ଜାକର୍ତ୍ତା: ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ କନ୍ୟା ସୁକମାବତୀ ସୁକର୍ଣ୍ଣପୁତ୍ରୀ (୬୯) ଇସ୍‌ଲାମ ଧର୍ମ ଛାଡ଼ି ହିନ୍ଦୁଧର୍ମ ଗ୍ରହଣ କରିଛନ୍ତି। ବାଲିର ବୁଲେଙ୍ଗସ୍ଥିତ ସୁକର୍ଣ୍ଣୋ ସେଣ୍ଟର ହେରିଟେଜ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରୀତିନୀତି ଅନୁଯାୟୀ ସୁକମାବତୀ ଧର୍ମ ପରିବର୍ତ୍ତନ କରିଥିଲେ। ଏହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ପୂଜାରୀ ମନ୍ତ୍ର ଉଚ୍ଚାରଣ କରି ସୁକମାବତୀଙ୍କ ଉପରେ ପବିତ୍ର ଜଳ ସିଞ୍ଚନ କରିଥିଲେ। ପରମ୍ପରା ଅନୁଯାୟୀ ଆଳତି […]

ବାଲ୍‌ଟିମୋର୍‌ : ଚୀନ୍‌ ତାଇଓ୍ଵାନ୍‌ ଆକ୍ରମଣ କଲେ ଯୁକ୍ତରାଷ୍ଟ୍ର ଆମେରିକା ତାକୁ ସୁରକ୍ଷା ଦେବ ବୋଲି ଗୁରୁବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ସୂଚନାଯୋଗ୍ୟ, ଦ୍ୱୀପଦେଶ ତାଇଓ୍ଵାନ୍‌କୁ ଚୀନ୍‌ ତା’ର ବିଚ୍ଛିନ୍ନ ପ୍ରଦେଶ ବୋଲି ଦାବି କରି ଆସୁଛି। ତାଇଓ୍ଵାନ୍‌କୁ ସୁରକ୍ଷା ଦେବା ପ୍ରସଙ୍ଗରେ ‘ସିଏନ୍‌ଏନ୍‌’ ଟାଉନ୍‌ ହଲ୍‌ରେ ପଚରା ଯିବାରୁ ବାଇଡେନ୍‌ କହିଲେ, ହଁ, ଆମେ ସେଥିପ୍ରତି ପ୍ରତିଶ୍ରୁତିବଦ୍ଧ। କିନ୍ତୁ, ବାଇଡେନ୍‌ଙ୍କ ଏତାଦୃଶ ବିବୃତି ଯୁକ୍ତରାଷ୍ଟ୍ର ଆମେରିକାର […]

ହଷ୍ଟନ୍‌ : ମଙ୍ଗଳବାର ଦିନ ହଷ୍ଟନ୍‌ ବାହାରେ ଥିବା ଗୋଟାଏ ଛୋଟ ବିମାନ ବନ୍ଦରରୁ ଉଡ଼ାଣ ଉଦ୍ୟମ କରୁଥିବା ବେଳେ ଏକ ଘରୋଇ ଜେଟ୍‌ ବିମାନରେ ନିଆଁ ଲାଗିଯାଇଥିଲା। ସେଥିରେ ଥିବା ୨୧ଜଣ ବ୍ୟକ୍ତି ବିଶେଷ ଆହତ ନ ହୋଇ ଅଳ୍ପକେ ନିସ୍ତାର ପାଇଯାଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା ବିମାନ ଚଳାଚଳ ଅଧିକାରୀମାନେ କହିଛନ୍ତି। ସ୍ଥାନୀୟ ସମୟ ସକାଳ ୧୦ଟା ପରେ ପରେ ‘ହଷ୍ଟନ୍‌ ଏକ୍ଜିକ୍ୟୁଟିଭ୍‌ ଏୟାର୍‌ପୋର୍ଟ’ରୁ ଉଡ଼ାଣ ଆରମ୍ଭ […]

ଇସ୍ରାଏଲ୍‌ : ଲେବାନନ୍‌ର ହିଜ୍‌ବୁଲ୍ଲାହ୍‌ ସହ ଇସ୍ରାଏଲ୍‌ ଯୁଦ୍ଧ କରିବାକୁ ଚାହେଁନାହିଁ କିନ୍ତୁ, ଯଦି ଯୁଦ୍ଧ ହୁଏ ତେବେ, ହିଜ୍‌ବୁଲ୍ଲାହ୍‌ ଦୈନିକ ନିକ୍ଷେପ କରୁଥିବା ୨୦୦୦ ରକେଟ୍‌ର ସମୁଖୀନ ହେବା ପାଇଁ ଇସ୍ରାଏଲ୍‌ ପ୍ରସ୍ତୁତ ଅଛି ବୋଲି ଜଣେ ବରିଷ୍ଠ ଇସ୍ରାଏଲୀୟ ସାମରିକ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ମେ ମାସରେ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲୀୟ ସେନା ପାଲେଷ୍ଟେନୀୟ ସଶସ୍ତ୍ର ସଙ୍ଗଠନ ସହ ୧୧ ଦିନ ଯୁଦ୍ଧ […]

ମସ୍କୋ: ପ୍ରଥମ ଥର ପାଇଁ ମହାକାଶରେ ଏକ ଚଳଚ୍ଚିତ୍ରର କେତୋଟି ଦୃଶ୍ୟାବଳୀ ସୁଟିଙ୍ଗ୍‌ ଶେଷ କରି ଥିବା ଜଣେ ରୁଷୀୟ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ଗତରାତି ୧୨.୩୫ରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଯଦି ଏହି ପ୍ରକଳ୍ପ ଅଗ୍ରଗତି କରେ, ତେବେ ଏହି ରୁଷୀୟ ଚଳଚ୍ଚିତ୍ର ଟିମ୍‌ ଗତବର୍ଷ ହଲିଉଡ୍‌ ଘୋଷଣା କରିଥିବା ପ୍ରକଳ୍ପକୁ ପ୍ରତିହତ କରିବ। ‘ମିସନ୍‌ ଇମ୍ପସିବଲ୍‌’ର ଅଭିନେତା ଟମ୍‌ କ୍ରୁଜ୍‌, ‘ନାସା’ ଏବଂ ‘ଏଲନ୍‌ ମସ୍କ୍‌’ର ‘ସ୍ପେସ୍‌ଏକ୍ସ’କୁ […]

ବେଜିଙ୍ଗ୍‌: ଗୋଟାଏ ‘ହାଇପର୍‌ ସୋନିକ୍‌’ କ୍ଷେପଣାସ୍ତ୍ର ନିକ୍ଷେପ କରି ଚୀନ୍‌ ନୂତନ ମହାକାଶୀୟ ସାମର୍ଥ୍ୟ ପରୀକ୍ଷା କରିଥିବା କଥା ଶନିବାର ଦିନ ‘ଦି ଫାଇନାନ୍‌ସିଆଲ୍‌ ଟାଇମ୍ସ୍‌’ ରିପୋର୍ଟ କରିଛି। ପରୀକ୍ଷା ସମ୍ବନ୍ଧରେ ଜ୍ଞାନ୍ତ ଥିବା ବିଭିନ୍ନସୂତ୍ର ଉପରେ ଆଧାରିତ ଏହି ରିପୋର୍ଟ ଅନୁସାରେ, ଅଗଷ୍ଟ ମାସରେ ବେଜିଙ୍ଗ୍‌ ଆଣବିକ ସାମର୍ଥ୍ୟ ଥିବା ଏକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ନିର୍ଦ୍ଧାରିତ ଲକ୍ଷସ୍ଥଳରେ ପଡ଼ିବା ପୂର୍ବରୁ ତାହା ନିମ୍ନ କକ୍ଷପଥରେ ପୃଥିବୀ ପରିକ୍ରମା […]

ଲଣ୍ଡନ୍‌: ଶୁକ୍ରବାର ଦିନ ଗୋଟାଏ ଗୀର୍ଜାରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ‘କଞ୍ଜର୍‌ଭେଟିଭ୍‌ ପାର୍ଟି’ର ସାଂସଦ ଡେଭିଡ୍‌ ଆମେସ୍‌ ଛୁରାମାଡ଼ରେ ନିହତ ହୋଇଛନ୍ତି। ତାଙ୍କ ‘ଇଲେକ୍ଟୋରାଲ୍‌ ଜିଲ୍ଲା’ରେ ଭୋଟର୍‌ମାନଙ୍କୁ ଭେଟୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ଶୁକ୍ରବାର ମଧ୍ୟାହ୍ନ ସମୟରେ ପୂର୍ବାଞ୍ଚଳ ଇଂଲଣ୍ଡ୍‌ର ସାଉଥ୍‌ଏଣ୍ଡୱେଷ୍ଟ ଇସେକ୍ସ୍‍ର ସାଂସଦ ଭାବେ ପ୍ରତିନିଧିତ୍ୱ କରୁଥିବା ୬୯ ବର୍ଷିୟ ଡେଭିଡ୍‌ ଆମେସ୍‌ଙ୍କୁ ଲି-ଅନ୍‌-ସି ଠାରେ ଥିବା ବେଲ୍‌ଫେୟାର୍ସ ମେଥଡିଷ୍ଟ୍‍ ଚର୍ଚରେ […]

ୱାଶିଂଟନ: ଆମ ସୂର୍ଯ୍ୟଙ୍କ ଚାରିପଟେ ବୁଲୁଥିବା ଗ୍ରହ, ଉପଗ୍ରହ, ଗ୍ରହାଣୁ ଓ ଧୂମକେତୁ ପ୍ରଭୃତିଙ୍କୁ ନେଇ ଆମ ସୌରଜଗତ ଗଠିତ। ଧୂମକେତୁଙ୍କ କକ୍ଷପଥ ଅତିଶୟ ଅଣ୍ଡାକାର। ସେମାନେ ଯେତେବେଳେ ସୂର୍ଯ୍ୟଙ୍କ ନିକଟତର ହୁଅନ୍ତି ସୂର୍ଯ୍ୟଙ୍କ ଆକର୍ଷଣରେ ସେମାନଙ୍କ ସୂର୍ଯ୍ୟଙ୍କ ପାର୍ଶ୍ବବର୍ତ୍ତୀ ଗ୍ୟାସୀୟ ଅବୟବ ଲମ୍ବା ହୋଇଯାଇ ଏକ ଲାଞ୍ଜ ପରି ଦେଖାଯାଏ। ତେଣୁ ଏହାକୁ ଲଞ୍ଜାତାରା କୁହାଯାଏ। ଅନେକ ବର୍ଷ ବ୍ୟବଧାନରେ ଗୋଟିଏ ଗୋଟିଏ ଲଞ୍ଜାତାରା ଦେଖିବାକୁ ମିଳନ୍ତି। କିନ୍ତୁ […]

ସ୍ଥିତି ମୁକାବିଲା ଲାଗି ସେନା ମୂତୟନ, ଲୋକଙ୍କ ରାସ୍ତା ଅବରୋଧ, ୩୮ ଗିରଫ ଲଣ୍ଡନ: ବ୍ରିଟେନ୍‌‌ରେ ତେଲକୁ ନେଇ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ସପ୍ତାହରୁ ଅଧିକ ସମୟ ବିତିଯିବା ପରେ ମଧ୍ୟ ସ୍ଥିତିରେ ବିଶେଷ ସୁଧାର ହେଉଥିବାରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ବିଭିନ୍ନ ସ୍ଥାନରେ ବିଭ୍ରାଟ ସୃଷ୍ଟି କରୁଥିବା ୩୮ ଜଣ ଲୋକଙ୍କୁ ସ୍ଥାନୀୟ ପୁଲିସ ଗିରଫ କରିଛି। […]

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦଳ ପିଟିଆଇ ଶେଷରେ ସତ ଓଗାଳି ଦେଇଛି। ବୁଧବାର ଦେଶର ଜଣେ ସାମ୍ବାଦିକଙ୍କ ସହ ବିତର୍କ ସମୟରେ ପିଟିଆଇ ଏହା ସ୍ବୀକାର କରିଛି ଯେ, ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀ ସମ୍ପୃକ୍ତ। ମହମ୍ମଦ ଅଜମଲ ଅମିର କସବ ଏବଂ ଅନ୍ୟ ଆତଙ୍କବାଦୀମାନେ ମୁମ୍ବାଇ ଆକ୍ରମଣରେ ସାମିଲ ଥିଲେ ବୋଲି ପିଟିଆଇ ମୁଖପାତ୍ର ଅବଦୁଲ ସମାଦ ୟାକୁବ ସ୍ବୀକାର କରିଥିଲେ। […]

Social media & sharing icons powered by UltimatelySocial