ରାଜ୍ୟରେ ଆଉ ତିନି ମୃତ୍ୟୁ, ୨୩ ଦିନରେ ୧୫ ମୃତ୍ୟୁ, ୫ ଉପକୂଳ ଜିଲ୍ଲାରେ ଆତଙ୍କ ଭୁବନେଶ୍ବର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସହିତ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି। ଗତ ତିନି ଦିନ ହେବ ଲଗାତାର ରାଜ୍ୟରେ କରୋନା ଜନିତ ମୃତ୍ୟୁ ଜାରି ରହିଛି। ଏ ପର୍ଯ୍ୟନ୍ତ ୨୪ଜଣ ଲୋକ ପ୍ରାଣ ହରାଇଲେଣି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୬୭ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୨୫ଜଣ […]

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ଚତୁର୍ଦ୍ଧାମୂର୍ତ୍ତି ପହଞ୍ଚିବା ପରେ ଜନ୍ମବେଦି ଚଳଚଞ୍ଚଳ ହୋଇଉଠିଛି। ଆଡ଼ପମଣ୍ଡପ ବିଜେର ପ୍ରସ୍ତୁତି ପର୍ବ ଆରମ୍ଭ ‌ହୋଇଯାଇଛି। କରୋନା କଟକଣା ପାଇଁ ଆସନ୍ତାକାଲି ସକାଳୁ ପହଣ୍ଡି ବିଜେ ପର୍ବ ଆରମ୍ଭ ହେବ ବୋଲି ଚୂଡ଼ାନ୍ତ ହୋଇଛି। ଅପରାହ୍ନ ୨ଟା ଭିତରେ ପହଣ୍ଡି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପମଣ୍ଡପକୁ ବିଜେ କରିବା ପରେ ଆଡ଼ପ ଦର୍ଶନ ଆରମ୍ଭ ହୋଇଥାଏ। ଆଡ଼ପ ଅବଢ଼ା […]

କେନ୍ଦ୍ରାପଡା:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା କରିବାପାଇଁ ନିର୍ଦ୍ଦେଶନାମା ଦେଲେ। ଚଳଚଞ୍ଚଳ ହୋଇଉଠିଲା ପୁରୀ ଓ ସମସ୍ତ ବିଧିବ୍ୟବସ୍ଥା ଭିତରେ ରଥଯାତ୍ରା ପାଇଁ ପଥ ପରିସ୍କାର ହୋଇଗଲା। ଏସବୁ ଭିତରେ ଅନେକ ଅସମାହିତ ପ୍ରଶ୍ନ ବହୁ ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କ ମନକୁ ଆନ୍ଦୋଳିତ କରୁଛି ଓ କରିବା ମଧ୍ୟ ସ୍ୱାଭାବିକ। ତେବେ ଏହି କ୍ଷେତ୍ରରେ ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ଚାଲିଥିବାବେଳେ କେନ୍ଦ୍ରାପଡାବାସୀ ଓ ଶ୍ରୀବଳଦେବଜୀଉଙ୍କର ସେବକ […]

ସମ୍ବଲପୁର : ଚଳିତ ବର୍ଷ ଖରା ଦିନେ ଜଳସ୍ତର ସ୍ବାଭାବିକଠାରୁ ଅଧିକ ରହିବା, ଠିକ୍‌ ସମୟରେ ମୌସୁମି ଆସିବା ଓ ନିୟମିତ ବର୍ଷା ହେବା କାରଣରୁ ହୀରାକୁଦର ଗେଟ୍ ଶୀଘ୍ର ଖୋଲିବାକୁ ଯାଉଛି। ଆସନ୍ତା ୨୫ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଦୀର୍ଘ ୧୬ ବର୍ଷ ପରେ ପ୍ରଥମ କରି ଜୁନ୍‌ ମାସରେ ହୀରାକୁଦରୁ ବନ୍ୟାଜଳ […]

ରାଜଧାନୀ ଉପକଣ୍ଠର ୫ ଜାଗାରେ ପୁଲିସ ନାକାବନ୍ଦୀ ଭୁବନେଶ୍ବର : ରଥଯାତ୍ରା ପାଇଁ ଲୋକଙ୍କୁ ପୁରୀ ଯିବା ଲାଗି ମନା ଥିବା ବେଳେ ଆଜି ରାତିରେ ଭୁବନେଶ୍ବରରୁ ପୁରୀ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ପୁଲିସ ସିଲ୍ କରି ଦେଇଛି। ଏ ନେଇ ଆଜି ରାତିରେ କମିସନରେଟ ପୁଲିସର ନିର୍ଦ୍ଦେଶନାମା ପରେ ଭୁବନେଶ୍ବର ଉପକଣ୍ଠର ୫ଟି ରାସ୍ତାକୁ ପୁଲିସ ପକ୍ଷରୁ ନାକାବନ୍ଦୀ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବରରୁ ପୁରୀକୁ […]

ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳରେ ବାସ କରୁଥିବା ବଉଳା କୁମ୍ଭୀର ୬୮ଟି ବସାରେ ଅଣ୍ତା ଦେଇଥିବା ଜଣାପଡ଼ିଛି। ଭିତରକନିକା ଫରେଷ୍ଟ୍‌ ବ୍ଲକ୍‌ ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକ୍‌ର ଗଂଜେଇଖିଆ, ଶାଗୁଣାଚର, ଶୁଆଯୋର, ଭ୍ରମରମାରିରେ ୫୩ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବାବେଳେ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର ମଧ୍ୟରେ ୫ଟି ଓ ରାଜନଗର ରେଂଜ୍‌ ଅଞ୍ଚଳରେ ୧୦ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। ରାଜନଗର ରେଂଜ୍‌ର ଗୁପ୍ତିରେ […]

ଭୁବନେଶ୍ୱର: ଭୁବନେଶ୍ୱରରରୁ ସୋମବାର ପୁଣି ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ। ୧୧ଜଣଙ୍କ ମଧ୍ୟରୁ ୭ଜଣ ମଞ୍ଚେଶ୍ୱରରୁ ଓ ଜଣେ ବାଣୀବିହାରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ତିନିଜଣ ରେଳ କର୍ମଚାରୀଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଆସିଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରକାଶ। ଚିହ୍ନଟ ହୋଇଥିବା ୧୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣଙ୍କ ଘର ଉତ୍ତରପ୍ରଦେଶରେ। ସମସ୍ତ ଆକ୍ରାନ୍ତ […]

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୪୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚି ଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ଏଯାବତ ରାଜ୍ୟରେ ୩୭୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ବି ୧୫୬୨ଟି ସକ୍ରିୟ ମାମଲା ରହିଛି। ଚିହ୍ନଟ ହୋଇଥିବା […]

ଚନ୍ଦ୍ରଶେଖରପୁର: ରାଜଧାନୀର ପ୍ରମୁଖ ଜନଗହଳିପୂର୍ଣ୍ଣ ରାସ୍ତାମାନଙ୍କ ମଧ୍ୟରେ ଜୟଦେବବିହାର-ନନ୍ଦନକାନନ ରାସ୍ତା ଅନ୍ୟତମ। ଏବେ ଏହା ସବୁଠାରୁ ଅଧିକ ଦୁର୍ଘଟଣାପ୍ରବଣ ରାସ୍ତା ଭାବେ ପରିଚିତି ଲାଭ କରିଛି। ଗତ ୬ ମାସରେ ଏହି ରାସ୍ତାରେ ଘଟିଥିବା ଦୁର୍ଘଟଣା ୯ଟି ମୁଣ୍ଡ ନେଇଛି। ବୁଲା ଗୋରୁଗାଈ ଏହି ରାସ୍ତାକୁ କବ୍‌ଜା କରି ରଖୁଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଅଭିଯୋଗ ହେଉଛି। ଅଥଚ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ କିମ୍ବା କମିସନରେଟ୍‌ ପୁଲିସ ଏଥିପ୍ରତି […]

ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୩୦୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୨ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୨୭୨ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ପଶ୍ଚିମବଙ୍ଗରୁ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଫେରିଥିବା ୪୨ଜଣ […]

Social media & sharing icons powered by UltimatelySocial