କଟକ: ହାଇକୋର୍ଟରେ ବଗଲା ଧର୍ମଶାଳା ଜମି ସମ୍ପର୍କିତ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟ ନଭେମ୍ବର ୨ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ରୁଜୁ ଜନସ୍ୱାର୍ଥ ମାମଲାରେ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଧର୍ମଶାଳା ଜମି ରାଜ୍ୟ ସରକାର କିମ୍ବା […]

କ୍ୟାପିଟାଲ ହସ୍ପିଟାଲ ଓ ଏମ୍‌ସ ପାଇଁ ପ୍ରସ୍ତାବ ଭୁବନେଶ୍ୱର : ରାଜଧାନୀରେ ଆଉ ୨ଟି ନୂତନ ଜନ୍ମ-ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ ଖୋଲିବ। ଯଦିଓ ପୂର୍ବରୁ ରାଜଧାନୀରେ ଗୋଟିଏ ଜନ୍ମ-ମୃତ୍ୟୁ କାର୍ଯ୍ୟାଳୟ ରହିଛି, ତେବେ ଦିନକୁ ଦିନ ରାଜଧାନୀର କଳେବର ବୃଦ୍ଧି ପାଇବା ଓ ଲୋକସଂଖ୍ୟାକୁ ନଜରରେ ରଖି ନୂତନ କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ତହିଁରୁ ଗୋଟିଏ କ୍ୟାପିଟାଲ ହସ୍ପିଟାଲ ଓ ଅନ୍ୟଟି ଏମ୍‌ସରେ ଖୋଲିବାର ଯୋଜନା ରହିଛି। […]

ଭୁବନେଶ୍ବର: ଗତକାଲି ଅପରାହ୍ନରେ ଓଡ଼ିଶାର ସୁନାମଧନ୍ୟ ପ୍ରଶାସକ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ର ୮୬ ବର୍ଷରେ ପରଲୋକ ଗମନ କରିଛନ୍ତି। ଗତ କିଛି ଦିନ ହେଲା ସେ କିମସ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଠମଲ୍ଲିକରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମିଶ୍ର ଏହ୍ଲାବାଦ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନର କୃତି ଛାତ୍ର ଥିଲେ ଏବଂ ଛାତ୍ରାବସ୍ଥାରେ ସେ ରାଜନୀତି ଦର୍ଶନ ବିଷୟରେ ଏକ ପୁସ୍ତକ ରଚନା କରି ଖ୍ୟାତି […]

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସଂପ୍ରତି ତେଲେଙ୍ଗାନା ଉପରେ ଥାଇ ଦୁର୍ବଳ ହୋଇପଡ଼ିବା ସହ ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସଂପୂର୍ଣ୍ଣ ଦୁର୍ବଳ ହୋଇ ପଡ଼ିବାର ସମ୍ଭାବନା ରହିଛି। ତେବେ, ଏହାର ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ଅତ୍ୟନ୍ତ ସକ୍ରିୟ ହୋଇ ଉଠିଛି। ଫଳରେ ଆସନ୍ତା ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ ମଧ୍ୟମରୁ ପ୍ରବଳ […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଫାୟାର ଷ୍ଟେସନ ଛକ ନିକଟସ୍ଥ ଓଭରବ୍ରିଜରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚାପି ହୋଇଯାଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥର ଫାୟାର ଷ୍ଟେସନ ଛକ ନିକଟସ୍ଥ ଓଭରବ୍ରିଜରେ ଏକ ଟ୍ରେଲର ଖରାପ ହୋଇ ଛିଡ଼ା ହୋଇଥିଲା। ଅପରାହ୍ନ ସମୟରେ […]

ଯାଜପୁର: ଯାଜପୁର ପୌରାଞ୍ଚଳର ହାବେଳୀ ବଜାର ନିକଟରେ ଥିବା ଦୁଇଟି ଗୋଦମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ଭାବେ ଜଣାପଡ଼ି ନ ଥିଲେ ବି ଲକ୍ଷାଧିକ ଟଙ୍କାର ଅଫିସ ଷ୍ଟେସନାରି ଏବଂ କାଗଜ ଜଳି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଗୋବିନ୍ଦ ତ୍ରିପାଠୀଙ୍କ ଦୁଇଟି ଅଫିସ ଷ୍ଟେସନାରି ଗୋଦାମ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏହାଫଳରେ ସେଠାରେ ଗଚ୍ଛିତ ଥିବା […]

କେନ୍ଦ୍ରାପଡ଼ା : ଗୋବରୀ ନଈରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି। ଆଜି ଏଭଳି ଏକ ଅଭାବନୀୟ ଘଟଣା ପଟ୍ଟାମୁଣ୍ତାଇ ବ୍ଲକ୍‌ ଡିହାପଡ଼ା ପଞ୍ଚାୟତ କୁପୁଣୀ ପୋଲ ତଳେ ଦେଖିବାକୁ ମିଳିଛି। ନିଖୋଜ ଯୁବକ ଜଣକ ହେଉଛନ୍ତି କୁପୁଣି ଗାଁର ନିତ୍ୟାନନ୍ଦ ସେନାପତିଙ୍କ ପୁଅ ଶିବାନନ୍ଦ ସେନାପତି(୩୦)। ସୂଚନାନୁଯାୟୀ, ନିଖୋଜ ଶିବଶଙ୍କର ଗୁଜୁରାଟରେ ରହି କାମ କରୁଥିଲେ। ଲକଡାଉନ୍‌ ଯୋଗୁ ସେ ଘରକୁ ପଳାଇ ଆସିଥିଲେ। ଆଜି […]

ମୂଳରୁ ମରିଯାଉଛି ଧାନ ଗଛ, ଚାଷୀ ଚିନ୍ତିତ ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ୍‌ର ବହୁ ପଞ୍ଚାୟତରେ ଏବେ ଚକଡ଼ା ପୋକ ଆତଙ୍କ ସୃଷ୍ଟି କରିଛନ୍ତି। ଧାନ ଫସଲରେ ଏହି ପ‌ୋକ ଲାଗିବା ପରେ ହଳଦିଆ ପଡ଼ି ଗଛ ମୂଳରୁ ଗଛ ମରି ଯାଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଏପରିସ୍ଥଳେ ନିଶ୍ଚିନ୍ତକୋଇଲି କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର […]

ଶେରଗଡ଼ ବ୍ଲକରେ ବ୍ୟାପକ ପନିପରିବା ଫସଲ ନଷ୍ଟ ଶେରଗଡ଼/ବ୍ରହ୍ମପୁର/ପାତ୍ରପୁର: ଗତ ୧୧ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ସୋମବାର ସନ୍ଧ୍ୟା ଠାରୁ ଆଜି ଯାଏଁ ସ୍ଥିତି ଆହୁରି ଖରାପ ରହିଛି। ଲଗାଣ ବର୍ଷା ଯୋଗୁଁ ଶେରଗଡ଼ ଅଞ୍ଚଳରେ ପ୍ରବାହିତ ଋଷିକୁଲ୍ୟା, ବାଘୁଆ, ନନ୍ଦିନୀ ଓ ଘୋଡ଼ାହାଡ଼ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଲଗାଣ ବର୍ଷା ଯୋଗୁଁ ବଡ଼ଗଡ଼-ଗାଙ୍ଗପୁର ପାର୍ଶ୍ୱରେ ଥିବା ଡାଇଭର୍ସନ ଭାସିଯାଇଛି। ଶେରଗଡ଼-ବଡ଼ଗଡ଼ […]

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବା ଡିପ୍ରେସନ ଇତି ମଧ୍ୟରେ ଏର ଗଭୀର ଅବପାତ ବା ଡିପ୍ ଡିପ୍ରେସନରେ ପରିଣତ ହୋଇସାରିଛି। ଏହା ସମ୍ଭାବ୍ୟ ବାତ୍ୟାଠାରୁ ଆଉ ମାତ୍ର ଏକ ପାଦ ଦୂରରେ ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି। ଏହି ଡିପ୍-ଡିପ୍ରେସନ ଏବେ ଘଣ୍ଟା ପ୍ରତି ମାତ୍ର ୩ କିଲୋମିଟର ବେଗରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ସ୍ଥଳଭାଗ ଅଭିମୁଖେ ଗତି କରୁଛି। […]

Social media & sharing icons powered by UltimatelySocial