ଟୋକିଓ: ଜାପାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଫୁମିଓ କିଷିଡ଼ା ଶାସକ ଦଳର ନେତା ବଛାଯାଇଥିବାରୁ ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୬୪ ବର୍ଷୀୟ କିଷିଡ଼ା ସୋମବାର ବିଦାୟୀ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ ଉତ୍ତରାଧିକାରୀ ଭାବେ ନିଯୁକ୍ତ ହେବା ଆଶା କରାଯାଉଥିଲା, ଯାହାଫଳରେ ସେ ଭୂତାଣୁ-ଜନିତ ଜରୁରୀ ପରିସ୍ଥିତି ସମୟରେ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତିର ଦାୟିତ୍ବ ନେଇପାରିବେ। ତେବେ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ନିର୍ବାଚନରେ କିଷିଡ଼ା ଶେଷରେ […]

ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ୍‌ର ୭୬ତମ ଅଧିବେଶନରେ ଉଦ୍‌ବୋଧନ ଦେବା ଲାଗି ଶୁକ୍ରବାର ସନ୍ଧ୍ୟାରେ (ନ୍ୟୁୟର୍କର ସ୍ଥାନୀୟ ସମୟ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସାକ୍ଷାତ୍‌ କରିବା ପରେ ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ‘କ୍ବାଡ୍‌ ଶିଖର ସମ୍ମିଳନୀ’ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାସିଂଟନ୍‌ରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ନ୍ୟୁୟର୍କ ସହରରେ […]

ୱାସିଂଟନ୍‌: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌ ପରସ୍ପରଙ୍କୁ ଭେଟିବା ସହ ଆଫଗାନିସ୍ତାନ ଓ କୋଭିଡ୍‌ ମହାମାରୀ ଭଳି କେତେକ ବୈଶ୍ବିକ ପରିସ୍ଥିତି ପ୍ରସଙ୍ଗରେ ମତବିନିମୟ କରିବା ସହ ଅବାଧ, ମୁକ୍ତ ଏବଂ ସାମଗ୍ରିକ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଥିବା କଥା ପୁଣି ଥରେ କହିଛନ୍ତି। ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ୍‌-୧୯ ପରିସ୍ଥିତି ପ୍ରସଙ୍ଗରେ ଆଲୋଚନା କରିବା […]

ୱାସିଂଟନ୍: ୩ଦିନିଆ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରତ୍ୟୁଷରେ ୱାସିଂଟନ୍‌ ଡିସିରେ ପହଞ୍ଚିଛନ୍ତି। ଗୁରୁବାର ରାତି ୩.୩୦ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଯାଇଥିବା ବିମାନ ୱାସିଂଟନ୍‌ସ୍ଥିତ ‘ଜଏଣ୍ଟ୍‌ ଆଣ୍ଡ୍ରିଉଜ୍‌ ଏୟାର୍‌ବେସ୍‌’ରେ ଅବରତଣ କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକାରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତ ତରଣଜିତ୍‌ ସିଂହ ସାନ୍ଧୁଙ୍କ ସମେତ ଦୂତାବାସ ପ୍ରତିରକ୍ଷା ଦାୟିତ୍ବରେ ଥିବା ବ୍ରିଗେଡିୟର୍‌ ଅନୁପ ସିଙ୍ଗଲ୍, ଏୟାର୍ କମୋଡୋର୍‌ ଅଞ୍ଜନ ଭଦ୍ରା ଏବଂ […]

ଗୁଜୁରାଟରେ ୨୧ ହଜାର କୋଟିର ହେରୋଇନ ଜବତ ନୂଆଦିଲ୍ଲୀ : ଆଫଗାନିସ୍ତାନରେ କ୍ଷମତାକୁ ଫେରୁ ଫେରୁ ତାଲିବାନ ନିଜର ପୁରୁଣା ବ୍ୟବସାୟ ଆରମ୍ଭ କରିଦେଲାଣି। ଗତ ସପ୍ତାହରେ ଗୁଜୁରାଟର ମୁନ୍ଦ୍ରା ବନ୍ଦରରୁ ୨୧ ହଜାର କୋଟି ଟଙ୍କା ମୂଲ୍ୟର ପ୍ରାୟ ୩ ହଜାର କିଲୋଗ୍ରାମ ହେରୋଇନ ଧରାପଡ଼ିବା ପରେ ଏହି ସଂଦେହ ଦୃଢ ହେବାରେ ଲାଗିଛି। ପୂର୍ବର ଅସରଫ ଗନି ସରକାରରେ ଡ୍ରଗ୍ସ ଚୋରାଚାଲାଣ ଉପରେ ନିଷେଧାଜ୍ଞା ଲଗାଯାଇଥିଲା। କିନ୍ତୁ […]

ମାଡ୍ରିଡ୍‌: ସପ୍ତାହେବ୍ୟାପୀ ଭୂକମ୍ପନ ପ୍ରକ୍ରିୟା ଜାରି ରହିବା ପରେ ରବିବାର ଦିନ ସ୍ପେନ୍‌ର ଆଟ୍‌ଲାଣ୍ଟିକ୍ ମହାସାଗର ମଧ୍ୟସ୍ଥ ଲା ପ୍ଲାମା ଦ୍ବୀପରେ ରବିବାର ଦିନ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇଛି। ନିକାଞ୍ଚନ ପାର୍ବତ୍ୟ ଅଞ୍ଚଳରେ ଥିବା ବାସଗୃହ ଆଡ଼କୁ ଆଗ୍ନେୟଗିରି ଉଦ୍‌ଗୀରଣଜନିତ ଗଳିତଧାତୁ (ଲାଭା) ସ୍ରୋତ ମାଡ଼ି ଯିବାର ଆଶଙ୍କା କରି ସରକାରୀ କର୍ତ୍ତୃପକ୍ଷମାନେ ତୁରନ୍ତ ୧୦୦୦ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିଥିଲେ। ‘କେନେରି ଆଇଲାଣ୍ଡ୍‌ସ୍‌ ଭଲକାନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍‌’ ରିପୋର୍ଟ ଅନୁସାରେ, ଦ୍ବୀପର […]

କାବୁଲ : ତାଲିବାନ ପଞ୍ଜଶୀରରେ ବିଜୟ ହାସଲ କରିଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି ଏବଂ ସେଠାରେ ଏବେ ବି ୫୦ରୁ ଅଧିକ ସ୍ଥାନରେ ଲଢ଼େଇ ଜାରି ରହିଛି। ବିଦ୍ରୋହୀମାନେ ଏହି ପ୍ରଦେଶର ଶତାଧିକ ସ୍ଥାନରେ ନିଜର ଆଡ଼ା ସୁରକ୍ଷିତ କରିବା ସହ ଦୀର୍ଘକାଳୀନ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇସାରିଥିବାରୁ ପଞ୍ଜଶୀର ତାଲିବାନ ଦଖଲକୁ ଆସିବା ଏତେ ସହଜ ହେବନାହିଁ ବୋଲି କୁହାଯାଇଛି। ପଞ୍ଜଶୀର ବିଦ୍ରୋହୀ ବାହିନୀ ପକ୍ଷରୁ ଆଜି […]

କାବୁଲ: ଗତ ମାସରେ ତାଲିବାନ କ୍ଷମତାକୁ ଆସିବା ପରେ ଆଜି ପ୍ରଥମ ଥର ପାଇଁ କାବୁଲରୁ ଏକ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିଛି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସୁରକ୍ଷା ଦୃଷ୍ଟିରୁ କାବୁଲ ଏୟାରସ୍ପେସକୁ ବନ୍ଦ କରିଦିଆଯାଇଥିଲା। ଏହା ପରେ ବିଭିନ୍ନ ଦେଶର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ ପଠାଯାଇଥିଲା। ଏବେ ତାଲିବାନ ନିଜର କାମଚଳା ସରକାର ଗଠନ କରିସାରିଥିବା ବେଳେ […]

ଫ୍ରାନ୍ସ : ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ୟୁନିୟନ୍‌ ଫର୍‌ କଞ୍ଜର୍‌ଭେସନ୍‌ ଅଫ୍ ନେଚର୍‌’ (ଆଇୟୁସିଏନ୍‌) ଗଣନା ଅନୁସାରେ ତିଷ୍ଠି ରହିବାକୁ ଥିବା ୧୩୮,୦୦୦ ଜୀବ ଓ ଉଦ୍ଭିଦ ପ୍ରଜାତିରୁ ପ୍ରାୟ ୨୮% ସମ୍ପ୍ରତି ଚିରକାଳ ପାଇଁ ବିଲୋପ ହୋଇଯିବା ଆଶଙ୍କା ଦେଖାଦେଇଛି। ପ୍ରାକୃତିକ ଜଗତ୍‌ରେ ମଣିଷର ଧ୍ବଂସାତ୍ମକ କାର୍ଯ୍ୟକଳାପ ପ୍ରଭାବରୁ ଏଭଳି ହେଉଥିବା କଥା ଏହି ବୈଶ୍ବିକ ସଂରକ୍ଷଣ ସଂସ୍ଥାନ ଦୋଦୁଲ୍ୟମାନ ପରିସ୍ଥିତିରେ ଥିବା ପ୍ରାଣୀ ପ୍ରଜାତିଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଆୟୋଜିତ […]

ୱାଶିଂଟନ: ମୁଷ୍ଟିଯୁଦ୍ଧରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କ୍ଷଣିକରେ ପରାସ୍ତ କରି ପାରିବେ ବୋଲି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ବିଦ୍ରୂପ କରି ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେଦିନ ‘ଟ୍ରିଲର୍‌ ଫାଇଟ୍‌ କ୍ଲବ୍‌’ରେ ଟ୍ରମ୍ପ୍‌ ଏବଂ ତାଙ୍କ ପୁଅ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଜୁନିୟର୍‌ ଧାରାବିବରଣୀ ପ୍ରଚାର କରୁଥିଲେ। ଟ୍ରମ୍ପ୍‌ଙ୍କ ଏତାଦୃଶ ମନ୍ତବ୍ୟ ଶୁଣି ଉପସ୍ଥିତ ଜନସାଧାରଣ ହସି ଉଠିଲେ ସତ କିନ୍ତୁ, ତାଙ୍କ କଥାଟି ‘ଇଣ୍ଟର୍‌ନେଟ୍‌’ରେ ଆଲୋଡ଼ନ […]

Social media & sharing icons powered by UltimatelySocial