପଚ ହେଉଛି। ଏହି ଆପାର୍ଟମେଣ୍ଟକୁ ଯାଇଥିବା ପାଣି ପାଇପ୍‌ ଗୋଟିଏ ସ୍ଥାନରେ ଫାଟି ଯାଇଥିବାରୁ ସେଠାରୁ […]

ସୋନପୁର: ସୋନପୁର ରେଞ୍ଜ ବ୍ରାହ୍ମଣୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ବ୍ରାହ୍ମଣୀ ଗାଁର ଯଦୁନାଥ ସୁନା (୭୦)। ସୂଚନା ଅନୁଯାୟୀ, ସୋମବାର ରାତିରେ ଯଦୁନାଥ ନିକଟସ୍ଥ ତେଲନଦୀକୁ ‌ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଦନ୍ତାଟି ଯଦୁନାଥଙ୍କ ଡାହାଣ ଗୋଡ଼କୁ ଦଳି ଦେଇଥିଲା। ବନକର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର […]

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁସ୍ଥିତ ଭୈରବ ଯୁକ୍ତ ତିନି ମହାବିଦ୍ୟାଳୟର ଦ୍ଵିତୀୟ ବର୍ଷ ଛାତ୍ର ଦୀପକ ଗଣ୍ଡଙ୍କର ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ପରେ ଆଜି ଉତ୍ତେଜନା ଦେଖାଯାଇଛି। ଛାତ୍ରଛାତ୍ରୀମାନେ କ୍ଷତିପୂରଣ ଦାବିରେ ନବରଙ୍ଗପୁର-ଉମରକୋଟ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଜିଲ୍ଲାର ଏହି ଦୁଇ ସହରକୁ ଯାତାୟତ ଠପ୍ ରହିଛି।ସୂଚନା ଅନୁସାରେ ଗତ ୩୧ ତାରିଖ ଦିନ ପୂର୍ବାହ୍ନ ୧୧ଟାରେ ନିଜର ଜଣେ ସାଙ୍ଗଙ୍କ ସହିତ ଦୀପକ ଗଣ୍ଡ […]

ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନିଶ୍ଚିନ୍ତକୋଇଲି: କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା କଳା ପୋଲ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଏହି ଦୁର୍ଘଟଣାରେ ୪୦ ଆହତ ଓ ୨୦ ଗୁରୁତର ଥିବା ଜଣାଯାଇଛି। ସେମାନଙ୍କୁ ଉଦ୍ଧାର କରାଯାଇଛି। ତେବେ ଏଯାଏ ମୃତକମାନଙ୍କର ପରିଚୟ ମିଳିପାରିନି। ଏଣେ କଟକ ଜିଲ୍ଲାପାଳ ନରହରି […]

ସମ୍ବଲପୁର: ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲରେ ବୋରୱେଲ ଭିତରୁ ଉଦ୍ଧାର ନବଜାତ ଶିଶୁକନ୍ୟାର ମା’ର ପରିଚୟ ମିଳିଛି। ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶିଶୁକନ୍ୟାର ମା’ ହେଉଛନ୍ତି ଜଣେ ଦିନ ମଜୁରିଆ ଓ ତାଙ୍କ ଘର ସ୍ଥାନୀୟ ଅଞ୍ଚଳରେ। ଶିଶୁକନ୍ୟା ଉଦ୍ଧାର ହେବାର ୩ ଦିନ ପରେ ପୁଲିସ ସଂପୃକ୍ତ ମହିଳାକଙ୍କୁ ଚିହ୍ନ ପାରିଥିଲା। ତାକୁ ଥାନାକୁ […]

ରାଜ୍ୟର ବିକାଶ ଇତିହାସରେ ଆଜି ଦିନଟି ସବୁବେଳେ ସ୍ୱତନ୍ତ୍ର ହୋଇ ରହିବ ଭୁବନେଶ୍ୱର: ପରିବହନ କ୍ଷେତ୍ରରେ ଆରମ୍ଭ ହେବ ନୂଆ ଯୁଗ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ରେଲ୍‌ର ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ବାରଙ୍ଗ ରତାଗଡଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଦିନଟି ରାଜ୍ୟର ବିକାଶ ଇତିହାସରେ ଏକ ସ୍ୱତନ୍ତ୍ର ଦିବସ ହୋଇ ରହିବ। […]

ଖୁଆଡ଼କୁ ଆସିଲେ ୱାଲାବି, କାସ୍‌ୱାରି ବାରଙ୍ଗ : ଆଜି ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ୧୪ଟି ବନ୍ୟପ୍ରାଣୀ ଶାବକଙ୍କ ନାମକରଣ କରାଯାଇଛି। ୨ଟି ହାତୀ ଶାକବ, ୬ ବାଘ ଓ ୬ ସିଂହ ଛୁଆ ଆଜିଠୁ ସେମାନଙ୍କ ନୂଆ ନାଁରେ ପରିଚିତ ହେବେ। ସାଧାରଣ ନାଲି ରଙ୍ଗର ବାଘୁଣୀ ଅଙ୍କିତା ଓ ନନ୍ଦନ ମିଳନରୁ ଜନ୍ମିତ ୪ ଶାବକଙ୍କ ମଧ୍ୟରୁ ୩ ମାଈ […]

ଭୁବନେଶ୍ୱର : ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନିଲ ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ବର ମାସ ୩୧ ତାରିଖରେ ସମାପ୍ତ ହେବାକୁ ଯାଉଛି। ଶ୍ରୀ ବଂଶଲଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ ରାଜ୍ୟର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟର ଡିଜିପି ଶ୍ରୀ ବଂଶଲଙ୍କ କାର୍ଯ୍ୟକାଳ ସମାପ୍ତ ହେବାର […]

Social media & sharing icons powered by UltimatelySocial