ଚାମୋଲି: ପ୍ରଥମେ ଶୀତିଦିନିଆ ତୁଷାରପାତ ଓ ତା’ପରେ କରୋନା ମହାମାରୀ ପାଇଁ ଦୀର୍ଘଦିନ ହେବ ବନ୍ଦ ଥିବା ଭଗବାନ ବଦ୍ରିନାଥଙ୍କ ମନ୍ଦିର ଶୁକ୍ରବାର ପ୍ରତ୍ୟୁଷରୁ ଖୋଲା ଯାଇଛି। ଏଥିପାଇଁ ପୂରା ମନ୍ଦିରକୁ ଫୁଲରେ ସଜା ଯାଇଥିଲା। ସକାଳ ୪.୩୦ରେ ବୈଦିକ ମନ୍ତ୍ର ଉଚ୍ଚାରଣ କରିବା ପରେ ମନ୍ଦିର ଖୋଲା ଯାଇଥିଲେ ହେଁ ମନ୍ଦିର ଭିତରକୁ କୌଣସି ଭକ୍ତଙ୍କୁ ଯିବାକୁ ଅନୁମତି ଦିଆ ଯାଇ ନ ଥିଲା। ସାମାଜିକ ଦୂରତାକୁ ପାଳନ […]

ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାରେ ପରମ୍ପରା ଭାଙ୍ଗିବ ନାହିଁ। କିନ୍ତୁ କରୋନା ଭାଇରସ ଯୋଗୁଁ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବ ଯଦିଓ ଆଡମ୍ବର ସହ ପାଳନ ହେବ ନାହିଁ, ତଥାପି ନିରାଡମ୍ବର ସହ ପାଳନ ହେବ। ଆସନ୍ତା ୨୭ ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ ବୋଲି ଏକ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି […]

ଓ୍ଵାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ନୋଭେଲ କୋରାନା ଭାଇରସ୍‌ ବା କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ରୂପେ ବିଫଳ ହୋଇଥିବା ବିଶ୍ୱର ସର୍ବ ଶକ୍ତିମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷରେ ନିଜ ଦେଶରେ କରୋନାକୁ ଆୟତ୍ତ କରିବା ପାଇଁ ଆଜି ବେଦର ଶରଣାପନ୍ନ ହୋଇଛନ୍ତି। ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନ୍ୟୁ ଜର୍ସିରେ ଥିବା ସ୍ୱାମୀନାରାୟଣ ମନ୍ଦିରର ପୂଜାରୀ ହରିଶ୍‌ ବ୍ରହ୍ମଭଟ୍ଟଙ୍କୁ ହ୍ଵାଇଟ […]

ପୁରୀ: ଭାବର ଠାକୁର, ଭକ୍ତ ବତ୍ସଳ ମହାପ୍ରଭୁ ସବୁ ବେଳେ ଭକ୍ତଙ୍କ ଗହଳଚହଳରେ ରହିବାକୁ ଭଲପାଆନ୍ତି। ଭକ୍ତ ନାହାନ୍ତି ବୋଲି ଶ୍ରୀମନ୍ଦିରରେ କୋଳାହଳ ଶୁଭୁନାହିଁ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଉପରେ କଟକଣା ପରେ ପ୍ରତିଦିନ ବଡ଼ଦେଉଳର କିଛି ଘଟଣାକୁ ନେଇ ଚର୍ଚ୍ଚା ବଢୁଛି। ଦର୍ଶନ ବନ୍ଦ ହେବାର ପର ଦିନ ନୀଳଚକ୍ର ପତିତପାବନ ବାନାରେ ଗଣ୍ଠି ପଡ଼ିଗଲା। ଦିନକ ପରେ ମହାପ୍ରଭୁଙ୍କ ପତିତପାବନ ବାନ‌ାରେ ନିଆଁ […]

ନୂଆଦିଲ୍ଲୀ : ବିବାହ ଓ ଅନ୍ତେଷ୍ଟିକ୍ରିୟା ଆଦି ପାରିବାରିକ କାର୍ଯ୍ୟ ପାଇଁ ଗାଇଡଲାଇନ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଗୋଟିଏ ବିବାହ ସମାରୋହରେ ଅତି ବେଶୀରେ ୫୦ ଜଣ ଓ ଏକ ଅନ୍ତେଷ୍ଟି କ୍ରିୟାରେ ୨୦ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ। କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ବିବାହ ସମାରୋହରେ ସର୍ବାଧିକ ୫୦ ଜଣ ଲୋକ ଯୋଗ ଦେଇପାରିବେ। ଅନ୍ତେଷ୍ଟିକ୍ରିୟାରେ […]

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସଂପର୍କିତ ନିଷ୍ପତ୍ତି ମେ’ ୩ ତାରିଖ ପରେ ନିଆଯିବ। ଯେହେତୁ ମହାପ୍ରଭୁଙ୍କ ରଥଯାତ୍ରା ଓ ସ୍ନାନଯାତ୍ରା ଜୁନ୍ ମାସରେ ପଡ଼ୁଛି ତେଣୁ ମେ ୩ ତାରିଖରେ ଲକଡାଉନ୍ ଅବଧି ସରିବା ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନୂତନ ଗାଇଡଲାଇନ୍ ଅନୁସାରେ ନିଷ୍ପତ୍ତି ନିଆଯିବ। ମେ ୩ରେ କିମ୍ବା ଏହା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସି […]

ପୁରୀ: ନିଲମ୍ବିତ ଯାଜପୁର ଜିଲ୍ଲାର ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନେଇଥିବା ଘଟଣାରେ ସେବାୟତ ଲକ୍ଷ୍ମୀନାରାୟଣ ପୂଜାପଣ୍ଡା (ଶ୍ୟାମା ପୂଜାପଣ୍ଡା)ଙ୍କୁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ନୋଟିସର ଉତ୍ତର ୭ ଦିନ ଭିତରେ ରଖିବାକୁ କୁହାଯାଇଛି। ଆଜି ସକାଳୁ ସିଂହଦ୍ୱାର ପୁଲିସ ଲକ୍ଷ୍ମୀନାରାୟଣ ପୂଜାପଣ୍ଡାଙ୍କୁ ଗିରଫ କରିଥିଲା। ନିଲମ୍ବିତ ଥାନା ଅଧିକାରୀ […]

ମିଳୁନି ବେଲ, ନଡ଼ିଆ ଗୋଟା ୫୦ ଟଙ୍କା : ଘାରିଛି ପଣା ଚିନ୍ତା ଭୁବନେଶ୍ୱର : ଆଜି ମହାବିଷୁବ ସଂକ୍ରାନ୍ତି। ମାତ୍ର ହନୁମାନ ମନ୍ଦିରରେ ଜମିବନି ଭକ୍ତଙ୍କ ଭିଡ଼। ଘରେ ଥାଇ ପ୍ରଭୁଙ୍କୁ ପୂଜିବେ ଶ୍ରଦ୍ଧାଳୁ। କରୋନା ମୁକାବିଲାକାଳୀନ ଲକ୍‌ଡାଉନ୍‌ ପାଇଁ ଫିକା ପଡିଛି ଏହି ସ୍ୱତନ୍ତ୍ର ପର୍ବ। ପଣା ସଂକ୍ରାନ୍ତିର ଏହି ମହାର୍ଘ୍ୟ ସମୟକୁ ଓଡ଼ିଆ ନବବର୍ଷ ରୂପେ ପାଳନ ମଧ୍ୟ କରାଯାଏ। ଓଡ଼ିଆ କ୍ୟାଲେଣ୍ଡରରେ ପ୍ରଥମ ଦିନ […]

ନାମଫଳକରେ ବି ପୁଷ୍ପମାଲ୍ୟ ଅର୍ପଣ ହେଲାନି ଭୁବନେଶ୍ୱର: କରୋନା ପାଇଁ ରାଜଧାନୀ ଭୁବନେଶ୍ୱରର ୭୨ତମ ପ୍ରତିଷ୍ଠା ଦିବସ ପାଳନ ହେଲାନି। ସକାଳେ ପରେଡ୍‌ ହେଲାନି କି ରାଜଧାନୀ ଶ୍ରୀ ସମ୍ମାନ ପ୍ରଦାନ କରାଗଲାନାହିଁ । ସେହିପରି ଆୟୋଜନ ହେଉଥିବା ରାଜଧାନୀ ମହୋତ୍ସବ ବି ଆୟୋଜନ ହେବନି ବୋଲି ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ପକ୍ଷରୁ କୁହାଯାଇଛି। କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକ କହିଛନ୍ତି ଯେ କରୋନା ପାଇଁ ସାରା ଦେଶରେ […]

Social media & sharing icons powered by UltimatelySocial