ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ସିଂହୀ ‘ସୁପ୍ରିୟା’ର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ନନ୍ଦନକାନନରେ ରହୁଥିବା ସୁପ୍ରିୟାକୁ ୧୫ ବର୍ଷ ହୋଇଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ‘ସୁପ୍ରିୟା’ର ଶରୀର ଅବସ୍ଥା ଠିକ୍ ନ ଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଯା‌ଏ ଓ ପୁଣି କିଛିଦିନ ବ୍ୟବଧାନରେ ସିଂହୀର ଶରୀର ଅସୁସ୍ଥ ହୋଇଯାଏ। ଏପରି ଅବସ୍ଥାରେ ତା’ର ଚିକିତ୍ସା […]

ଭୁବନେଶ୍ୱର : ଶେଷରେ ଟ୍ରାଫିକ୍‌ ଥାନା ପାଇଁ ଚିହ୍ନଟ ହୋଇଥିବା ଜମିରୁ ଜବରଦଖଲ ହଟାଯାଇଛି। ଆଜି ବିଡିଏ ଓ ଖଣ୍ଡଗିରି ଥାନା ପୁଲିସର ମିଳିତ ଉଦ୍ୟମରେ ପାତ୍ରପଡ଼ା ମୌଜାସ୍ଥିତ ଏହି ଏକ ଏକର ପରିମିତ ଜମିକୁ ଜବରଦଖଲମୁକ୍ତ କରାଯାଇଛି। ଏହି ଜମିରେ ଥିବା ୮ଟି ଟିଣ ଘର ସମେତ ୩ଟି ଦୋକାନ ଓ ୭ଟି ଚାଳଘରକୁ ଉଚ୍ଛେଦ କରାଯାଇଛି। ଫଳରେ ପାତ୍ରପଡ଼ାରେ ହେବାକୁ ଥିବା ଟ୍ରାଫିକ୍ ଥାନା ନିର୍ମାଣ କାମ […]

ଭୁବନେଶ୍ୱର : ସ୍ମାର୍ଟ ଜନପଥରେ ଏବେ ଅନ୍ଧାର ରାଜୁତି କରୁଛି। ଶିଶୁଭବନରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାରେ ଷ୍ଟ୍ରିଟ୍‌ଲାଇଟ୍‌ ଜଳୁନି। ଜନପଥ ସ୍ମାର୍ଟ ହେବା ବଦଳରେ ଉପାନ୍ତ ଅଞ୍ଚଳର ରାସ୍ତା ପାଲଟି ଯାଇଛି। ଖାଲଖମାରେ ଭର୍ତ୍ତି ହୋଇଥିବା ଅଧା ରାଜପଥ ଏବେ ଅନ୍ଧାର ହୋଇଯାଇଥିବାରୁ ଲୋକମାନେ ବହୁ ହଇରାଣ ହେଉଛନ୍ତି। ଏପରିକି ସ୍ମାର୍ଟ ଜନପଥର ଝଲକ ଦେଖାଯାଉଥିବା ଶିଶୁଭବନରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତା ବି ଅନ୍ଧାର ହୋଇଯାଇଛି। ଶିଶୁଭବନ ଛକ […]

ଖୋର୍ଦ୍ଧା: ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ୬ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ବେଗୁନିଆ ଥାନା ଗଡ଼ମାଣିତ୍ରୀ ଗାଁରେ ଘଟିଛି ଏଭଳି ଅଘଟଣ। ଆହତମାନେ ସମସ୍ତେ ଗୋଟିଏ ପରିବାରର। ଆହତମାନଙ୍କ ମଧ୍ୟରୁ ୩ ମହିଳା ଜଣେ ଶିଶୁ ସମେତ ୬ ଗୁରୁତର ହୋଇଛନ୍ତି। ଘରେ ଗ୍ୟାସ ଚୁଲା ନଜଳିବାରୁ ସଜାଡ଼ିବା ବେଳେ ଅଘଟଣ ଘଟିଥିଲା। ସମସ୍ତ ୬ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି […]

କାମ ହେଉଛି ୨୬୪ଟି ଡ୍ରେନ୍‌ ପ୍ରକଳ୍ପ-୫୬ଟି ସମ୍ବେଦନଶୀଳ ସ୍ଥାନକୁ ଫୋକସ୍‌ ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ବରର ସବୁଠୁ ବଡ଼ ସମସ୍ୟା ହେଉଛି ଅସରାଏ ବର୍ଷାରେ ଅଧା ସହର ଜଳବନ୍ଦୀ ହୋଇଯିବା। ବହୁ ଅଞ୍ଚଳରେ ଲୋକଙ୍କ ଘରେ ଆଂଠୁଏ ଉଚ୍ଚରେ ପାଣି ଜମେ। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଜାରି ରହିଛି। ଏପରିକି ରାଜଧାନୀର ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ବର୍ଷକ ତଳେ ମୁଖ୍ୟମନ୍ତ୍ରୀ ହଜାରେ କୋଟିର ପ୍ୟାକେଜ୍‌ […]

ଭୁ‌ବନେଶ୍ୱର : କୋଭିଡ୍ କଟକଣା ଭିତରେ ଆଗାମୀ ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ଏ ନେଇ ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ଓଡ଼ିଶାରେ ମନ୍ଦିରଗୁଡ଼ିକ କେବେ ଖୋଲିବ, ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି। କୋଭିଡ ପାଇଁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି। […]

ଭୁବନେଶ୍ୱର: ଆସନ୍ତା ୨୯ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୭ ତାରିଖ ଯାଏ ଚାଲିବ ଏହି ଅଧିବେଶନ। ବିଧାନସଭା ଗୃହ କାର୍ଯ୍ୟ କଭରେଜ୍ ଲାଗି ଯଥା ସମ୍ଭବ କମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଛି। ଏ ନେଇ ବିଧାନସଭା ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଗଣମାଧ୍ୟମ ସଂସ୍ଥାକୁ କୁହାଯାଇଛି। ଏଥି ସହିତ ବିଧାନସଭା କଭରେଜ କରୁଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରାଯିବ ବୋଲି […]

ବାଲିପାଟଣା : ଉଦ୍ୟାନ ବିଭାଗ ପକ୍ଷରୁ ମାଳ ମାଳ ଯୋଜନାରେ ଚାଷୀଙ୍କ ପାଇଁ ସହାୟତା ଆସୁଛି। କିନ୍ତୁ ଉପଯୁକ୍ତ ଚାଷୀଙ୍କ ପାଖରେ ପହଞ୍ଚି ପାରୁନି ସବୁ ସହାୟତା। ବିଭାଗୀୟ ଅଧିକାରୀ ତଥା କର୍ମଚାରୀଙ୍କ ଉଦାସୀନତା କାରଣରୁ ଏହି ବ୍ଲକର ବହୁ ଚାଷୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ପାନ ଓ ଛତୁ ଚାଷ ଭଳି ଅର୍ଥକରୀ ଚାଷଠାରୁ ଆରମ୍ଭ କରି ପରିବା ଚାଷ ପର୍ଯ୍ୟନ୍ତ ବହୁ ଲାଭଜନକ ଚାଷ ପାଇଁ […]

ମାଲକାନଗିରି: ପୁଣି ଭାରରେ ବୁହାହେଲେ ପ୍ରସୂତି। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୀଳାକାମ୍ବରୁ ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ଥିବା ପାଡାଲପୁଟ ଗ୍ରାମରେ। ଏହି ଗ୍ରାମରେ ଦେବକୀ ମୁଦୁଲି(୨୭)ଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଇବା ଜରୁରୀ ଥିଲା। କିନ୍ତୁ ସେପରି ଏକ ଦୁର୍ଗମ ଅଞ୍ଚଳକୁ ଗାଡି ଯିବା ଅସମ୍ଭବ ଅଟେ। ସେହି ପାହାଡିଆ ଅଞ୍ଚଳକୁ ଭଲ […]

ଦୁଇଟି ଭସାପୋଲ ଚାଲିବା ପରେ ବି ଦେଶୀ ଡଙ୍ଗାରେ ଭିଡ଼,ସାମାଜିକ ଦୂରତାକୁ ଫୁ ବ୍ରହ୍ମଗିରି : ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାର ଅନେକ ନଜୀର ରହିଛି। ଅନେକ ଜୀବନ ଯାଇଛି। ସେଥିପାଇଁ ସରକାର ଚିଲିକାରେ ଯାତ୍ରୀ ପରିବହନ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତ୍ୟେକ ଯାତ୍ରୀବାହୀ ଡଙ୍ଗା ଏସ୍‌ଓପି ମାନି ଯାତ୍ରୀ ପରିବହନ କରିବେ। ଡଙ୍ଗା ସବୁ ପଞ୍ଜୀକରଣ କରାଯିବ। ଡଙ୍ଗାର ବୀମା କରାଯିବ। ଲାଇଫ ଜ୍ୟାକେଟ୍‌ ବାଧ୍ୟତାମୂଳକ […]

Social media & sharing icons powered by UltimatelySocial