ଭୁବନେଶ୍ୱର : ସାରା ରାଜ୍ୟ ବର୍ଷାରେ ଭିଜିବ। ପର୍ଯ୍ୟାୟ କ୍ରମେ ୨୮ ତାରିଖ ପର୍ଯ୍ୟନ୍ତ। ୨୪ରୁ ୨୭ ତାରିଖ ଯାଏ ପ୍ରକୋପ କିଛି ସ୍ଥାନରେ ଅଧିକ ରହିପାରେ। ବିଶେଷକରି ଉପକୂଳ, ଉତ୍ତର, ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଭୟ ରହିଛି। ବାକି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ସଂପର୍କରେ […]

କେନ୍ଦ୍ରାପଡ଼ା: ଦୁଇତିନି ଦିନ ହେବ ଲଗାଣ ବର୍ଷା ହେତୁ ବିଲକୁ ଯିବାକୁ ଚାଷୀମାନେ ଭୟ କରୁଛନ୍ତି। କାରଣ ବିଲ ଭିତରେ ଅନେକ ବିଷଧର ସରୀସୃପ ବୁଲୁଥିବା ଅନେକ ଚାଷୀ ଦେଖିବାକୁ ପାଇଛନ୍ତି। ଏଭଳି ଏକ ଦୃଶ୍ୟ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ଅଞ୍ଚଳରେ ଦେଖିବାକୁ ମିଳିଛି। ଲଘୁଚାପ ହେତୁ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ହେତୁ ପୋଖରୀ, ନାଳ ଓ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି […]

ହିଞ୍ଜିଳି: ବାଲି ଚୋରା ଚାଲାଣକୁ ବିରୋଧ କରି ଏବଂ ପୁଲିସ ଅଟକ ରଖିଥିବା ୬ଜଣଙ୍କୁ ଛାଡ଼ିବା ଓ ବାଲି ମାଫିଆଙ୍କୁ ଗିରଫ ଦାବିରେ ଗ୍ରାମବାସୀମାନେ ହିଞ୍ଜିଳି ଥାନା ସମୁଖରେ ଧାରଣା ଦେବା ପରେ ସେଠାରେ ଚାପା ଉତ୍ତେଜନା ଖେଳିଥିଲା। ଏପରିକି ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ଏବେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ଜଣାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ବାଲି ଚୋରା ଚାଲାଣ ସମୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା […]

ଭୁବନେଶ୍ୱର : ବଗଳା ଧର୍ମଶାଳା ଜମି ବିକ୍ରି ସଂପର୍କରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଜାରି କୁହାଯାଇଛି ଯେ ଏହି ଜମି ବିକ୍ରି କରାଯାଇଥିବା କଥା ସତ୍ୟତା ଉପରେ ଆଧାରିତ ନୁହେଁ। ଏହି ଜମି କାହାରିକୁ ବିକ୍ରି କରାଯାଇନାହିଁ। ଏହି ଧର୍ମଶାଳାର ମାତ୍ର ୧୨ ପ୍ରତିଶତ ଅଞ୍ଚଳ ସେବାୟତ ଓ ମନ୍ଦିର ପରିସର ପାଇଁ ଜମିଛାଡ଼ିଥିବା ଲୋକମାନଙ୍କ ଥଇଥାନ ପାଇଁ ଆବଣ୍ଟନ କରାଯାଇଛି। ପ୍ରଶାସନ ପକ୍ଷରୁ ଆହୁରି ମଧ୍ୟ […]

ଭୁବନେଶ୍ୱର : ସ୍ୱଚ୍ଛ ସର୍ବେକ୍ଷଣ ୨୦୧୭ରେ ୯୪ତମ ର‍୍ୟାଙ୍କ, ୨୦୧୮ରେ ୨୪୩ତମ ର‍୍ୟାଙ୍କ, ୨୦୧୯ରେ ୨୮୮ତମ ର‍୍ୟାଙ୍କ ପାଇଥିଲା ଭୁବନେଶ୍ବର। ୨୦୨୦ରେ ପାଇଲା ୨୩୩ତମ ର‍୍ୟାଙ୍କ। ବର୍ଷ ବଢ଼ିବା ସହ ଭୁବନେଶ୍ବରର ପରିମଳ ବ୍ୟବସ୍ଥା ବିଗିଡ଼ି ଚାଲିଛି। ଯେତେବେଳେ ସ୍ବଚ୍ଛ ସର୍ବେକ୍ଷଣରେ ଦେଶର ଏବଂ ଆମ ରାଜ୍ୟର ଅନ୍ୟ ସହରଗୁଡ଼ିକର ର‍୍ୟାଙ୍କ ବଢ଼ି ବଢ଼ି ଚାଲିଛି, ସେତେବେଳେ ଭୁବନେଶ୍ବରର ର‍୍ୟାଙ୍କ କମୁଛି। ସ୍ଥିତି ଏପରି ହୋଇଛି ଯେ ସ୍ମାର୍ଟସିଟି ପ୍ରତିଯୋଗିତାରେ […]

ଭୁବନେଶ୍ୱର : ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଭୁବନେଶ୍ବର ଜିଲ୍ଲା ବିଜେଡିର ସଭାପତି ଭାବେ ଆଜି ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନର ସଭାପତି ଅନନ୍ତ ନାରାୟଣ ଜେନା ଦଳର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲା ପରେ ଜିଲ୍ଲା ସଭାପତି ପଦବିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କିଛି ନେତା ବିଭିନ୍ନ ଉପାୟରେ ଲବି ବି ଆରମ୍ଭ କରି ଦେଇଥିଲେ। ଆଜିର ନିଯୁକ୍ତି ପରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି। […]

ଆସନ୍ତାବର୍ଷ ଭଲ ର‍୍ୟାଙ୍କ ପାଇବୁ: ବିଏମ୍‌ସି କମିସନର ଭୁବନେଶ୍ୱର : ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ ସର୍ବଭାରତୀୟସ୍ତରରେ ୨୩୩ ର‍୍ୟାଙ୍କ ମିଳିଥିବା ବେଳେ ରାଜ୍ୟରେ ୫ମ ସ୍ଥାନରେ ଅଛି। ରାଜ୍ୟର ସବୁଠୁ ସ୍ବଚ୍ଛ ସହର ଭଳି ଭୁବନେଶ୍ବର ଦେଖାଯାଉଛି, ସହରକୁ ସ୍ୱଚ୍ଛ ରଖିବା ପାଇଁ ବର୍ଷକୁ ପ୍ରାୟ ୭୦ କୋଟି ଖର୍ଚ୍ଚ ହେଉଛି, ସବୁଠୁ ଅଧିକ ସଫେଇ କର୍ମଚାରୀ ଏଠାରେ କାମ କରୁଛନ୍ତି, ଯାନ୍ତ୍ରିକ ସଫେଇ ବି ହେଉଛି। ରାଜ୍ୟର ଅନ୍ୟ […]

ହେମଗିରି: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବନଖଣ୍ଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଅଞ୍ଚଳରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ହେମଗିରି ବନଖଣ୍ଡର ବାଘୋରା ସେକ୍ସନ ଖଜୁରବାହାଲ ଗାଁର ଚାଷ ଜମି ନିକଟରେ ଥିବା ଏକ ଗାଡ଼ିଆ(ଛୋଟ ପୋଖରୀ)ରେ ଏକ ଛୁଆ ହାତୀ ପାଣିରେ ବୁଡ଼ିଯିବାରୁ ତାର ମୃତ୍ୟୁ ଘଟିଛି। ଉକ୍ତ ଛୁଆ ହାତୀର ବୟସ ପ୍ରାୟ ଏକ ମାସ […]

ଭୁବନେଶ୍ୱର: ଆଜି ନୂଆଦିଲ୍ଲୀରେ ସ୍ୱଚ୍ଛ ସର୍ବେକ୍ଷଣ -୨୦୨୦ର ଫଳାଫଳ ପ୍ରକାଶ ପାଇଛି। ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରି ଦେଶବ୍ୟାପି କରାଯାଇଥିବା ସ୍ବଚ୍ଛତା ସର୍ବେକ୍ଷଣର ଫଳାଫଳ ଘୋଷଣା କରିଛନ୍ତି। ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ରେ ଓଡିଶାକୁ ‘ଦ୍ରୁତତମ ଗତିଶୀଳ ରାଜ୍ୟ’ ଭାବରେ ପୁରସ୍କାର ଦିଆଯାଇଛି। ସ୍ବଚ୍ଛତା ହାସଲ କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ବେଗରେ ଆଗକୁ ବଢ଼ୁଥିବା ରାଜ୍ୟର ମାନ୍ୟତା ଲାଭ କରିଛି। ଏଥିସହ ଏହି ସର୍ବେକ୍ଷଣରେ ଓଡିଶା […]

ବସ୍ତା: ଉପର ମୁଣ୍ତରେ ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ନଦୀର ଜଳସ୍ତର ବିପଦ ସଂକେତ ଉର୍ଦ୍ଧ୍ବରେ ରହିଛି। ବାଲେଶ୍ବର ଜିଲ୍ଲାର ବସ୍ତା ବ୍ଲକରେ ଲୋକେ ଏଥିନେଇ ଆଶଙ୍କିତ ଥିବା କୁହାଯାଉଛି। ଜଳସେଚନ ବିଭାଗ ସୂତ୍ରରୁ ପ୍ରକାଶ ଯେ ବିପଦ ସଂକେତ ୫.୫ମିଟର ଥିବାବେଳେ ଅପରାହ୍ନରେ ୬.୪ମିଟର ରହିଛି। ଦୀର୍ଘ ୩ଘଣ୍ଟା ଧରି ଜଳସ୍ତର ଏହି ପରିମାଣରେ ପ୍ରବାହିତ ହେଉଥିବା ବେଳେ ସାମାନ୍ୟ […]

Social media & sharing icons powered by UltimatelySocial