ଭୁବନେଶ୍ୱର : ଆଜି ସକାଳେ ଭୁବନେଶ୍ୱରରେ ସାମାନ୍ୟ ବର୍ଷା ହୋଇଯାଇଛି। ମାତ୍ର ଆସନ୍ତା ୩ ଦିନ ସାରା ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଅଧିକ ଥଣ୍ଡା ହେବ ନାହିଁ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ କୋହଲା ପାଗ ରହିପାରେ। ତେବେ ଫେବୃୟାରୀ ୩ ବେଳକୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ଥଣ୍ଡା କମିବା ସହ ସ୍ୱଳ୍ପ ବର୍ଷା ହୋଇପାରେ। ୩ ଦିନ ଧରି କେତେକ ଜିଲ୍ଲାରେ ସ୍ୱଳ୍ପରୁ […]

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି ନିଉ) କରିବା ନେଇ ଦୀର୍ଘ ୪୪ ବର୍ଷ ହେଲା ସରକାରୀ ଦପ୍ତରରେ ପ୍ରସ୍ତାବ ଗୃହୀତ ହୋଇଛି। ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ, ବିଭାଗୀୟ ନିର୍ଦ୍ଦେଶକ, ସଚିବ, ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଦାଇତ୍ୱରେ ଥିବା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଖାଲି ସେତିକି ନୁହେଁ […]

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ଚାରି ପାର୍ଶ୍ଵରୁ ଉଚ୍ଛେଦ ଆରମ୍ଭ କରିଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜବରଦଖଲରେ ଥିବା ସରକାରୀ ଜମି, ସରକାରୀ କାର୍ଯ୍ୟାଳୟ ଆଦି ଭଙ୍ଗା ହୋଇଥିବା ବେଳେ ଏବେ ସ୍ଥାୟୀ ଘର ଭାଙ୍ଗିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସରକାର ସୋମବାର ଏକାମ୍ର କ୍ଷେତ୍ରରେ ବାସହରା ହେବାକୁ ଥିବା ଲୋକଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିବା […]

ଚେନ୍ନାଇ: ସଂପ୍ରତି ଚୀନ୍‌ରେ ଦେଖା ଦେଇଥିବା କରୋନା ଭାଇରସ୍‌କୁ ନେଇ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ପାଇଁ ଔଷଧ ଆବିଷ୍କାର କରିଥିବା ତାମିଲନାଡ଼ୁର ଜଣେ ଆୟୁର୍ବେଦ ଡାକ୍ତର ଦାବି କରିଛନ୍ତି। ଚେନ୍ନାଇର ରଥନା ସିଦ୍ଧ ହସ୍ପିଟାଲରେ ବିଗତ ୨୫ ବର୍ଷ ଧରି ଜଣେ ଆୟୁର୍ବେଦ ଡାକ୍ତର ଭାବେ ନିଯୁକ୍ତ ଥିବା ଡାକ୍ତର ଥାନିକାସାଲାମ ଭେନି ଏହି ଦାବି କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇକୁ […]

ପୁରୁଣା ଭୁବନେଶ୍ୱର: ଦୁର୍ଦ୍ଦିନରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତାଳପତ୍ର ଶିଳ୍ପୀ। ତାଳପତ୍ର ଚିତ୍ରର ଚାହିଦା କମିବା ସହ ରୋଜଗାର ବାଟ ବନ୍ଦ ହୋଇଗଲା। ଅନ୍ୟ ଉପାୟ ନ ପାଇ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ବେଲପତ୍ର ଓ ଫୁଲ ବିକୁଥିବା ବେଳେ ଦଇବ ସହିଲାନି। ପ୍ରଶାସନ ଦୋକାନ ଭାଙ୍ଗିଦେଲା। ଏବେ ରାସ୍ତାକଡ଼ରେ ବେସାହାରା ଶିଳ୍ପୀ। ପୁରୀ ଜିଲ୍ଲା ନୟାହାଟ ନିକଟ ନରସିଂହପୁର ଗାଁର ରାମଚନ୍ଦ୍ର ସାହୁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତାଳପତ୍ର ଲେଖକ। ତାଳପତ୍ର […]

ଭୁବନେଶ୍ୱର: ବାର୍ଡ ଫ୍ଲୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ଓୟୁଏଟିରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । କୁକୁଡ଼ା ମରା ଓ ରୋଗ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ୧୨ଟି ତ୍ୱରିତ କାର୍ଯ୍ୟକାରୀ ଦଳ(ରାପିଡ ରେସ୍‌ପନ୍ସ ଟିମ୍‌) ଗଠନ କରାଯାଇଛି। ସେଥିମଧ୍ୟରୁ ୭ଟି ଦଳ କୁକୁଡ଼ା ମରା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବାବେଳେ ଅନ୍ୟ ୫ଟି ଦଳ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି […]

ଦୁର୍ଘଟଣାଗ୍ରସ୍ତ ଗାଡି ଯାଞ୍ଚ ବେଳେ ଧରାପଡ଼ିଲା ଅନିୟମିତତା ସମ୍ବଲପୁର : ଗତକାଲି ଯୁଯୁମରା ଥାନା ଥର୍ଲି ବ୍ରିଜରେ ଟ୍ରାକ୍ଟରକୁ ବସ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଓ ୩ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ପରିବହନ ବିଭାଗ ଓ ପୁଲିସର ଯାଂଚ ବେଳେ ସାମ୍ନାକୁ ଆସିଛି ସାଂଘାତିକ ସତ । ଦୁର୍ଘଟଣାଗ୍ରସ୍ତ ଉଭୟ ଟ୍ରାକ୍ଟର ଓ ବସର କାଗଜପତ୍ର ଠିକ ନ ଥିବାରୁ ମୋଟା […]

ଭୁବନେଶ୍ୱର: ଜାନୁଆରୀ ୨୬ ଠାରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ଆଦିବାସୀ ମେଳା। ମେଳାରେ ବିକ୍ରିବଟା ପାଇଁ ରାଜ୍ୟ ସମେତ ରାଜ୍ୟ ବାହାରର ଷ୍ଟଲ୍‌ ଖୋଲିଛି। କିନ୍ତୁ ଏଥର ଏଥିରେ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ୍ ପକ୍ଷରୁ ଏକ ନିଆରା ଷ୍ଟଲ ଖୋଲିବାକୁ ଯାଉଛି। ଏହି ଷ୍ଟଲ୍‌ରେ ମାଗଣାରେ ଏଚ୍‌ଆଇଭି ପରୀକ୍ଷା କରାଯିବ। ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆଦିବାସୀ ମେଳାରେ […]

ଭୁବନେଶ୍ୱର/ଜଗତସିଂହପୁର: ସାଧାରଣତନ୍ତ୍ର ଦିବସକୁ ଆଜି ସାରା ଦେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଛି I ରାଜ୍ୟରେ ମଧ୍ୟ ଜିଲ୍ଲା, ସଦରମହକୁମାର ବିଭିନ୍ନ କାର୍ଯ୍ୟାଳୟ ସମେତ ବିଦ୍ୟାଳୟମାନଙ୍କରେ ତ୍ରିରଙ୍ଗା ଉଡ଼ିଛି I ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରାଜ୍ୟ ସ୍ତରୀୟ ପରେଡ଼ କାର୍ଯ୍ୟକ୍ରମ ସମାପନ ହୋଇଛି I ତେବେ ଆଜି ରାଜ୍ୟସ୍ତରୀୟ ପରେଡ଼ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏକ କୁକୁର ପରେଡ ସ୍ଥଳ ମଧ୍ୟକୁ ପଶିଆସିଥିଲା I ଏହି ସମୟରେ ପରେଡ […]

ଲଦାଖ: ଦେଶପ୍ରେମ ସାମ୍ନାରେ ହାର ମାନିଲା ପ୍ରବଳ ଥଣ୍ଡା | ମାଇନସ ୨୦ ଡିଗ୍ରୀ ତାପମାତ୍ରାରେ ଲଦାଖରେ ଆଜି ଯବାନମାନେ ତ୍ରିରଙ୍ଗା ଉଡ଼ାଇ ସାଧାରଣତନ୍ତ୍ର ଦିବସକୁ ଧୂମଧାମରେ ପାଳନ କରିଛନ୍ତି । ଦେଶବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ଭାରତୀୟ ସେନାର ଯବାନ ମାନେ ୧୭ ହଜାର ଫୁଟ ଉଚ୍ଚରେ ଲଦାଖରେ ତ୍ରିରଙ୍ଗା ଉଡ଼ାଇଛନ୍ତି । ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି)ର ଯବାନମାନେ […]

Social media & sharing icons powered by UltimatelySocial