ନୂଆଦିଲ୍ଲୀ: ଆଫଗାନ ପ୍ରତିବାଦକାରୀ ଓ ସାମ୍ବାଦିକମାନଙ୍କ ଉପରେ ତାଲିବାନ୍ ଚଳାଇଥିବା ଭୀଷଣ ଦମନ ଅଭିଯାନ ଲାଗି ଜାତିସଂଘ ଉଦ୍‌ବେଗ ପ୍ରକାଶ କରିବା ସହ ନିନ୍ଦା କରିଛି। ଶାନ୍ତିପୂର୍ଣ୍ଣ ଭାବେ ସମବେତ ହୋଇ ଅଧିକାର ସାବ୍ୟସ୍ତ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ବଳ ପ୍ରୟୋଗ ହ୍ରାସ କରିବା ସହ ନିର୍ବିଚାର ଭାବେ ଅଟକ ରଖାଯିବା ଅଭିଯାନ ବନ୍ଦ କରିବା ଲାଗି ଜାତିସଂଘ ତାଲିବାନ୍‌କୁ କହିଛି। ଶୁକ୍ରବାର ଦିନ ଜାରି କରିଥିବା ବିବୃତିରେ ‘ୟୁଏନ୍‌ […]

ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଭାଇ ରୋହୁଲ୍ଲା ସାଲେହ କାବୁଲ: ତାଲିବାନ ସହ ଲଢ଼ି ହାରିଗଲେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଭାଇ। ପଞ୍ଜଶୀର ଉପତ୍ୟକାରେ ତାଲିବାନ ସହ ଲଢ଼ୁଥିବା ଅମରୁଲ୍ଲା ସାଲେହଙ୍କ ଭାଇ ରୋହୁଲ୍ଲା ସାଲେହଙ୍କୁ ହତ୍ୟା କରିଛି ତାଲିବାନ। ତାଲିବାନ ଆଫଗାନିସ୍ତାନର ଅନେକ ପ୍ରଦେଶକୁ ଦଖଲକୁ ନେଇଥିଲେ ବି ଏପର୍ଯ୍ୟନ୍ତ ପଞ୍ଜଶୀରକୁ ସମ୍ପୂର୍ଣ୍ଣ ଦଖଲ କରିପାରିନାହିଁ। ଏବେ ବି ୬୦ପ୍ରତିଶତ ପଞ୍ଜଶୀରକୁ ଅକ୍ତିଆର କରି ରଖିଛନ୍ତି ଅହମ୍ମଦ […]

ଜାତିସଂଘର ଆତଙ୍କବାଦୀ ତାଲିକାରେ ରହିଛି ନାଁ କାବୁଲ: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ପରବର୍ତ୍ତୀ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏହାପୂର୍ବରୁ ଗତ ସପ୍ତାହରେ ସରକାର ଘୋଷଣା ନେଇ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ କୌଣସି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ବୁଧବାର ଦିନ କିମ୍ବା ଆଗାମୀ ଦିନରେ ଏକ ନୂତନ ତାଲିବାନ ସରକାର ଗଠନ ହେବ ବୋଲି ବିଶ୍ୱାସ କରାଯାଉଛି। ତେବେ ପ୍ରଥମେ ଆଫଗାନିସ୍ତାନର ନୂତନ […]

କାବୁଲ: ପଞ୍ଜଶୀର ପ୍ରଦେଶରେ ତାଲିବାନ ଆଡ୍ଡାକୁ ଟାର୍ଗେଟ କଲା ଅଜ୍ଞାତ ସାମରିକ ବିମାନ। ଆଫଗାନିସ୍ତାନର ପଞ୍ଜଶୀର ପ୍ରଦେଶକୁ ସମ୍ପୂର୍ଣ୍ଣ ଦଖଲ କରିଥିବା ନେଇ ତାଲିବାନ ଦାବି କରିବାର ଗୋଟିଏ ଦିନ ପରେ ଅଜ୍ଞାତ ସାମରିକ ବିମାନ ପଞ୍ଜଶୀର ପ୍ରଦେଶରେ ଥିବା ତଲିବାନର ଆଡ୍ଡାକୁ ଟାର୍ଗେଟ କରିଛି। ତେବେ ଏହି ଆକ୍ରମଣରେ କେତେଜଣ ମୃତାହତ ହୋଇଛନ୍ତି, ସେ ନେଇ କୌଣସି ସୂଚନା ମିଳିନାହିଁ। ଗତକାଲି ପଞ୍ଜଶୀର ପାଇଁ ଚାଲିଥିବା ଲଢ଼େଇରେ ଆମେ […]

ନୂଆଦିଲ୍ଲୀ : ତାଲିବାନ ଶାସିତ ଆଫଗାନିସ୍ତାନରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂତ୍ର ଅନୁସାରେ, ସରକାରର ନେତୃତ୍ବ ନେବେ ଶୀର୍ଷ ତାଲିବାନ ନେତା ମୁଲ୍ଲା ଅବ୍ଦୁଲ ଗନି ବରାଦର। ଏଥିସହ ମୁଲ୍ଲା ୟାକୁବ୍ ଏବଂ ଶେର ମହମ୍ମଦ ସ୍ତାନେକଜାଇଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବି ଦିଆଯିବ ବୋଲି ସୂଚନା ରହିଛି। ଆଜି ନୂତନ କ୍ୟାବିନେଟ୍ ଘୋଷଣା କରାଯିବାର ସମ୍ଭାବନା ରହିଛି। ତାଲିବାନର ରାଜନୈତିକ ଶଖାର ମୁଖ୍ୟ ମୁଲ୍ଲା ଅବ୍ବୁଲ୍ ଗନି ବରାଦର […]

କାବୁଲ୍‌: ସର୍ବୋଚ୍ଚ ନେତା ହୈବତୁଲ୍ଲା ଅଖୁନ୍ଦଜାଦା ନୂତନ ଆଫଗାନିସ୍ତାନ ସରକାରର ମୁଖ୍ୟ ହେବେ ବୋଲି ବୁଧବାର ଦିନ ତାଲିବାନ୍ ସୂଚନା ଦେଇଛି। ଆଫଗାନିସ୍ତାନର ପରବର୍ତ୍ତୀ ସରକାରରେ ପ୍ରଧାନମନ୍ତ୍ରୀ ପଦ ରହିବ ବୋଲି ମଧ୍ୟ ସୂଚନା ମିଳୁଥିବା କଥା ‘ଟୋଲୋ ନିଉଜ୍‌’ ରିପୋର୍ଟ କରିଛି। ‘ତାଲିବାନ୍‌ କଲ୍‌ଚୁରାଲ୍‌ କମିସନ୍‌’ର ଅନ୍ୟତମ ସଦସ୍ୟ ଅନାମୁଲ୍ଲା ସମନଗନି ସୂଚନା ଦେଇଛନ୍ତି, ତାଲିବାନ୍‌ ନେତା ମୁଲ୍ଲା ହୈବତୁଲ୍ଲା ଅଖୁନ୍ଦଜାଦା ନୂତନ ସରକାରର ମୁଖ୍ୟ ହେବେ। ସେ […]

ତାଲିବାନ କବ୍‌ଜାରେ ଆମେରିକୀୟ ବନ୍ଧୁକ ଓ ସାମରିକ ଯାନ କାବୁଲ: ଆଫଗାନ୍‌ ମାଟିରୁ ଆମେରିକାର ବିଦାୟ ସହିତ ସଂପୂର୍ଣ୍ଣ ବିଜୟ ଘୋଷଣା କରିଥିବା ତାଲିବାନ ଏବେ ଆମେରିକା ଅସ୍ତ୍ରରେ ହିଁ ବଳୀୟାନ ହୋଇଛି। ଆଫଗାନ ଛାଡ଼ିବା ପୂର୍ବରୁ ଆମେରିକା ସେନା ୭୩ଟି ବିମାନ ଅଚଳ କରିଦେବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଧ୍ବଂସ କରିଦେଇଛନ୍ତି। କାବୁଲ ବିମାନବନ୍ଦରରେ ଥିବା ହେଲିକପ୍ଟର ଏବଂ ଯୁଦ୍ଧାସ୍ତ୍ର ସବୁ ଆମେରିକା ଅଚଳ କରିଦେଇଛି। ଏହା ସତ୍ତ୍ୱେ […]

ପୂର୍ଣ୍ଣ ସ୍ବାଧୀନତା ଘୋଷଣା କଲା ତାଲିବାନ, ବିମାନବନ୍ଦର ରନ୍‌ୱେରେ ଶୀର୍ଷ ତାଲିବାନ ନେତାଙ୍କ ସମାବେଶ କାବୁଲ: ତାଲିବାନ ସହିତ ଦୀର୍ଘ ୨୦ ବର୍ଷର ଲମ୍ବା ଲଢ଼େଇ ପରେ ଆମେରିକା ଆଫଗାନିସ୍ତାନରୁ ବିଦାୟ ନେଇଛି। ଗୋଟିଏ ପଟେ ଆମେରିକାର ପରାଜୟ ଓ ଅନ୍ୟପଟେ ତାଲିବାନର ବିସ୍ମୟକର ଅଭ୍ୟୁଦୟ ବିଶ୍ବବ୍ୟାପୀ ଆଲୋଡ଼ନ ଆଣିଛି। କାବୁଲ ବିମାନ ବନ୍ଦରକୁ ନିୟନ୍ତ୍ରଣରେ ରଖି ଉଦ୍ଧାର କାର୍ଯ୍ୟ ଚଳାଇଥିବା ଆମେରିକା ଗତରାତିରେ ସବୁ ପ୍ରକ୍ରିୟା ଶେଷ କରି […]

କାବୁଲ: ତାଲିବାନର ଆତଙ୍କରୁ ରକ୍ଷା ପାଇବା ପାଇଁ ଆଫଗାନିସ୍ତାନ ଛାଡିବା ଆଶାରେ କାବୁଲ ବିମାନବନ୍ଦରରେ ପହଞ୍ଚୁଥିବା ଲୋକମାନେ ଭୋକ ଓ ଶୋଷରେ ମରୁଛନ୍ତି। କାରଣ ଖାଦ୍ୟ ଏବଂ ପାନୀୟ ସାମଗ୍ରୀ ବିମାନବନ୍ଦର ବାହାରେ ଅଧିକ ମୂଲ୍ୟରେ ବିକ୍ରି ହେଉଛି। କେବଳ ଏତିକି ନୁହେଁ, ଦୋକାନୀମାନେ ଆଫଗାନିସ୍ତାନ ମୁଦ୍ରା ବଦଳରେ ଡଲାର ଦାବି କରୁଛନ୍ତି। ଯଦିଓ ଆମେରିକୀୟ ଏବଂ ବ୍ରିଟିଶ ସୈନିକମାନେ ବିମାନବନ୍ଦରରେ ପହଞ୍ଚୁଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି, ତଥାପି ପର୍ଯ୍ୟାପ୍ତ […]

କାବୁଲ : କାବୁଲର ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ଆବେ ଗେଟ୍ ନିକଟରେ ଆଜି ସଂଧ୍ୟାରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ ଏହି ବିସ୍ଫୋରଣରେ କେତେ ଜଣ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହି ବିସ୍ଫୋରଣ ସମ୍ପର୍କରେ ପେଣ୍ଟାଗନ ମୁଖପାତ୍ର ଜନ କର୍ବି ଟ୍ବିଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ମୃତାହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ […]

Social media & sharing icons powered by UltimatelySocial