ଝାରସୁଗୁଡ଼ା/ସୋନପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶ୍ରୀ ଶାହ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଲା ପରେ ସେଠାରେ ସାଂସଦ ଜୁଏଲ ଓରାକ, ସୁରେଶ ପୂଜାରୀ ସ୍ୱାଗତ କରିଛନ୍ତି। ଝାରସୁଗୁଡ଼ାରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ସୋନପୁର ଅଭିମୁଖେ ବାହାରିବେ। ସୋନପୁରରେ ସେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ସମ୍ବୋଧିତ କରିବେ। ଶ୍ରୀ ଶାହ ସୋନପୁରରେ ନିର୍ବାଚନ ବିଗୁଲ୍‌ ଫୁଙ୍କିବେ। ବଲାଙ୍ଗୀର ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ସଂଗୀତା କୁମାରୀ […]

ଗୁଳ୍ମ ପ୍ରଜାତି ନଷ୍ଟ ଭୁବନେଶ୍ୱର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥମୁନି ଜଙ୍ଗଲ ନିଆଁ। ବନ ବିଭାଗ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଲାଗି ପଡ଼ିଥିଲେ ହେଁ ପ୍ରତିଦିନ କେଉଁଠି ନା କେଉଁଠି ଜଙ୍ଗଲ ଜଳୁଛି। କେତେବେଳେ ଡମପଡ଼ା ରେଞ୍ଜରେ ତ ଆଉ କେତେବେଳେ କୁଜିମହଲ ବିଟ୍‌ରେ ଗଛ ଜଳିପୋଡ଼ି ପାଉଁଶ ହୋଇଯାଉଛି। ୨୪ ଦିନ ହେଲା ଅଭୟାରଣ୍ୟରେ ବାରମ୍ବାର ନିଆଁ ଲାଗୁଥିଲେ ମଧ୍ୟ ଅସାମାଜିକତତ୍ତ୍ୱଙ୍କୁ ଠାବ କରିବାରେ ବନ […]

ଜୀବନରେଖା ଏବେ ବିପଦର କାରଣ ଖଣ୍ଡଗିରି: ଏକଦା ଭୁବନେଶ୍ୱର ଉପକଣ୍ଠର ଜୀବନରେଖା କୁହାଯାଉଥିବା ‘ବଇଦି ବନ୍ଧ’ (ନୟନଯୋରି) ଏବେ ସ୍ଥାନୀୟ ଲୋକଙ୍କ ଜୀବନ ପ୍ରତି ବିପଦ ପାଲଟିଛି। ସହରୀ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିବା ଏହି ଜୋର ଆଉ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ତା’ ସହିତ ଏହି ଜୋରର ଆବର୍ଜନା ପାଣି ଏବେ ପାଖଆଖ ଗାଁର ପୋଖରୀ ଓ କୂଅର ପାଣିକୁ ମଧ୍ୟ ପ୍ରଭାବିତ କଲାଣି। କୂଅପାଣି ପ୍ରବଳ ଗନ୍ଧ ହେଉଥିବାରୁ […]

ରାଇରଙ୍ଗପୁର: ଭାରସ୍ୟାମ ହରାଇ ପୋଲ ତଳକୁ ଖସିଲା ଟ୍ରକ୍। ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଟିଏମଏଚ୍‌ରେ ଭର୍ତ୍ତି ସୂଚନା। ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ କେନ୍ଦୁଝରସ୍ଥିତ ଗନ୍ଧମାର୍ଦ୍ଧନ ମାଇନ୍ସରୁ ଏକ ଆଇରନ୍ ପଥର ବୋଝେଇ ଟ୍ରକ୍ (ଜେଏଚ୍-୦୫ଡିଜି-୨୫୮୧) ପଡୋଶୀ ଝାଡ଼ଖଣ୍ଡରୁ ଲୁହାପଥର ଅନଲୋଡ଼ କରି ଫେରୁଥିବା ସମୟରେ ଦାଣ୍ଡବୋଷ ନିକଟରେ ଭାରସ୍ୟାମ ହରାଇ ଏକ ପୋଲ ତଳକୁ ଖସିପଡିଥିଲା। ଫଳରେ ଚାଳକ […]

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ ସାରା ଓଡ଼ିଶା। ରାଜ୍ୟରେ ସିଭିଅର ହିଟୱେଭ୍ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ତିନି ଦିନ ପ୍ରବଳ ହିଟ୍ ୱେଭ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ୨୬ ତାରିଖରେ ହିଟୱେଭ୍ ନେଇ ୨୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ […]

ଭୁବନେଶ୍ୱର: ଅନୁଗୁଳ ପୁଲିସର ସହାୟତାରେ ଭୁବନେଶ୍ୱର ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ତାଳଚେର ଅଞ୍ଚଳରୁ ସୋମବାର ବିପୁଳ ପରିମାଣର ଧଳାଜହର ଜବତ କରିଛି। ଏହି ବେଆଇନ୍‌ କାରବାରରେ ସଂପୃକ୍ତ ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ରକିବୁଲ ସେକ୍‌ (୪୩) ଓ ତାଳଚେରର ବିଜୟ ବୀରବର୍ମା (୨୬)। ବେଆଇନ୍‌ ବ୍ରାଉନ୍‌ସୁଗାର କାରବାର ନେଇ ଏସ୍‌ଟିଏଫ୍‌ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ତାଳଚେର ଅଞ୍ଚଳର […]

ଚନ୍ଦ୍ରଶେଖରପୁର: ମୁମ୍ବାଇସ୍ଥିତ ରତନ ଟାଟାଙ୍କ ବାସଭବନରେ ଆଜି ଟାଟାଗ୍ରୁପ୍‍ର ଚେୟାରମ୍ୟାନ୍‍ ଏମେରିଟସ୍‍ ରତନ ଟାଟାଙ୍କୁ ‘ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୧’ ପ୍ରଦାନ କରାଯାଇଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶ୍ରୀ ଟାଟାଙ୍କୁ ଏହି ସମ୍ମାନ ପ୍ରଦାନ କରିବା ସମୟରେ ଟାଟା ଗ୍ରୁପ୍‍ର ଅଧ୍ୟକ୍ଷ ଏନ୍‍ ଚନ୍ଦ୍ରଶେଖରନ୍‍ ଓ ତିନି ଥର ଗ୍ରାମି ପୁରସ୍କାର ବିଜେତା ରିକି କେଜ୍‍ ଉପସ୍ଥିତ ଥିଲେ। ଏହି ଅବସରରେ ରତନ ଟାଟା ଶ୍ରୀ […]

ଭୁବନେଶ୍ୱର: ମୁମ୍ବାଇ, ରାଞ୍ଚି, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିବା ୭ଜଣ ନକଲି ଅଫିସରଙ୍କୁ କମିସନରେଟର ସ୍ପେଶାଲ ସ୍ୱାଡ୍ ଗିରଫ କରିଛି। କେତେବେଳେ ସିବିଆଇ, ସ୍ପେଶାଲ ବ୍ରାଞ୍ଚ, ଆଉ ସ୍ପେଶାଲ ସ୍ୱାଡ୍ ର ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ଅଭିଯୁକ୍ତମାନେ। ସେମାନଙ୍କ ନିକଟରୁ ୩.୫ ଲକ୍ଷ ଟଙ୍କା, ୬ ଲକ୍ଷ ମୂଲ୍ୟର ସୁନା ଗହଣା ଜବତ ହୋଇଛି।ଏନେଇ ପୁଲିସ କମିସନର ସଞ୍ଜୀବ ପଣ୍ଡା […]

ନୂଆଦିଲ୍ଲୀ: ହଂକଂ ଓ ସିଙ୍ଗାପୁରରେ ଭାରତୀୟ କମ୍ପାନି ଏମ୍‌ଡିଏଚ୍‌ ପ୍ରାଇଭେଟ୍‌ ଲିମିଟେଡ ଓ ଏଭେରେଷ୍ଟ ଫୁଡ୍‌ ପ୍ରଡକ୍ଟସ ଲିମିଟେଡର ସମଲା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଭାରତ ସରକାର କୌଣସି ପ୍ରତିବନ୍ଧକ କାହିଁକି ନେଉ ନାହାନ୍ତି ବୋଲି ଲୋକେ ପ୍ରଶ୍ନ କରିଥିଲେ। ତେବେ ଦୁଇଟି ଦେଶରେ ଆର୍ଥାତ ହଂକଂ ଓ ସିଙ୍ଗାପୁର ସରକାର ଏମ୍‌ଡିଏଚ୍ ଓ ଏଭେରେଷ୍ଟ ମସାଲକୁ ବ୍ୟାନ କରି ଯଥାଶୀଘ୍ର […]

ଜଟଣୀ: ସମ୍ପ୍ରତି ଲଘୁ ଖଣିଜ ମାଫିଆମାନଙ୍କୁ ପାଗ ବେଶ୍ ସୁହାଉଛି। ଦିନବେଳା ନିଛାଟିଆ ସମୟରେ ଖଣିରେ ଚାଲୁଛି ଜେସିବି ଓ ପାୱାର୍‌ ଟିଲର୍‌। ରାତିରେ ଟ୍ରାକ୍ଟର, ଟ୍ରକ୍‌ ଓ ହାଇୱାରେ ହେଉଛି ଚାଲାଣ। ଏପ୍ରିଲ ମାସ ଆରମ୍ଭରୁ ଜଟଣୀ ତହିସିଲ ଅଧୀନ ବିଭିନ୍ନ ଅଞ୍ଚଳର ଚୋରା ଖଣିରେ ମାଫିଆମାନେ ଏମିତି ନୂଆ ତରିକା ଆ‌ପଣେଇଥିବା ଦେଖିବାକୁ ମିଳିଛି। ଉଦୁଉଦିଆ ଖରାବେଳେ ଖନନ କାମ ଚାଲୁଥିବା ବେଳେ ରାତିରେ ସୁରୁଖୁରୁରେ ଚାଲାଣ […]

Social media & sharing icons powered by UltimatelySocial