ଭୁବନେଶ୍ୱର : ଆଜି ରାଜ୍ୟର ୪ ଜିଲ୍ଲା ଯଥା ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବ। ସେହିପରି ଉତ୍ତର ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ବଲାଙ୍ଗୀର, ଅନୁଗୁଳ, ସୋନପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲା‌ର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହା ପରେ ଦୁଇ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। […]

ଭୁବନେଶ୍ୱର : ବିଶିଷ୍ଟ ଓଡ଼ିଆ ଚିତ୍ରଶିଳ୍ପୀ ପି.କେ.ମହାନନ୍ଦିଆ ସ୍ବିଡେନ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସଫଳତା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛି। ଆଗାମୀ ଦିନରେ ସେ ଆହୁରି ଖ୍ୟାତି ଅର୍ଜନ କରନ୍ତୁ ବୋଲି କହିଛନ୍ତି।ଅନୁଗୁଳ ଜିଲ୍ଲା କନ୍ଧପଡ଼ା ଗାଁ’ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମହାନନ୍ଦିଆ ପିଲାବେଳୁ ଚିତ୍ର […]

ନିଜକୁ ସୁରକ୍ଷିତ ରଖିବା, ନିଜ ଚାରିପଟେ ସୁରକ୍ଷା ବଳୟ ପ୍ରସ୍ତୁତ କରିବା ଏବଂ ସମାଜକୁ ଏହି ସୁରକ୍ଷା ବଳୟ ଭିତରକୁ ଆଣିବା ହିଁ ସ୍ୱେଚ୍ଛାସେବୀଙ୍କର କର୍ତ୍ତବ୍ୟ : ବାଗଚୀ ଭୁବନେଶ୍ୱର: ମହର୍ଷି ମହାବିଦ୍ୟାଳୟର ରୋଭର-ରେଞ୍ଜର ଦଳ ତରଫରୁ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍‌ର ସହଯୋଗିତାରେ ‘ସାମାଜିକ ଦାୟିତ୍ୱ ଓ ସ୍ୱେଚ୍ଛାସେବୀ ସଂଗଠନ ଏବଂ ସମାଜ’ ଶୀର୍ଷକ ‘ଲାଇଭ୍ ୱେବିନାର’ ଆୟୋଜିତ ହୋଇଛି। ଅଧ୍ୟାପିକା ଡା.ନମିତା ପଟ୍ଟନାୟକଙ୍କ ସଂଯୋଜନାରେ […]

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ନୂତନ ବିଡ଼ିଓ ଭାବେ ଶ୍ରୀ ବସନ୍ତ କୁମାର ସାହାଣୀ ଶୁକ୍ରବାର ଯୋଗଦାନ କରିଛନ୍ତି।ପୂର୍ବରୁ ବିଡ଼ିଓ ଦାୟିତ୍ୱରେ ଥିବା ଶ୍ରୀ ରମେଶ ଚନ୍ଦ୍ର ପଣ୍ଡାଙ୍କ ଠାରୁ ସେ ଏହି ଦାଇତ୍ୱ ଗ୍ରହଣ କରିଛନ୍ତି।ଶ୍ରୀ ସାହାଣୀ ମୟୁରଭଞ୍ଜ ଜିଲ୍ଲା କୁଲିଅଣା ତହସିଲରେ ତହସିଲଦାର ଓ ପରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଟିଆରଓ ଭାବେ ଦକ୍ଷତାର ସହ କାର୍ଯ୍ୟକରି ସୁନାମ ଅର୍ଜନ କରିବାସହ ଜନସାଧାରଣଙ୍କର ପ୍ରିୟଭାଜନ […]

ଭଦ୍ରକ/ତିହିଡି: ଭଦ୍ରକ ଜିଲ୍ଲା ତିହିଡି ସଂଗୀତ ମହାବିଦ୍ୟାଳୟର ସଭାପତି ,ଶିକ୍ଷାବିତ ,ନାଟ୍ୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ଶ୍ରଦ୍ଧାଞ୍ଜଳି ସଭା ସଂଗୀତ ମହାବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଗୀତ ମହାବିଦ୍ୟାଳୟର ସମ୍ପାଦକ ସଚ୍ଚିକାନ୍ତ ନାୟକଙ୍କ ସଭାପତିତ୍ୱରେ ସାମାଜିକ ସୁରକ୍ଷା ରକ୍ଷାକରି ଏକ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ପୂର୍ବତନ ବିଧାୟକ ଗଙ୍ଗାଧର ଦାସ ,ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଳତା ନାୟକ , ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଦର୍ଶନ […]

ଭଦ୍ରକ/ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚଳ ପଞ୍ଚାୟତ ଅଧୀନ ଉତ୍ତରବାହା ଗ୍ରାମର ଅକ୍ଷୟ ମଲ୍ଲିକଙ୍କ ପୁଅ ତାପସ ମଲ୍ଲିକ ଲାନ୍ସ ନାଏକ ପଦରେ ଥିବାବେଳେ ୨୦୦୫ ମସିହାରେ ଜମ୍ମୁକାଶ୍ମୀରରେ ସନ୍ତ୍ରାସବାଦୀଙ୍କ ବିରୁଦ୍ଧରେ ‘ଅପରେସନ ପରାକ୍ରମ’ରେ ଯୋଗଦେଇଥିଲେ। ସେହି ଅପରେସନରେ ସନ୍ତ୍ରାସବାଦୀଙ୍କ ଏକ ଗୁଳି ତାଙ୍କ ମୁଣ୍ଡରେ ବାଜିବାରୁ ସେ ସହିଦ ହୋଇଯାଇଥିଲେ। ଇତି ମଧ୍ୟରେ ୧୫ ବର୍ଷ ବିତିଯାଇଛି। ସହିଦଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଗ୍ରାମରେ ଥିବା […]

ଭୁବନେଶ୍ବର: ଆସନ୍ତା ୨ ଦିନ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଏହାପରେ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ। ଏହି ସମୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ଓ ଖରାଟିଆ ରହିବ। ଏପର୍ଯ୍ୟନ୍ତ ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇ ସାରିଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ସାରା ରାଜ୍ୟରେ ପ୍ରାୟ ୪୦% ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହେବ […]

ଭିଡିଓ କନଫରେନ୍‌ସିଂ ଜରିଆରେ ହେବ ବୈଠକ ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ। ରାଜ୍ୟରେ କରୋନା ସ୍ଥିତିକୁ ଦେଖି ମନ୍ତ୍ରୀ ପରିଷଦରେ କିଛି ବଡ଼ ଧରଣର ନିଷ୍ପତ୍ତି ହେବାର ସୂଚନା ମିଳିଛି। ନବୀନ ନିବାସରୁ ଭିଡିଓ କନଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହେବେ। ସେହିପରି ଭୁବନେଶ୍ବରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲାରେ ଥିବା ଅନ୍ୟମନ୍ତ୍ରୀମାନେ […]

କଟକ : ରାଜ୍ୟରେ ଲକଡାଉନ ସ୍ଥିତି ଜାରି ରହିଥିବାରୁ ଗାଡ଼ିର ଫିଟନେସ, ପରମିଟ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ ସଂକ୍ରାନ୍ତ କାଗଜପତ୍ରର ବୈଧତା ବୃଦ୍ଧି କରାଯାଇଛି। ଏ ସମସ୍ତ କାଗଜପତ୍ରର ବୈଧତା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି। ଏହି ସମୟସୀମା ମଧ୍ୟରେ କୌଣସି କାଗଜପତ୍ରର ବୈଧତା ଶେଷ ହେଲେ ବି ତାକୁ ବୈଧ ବୋଲି ବିଚାର କରାଯିବାକୁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, […]

ଆସନ୍ତାକାଲି ଠାରୁ ଗଞ୍ଜାମରେ ପ୍ଲାଜ୍‌ମା ଥେରାପି ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନମ୍ନୋକ୍ତ ଘୋଷଣା କରିଛନ୍ତି।୧- ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍‌ପିଟାଲରେ ପ୍ଲାଜ୍‌ମା ଥେରାପି ଆରମ୍ଭ କରାଯିବ। ଏହାଦ୍ବାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ […]

Social media & sharing icons powered by UltimatelySocial