ଭୁବନେଶ୍ୱର : ଉତ୍ସବ ନେଇ ଅଶିଣ ଆସିଛି। କାଶତଣ୍ଡୀରେ ପରିବେଶ ନୂଆନୂଆ ଲାଗୁଛି। ମା’ବି ଧରାବତରଣ କରିସାରିଛନ୍ତି। ହେଲେ ଝଲସୁନି ରଙ୍ଗିନ ଆଲୁଅମାଳା। ସୁଦୃଶ୍ୟ ତୋରଣକୁ ନେଇ ଜମୁନି ପ୍ରତିଯୋଗିତା। ଗହଳିରେ ଫାଟି ପଡ଼ୁନି ମୀନା ବଜାର। ଦୋଳିର କେଁ କଟର ସାଙ୍ଗକୁ ଶୁଭୁନି ପିଲାଙ୍କ କୋଳାହଳ। ପୂଜା ହେଉଛି, ମା’ ବିରାଜିଛନ୍ତି। ହେଲେ ସବୁ ନିରବ, ନିଶ୍ଚଳ ଓ ଶୂନଶାନ୍…ପୂଜା ପାଖେଇଲେ ଯୋଜନାର ଲମ୍ବା ତାଲିକା ପ୍ରସ୍ତୁତ‌ ହୋଇଯାଏ। […]

କିଛି ଲୋକ ପୋତିହୋଇ ପଡ଼ିଥିବା ଆଶଙ୍କା ହାଇଦ୍ରାବାଦ: ପାହାଡ଼ ଉପରୁ କେତେଗୁଡ଼ିଏ ପ୍ରକାଣ୍ଡ ପଥର ଖଣ୍ଡ ଗଡ଼ି ଆସିବାରୁ ବୁଧବାର ଦିନ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଥିବା ପ୍ରସିଦ୍ଧ କନକଦୁର୍ଗା ମନ୍ଦିର ପରିସରସ୍ଥିତ ଏକ ଘର ଭାଙ୍ଗି ପଡ଼ିଛି। ସେହି ଘରର ଭଗ୍ନାଂଶ ତଳେ ଅନ୍ୟୂନ ଦୁଇଜଣ ପରିମଳ କର୍ମଚାରୀଙ୍କ ସମେତ ଚାରିଜଣ ପୋତି ହୋଇପଡ଼ିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ପଥର ଖସିଥିବା […]

ତିରୁବନନ୍ତପୁରମ୍‌: କୋଭିଡ୍‌-୧୯ ଲକ୍‌ଡାଉନ୍‌ ଯୋଗୁଁ ସାତ ମାସ ବନ୍ଦ ରହିବା ପରେ ‘ପାଞ୍ଚଦିନିଆ ମାସିକ ପୂଜା’ ଲାଗି ଶନିବାର ଦିନ କେରଳର ସାବରିମାଲା ମନ୍ଦିର ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହୋଇଛି। ପାହାଡ଼ ଉପରେ ଥିବା ଏହି ଧର୍ମସ୍ଥଳୀ ଦର୍ଶନ ପାଇଁ ଇଚ୍ଛୁକ ଭକ୍ତମାନଙ୍କୁ ଫେସ୍‌ ମାସ୍କ୍‌ ପିନ୍ଧିବା ସହ ସାଥୀରେ କୋଭିଡ୍-୧୯ ନେଗେଟିଭ୍ ପ୍ରମାଣପତ୍ର ନେବାକୁ ପଡ଼ିବ। ଦୈନିକ ମନ୍ଦିର ଭିତରକୁ ମାତ୍ର ୨୫୦ ଜଣ ବ୍ୟକ୍ତିଙ୍କୁ ଛଡ଼ାଯିବ। ଏହାଛଡ଼ା, […]

ଭୁବନେଶ୍ୱର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ନିର୍ଘଣ୍ଟ ହୋଇଛି। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ଆୟୋଜନ ହେବ। ତେବେ ସାଧାରଣ ଲୋକଙ୍କ ଗହଳି ଏଡ଼ାଇବାକୁ ୧୪୪ ଧାରା ଜାରି ହେବ। ରଥଯାତ୍ରା ପୂର୍ବରୁ ସେବାୟତମାନଙ୍କର କୋଭିଡ଼ ଟେଷ୍ଟ କରାଯିବ। ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ପାଇଁ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ବିରଜାରେ ରଥଯାତ୍ରା କରିବା […]

ଶିଳ୍ପୀ ଗ୍ରାମ ରଘୁରାଜପୁର ଆଜି ଖାଁ ଖାଁ ପୁରୀ : ‌ଐତିହ୍ୟ ଗ୍ରାମ ରଘୁରାଜପୁର ପଟ୍ଟଚିତ୍ର ଶିଳ୍ପ ପାଇଁ ଆଜି ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପଟ୍ଟଚିତ୍ରର ଏନ୍ତୁଡ଼ିଶାଳ ଏହି ଗାଁ କେବଳ ଜିଲ୍ଲା ତଥା ରାଜ୍ୟର ନାଁ ଉଚ୍ଚା କରିନି, ଭାରତକୁ ବି ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ଦେଇଛି। ଯେଉଁଥିପାଇଁ ପଟ୍ଟଚିତ୍ର ନେବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକମାନେ ଏଠାକୁ ଦୌଡ଼ି ଆସନ୍ତି। ଏହି ଐତିହ୍ୟ […]

ବିନ୍ଦୁସାଗର ପୁନରୁଦ୍ଧାର ପାଇଁ ଚୁକ୍ତି କରି ବସିଛି ଓବିସିସି ଭୁବନେଶ୍ୱର : ରାଜଧାନୀରେ ଏବେ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି। କେଉଁଠି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସୌନ୍ଦର୍ଯ୍ୟୀକରଣ ହେଉଛି ତ କେଉଁଠି ଟଙ୍କାଟିଏ ଖର୍ଚ୍ଚ କରିବାକୁ ବି କାହା ହାତ ଯାଉନି। ଏହାର ବଡ଼ ଉଦାହରଣ ହେଲା, ବିନ୍ଦୁସାଗରରେ ଥିବା ଜଗତି ଓ ବରମୁଣ୍ଡା ଗାଁ ମନ୍ଦିର। ବରମୁଣ୍ଡା ଗାଁ ନିକଟରେ ଥିବା ମନ୍ଦିରରେ ବିଏମ୍‌ସି ପକ୍ଷରୁ ସୌନ୍ଦର୍ଯ୍ୟୀକରଣ […]

ରକ୍ଷା ହେଉନି କୋଭିଡ୍‌ କଟକଣା ଭୁବନେଶ୍ବର: ପ୍ରତିପଦାରୁ ଅପର ପକ୍ଷ ଚାଲିଥିବା ବ‌େଳେ ପିତୃପକ୍ଷ ଶ୍ରାଦ୍ଧ ପାଇଁ ଆଉ ମାତ୍ର ୨ ଦିନ ବାକି। ତେଣୁ ଅମାବାସ୍ୟା ଯେତେ ପାଖଉଛି ବିନ୍ଦୁ ସାଗର କୂଳରେ ମହାଳୟା ଶ୍ରାଦ୍ଧ ପାଇଁ ଜନସମାଗମ ବଢ଼ିବଢ଼ି ଚାଲିଛି। ଆଜି ଦ୍ୱାଦଶୀ ଶ୍ରାଦ୍ଧ ଥିବା ବେଳେ ବହୁ ଲୋକଙ୍କ ସମାଗମ ହୋଇଥିଲା। ଏହା ମଧ୍ୟରେ କୋଭିଡ୍‌ କଟକଣା ପାଳନ ହୋଇପାରିନଥିଲା। ପଣ୍ଡିତ ସତ୍ୟବ୍ରତ ମିଶ୍ରଶର୍ମା କହିଛନ୍ତି, […]

ଯାଜପୁର: ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟ‌ରେ ମାମଲା। ଶାରଦୀୟ ଦୁର୍ଗା ପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ୯ ଦିନାତ୍ମକ ରଥଯାତ୍ରା ଅନୁଷ୍ଠିତ କେଉଁ ଆବାହନ କାଳରୁ ହୋଇଆସୁଛି। ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ମା ବିରଜା ଙ୍କ ବିଜୟା ରଥରେ ମନ୍ଦିର ପରିକ୍ରମା କରନ୍ତି। କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରଥଯାତ୍ରା ନହେବାର […]

ଉଜାଡି ଦେଲେ ସରକାରୀ ବାବୁ,୫୩ ଲକ୍ଷ ମଞ୍ଜୁର ପରେ ବି ରକ୍ଷଣାବେକ୍ଷଣ ହୋଇପାରିଲାନି ଭୁବନେଶ୍ବର: ଜନବସତିର ଆଢ଼ୁଆଳରେ ଲିଭି ଯାଉଛି ଚୂଡ଼ଙ୍ଗଗଡ଼ର ପଦଚିହ୍ନ। ମାଟିରେ ଲୋଟି ଗଲାଣି ଷୋଳପୁର ଉଆସ। ହଜିଗଲାଣି ମଧ୍ୟଯୁଗୀୟ ଓଡ଼ିଶାର ସାମରିକ ପ୍ରାଣକେନ୍ଦ୍ର। ନା ସେ ଜଙ୍ଗଲ, ପାହାଡ଼ଘେରା ପରିବେଶ ଅଛି ନା ବିସ୍ତୃତ ଜଳରାଶି ଓ ସୁଉଚ୍ଚ ପ୍ରାଚୀର ଶୋଭା ପାଉଛି। ବରଂ ସରକାରୀ ଉଦାସୀନତା ଯୋଗୁଁ ନିଶ୍ଚିହ୍ନ ହେବାକୁ ବସିଲାଣି ଏହି ବୃହତ୍‌ […]

୪ ଫୁଟ ମଧ୍ୟରେ ରହିବ ମୂର୍ତ୍ତିର ଉଚ୍ଚତା, ଭସାଣି ଶୋଭାଯାତ୍ରାକୁ ନା’ ଭୁବନେଶ୍ବର : ଆଗକୁ ଆସୁଛି ପାର୍ବଣ ଋତୁ, ସେଥିପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଆସନ୍ତା ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ,କାଳୀ ପୂଜା ପାଳନ ଲାଗି ଓଡ଼ିଶା ସ୍ବତନ୍ତ୍ର ରିଲିଫ କମିଶନର ଏହି ଗାଇଡଲାଇନ ଜାରି କରିଛନ୍ତି। ଏହି କଟକଣା ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଲାଗୁ ହେବ। ଏହି ଗାଇଡଲାଇନ […]

Social media & sharing icons powered by UltimatelySocial