କାବୁଲ : କାବୁଲର ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ଆବେ ଗେଟ୍ ନିକଟରେ ଆଜି ସଂଧ୍ୟାରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ ଏହି ବିସ୍ଫୋରଣରେ କେତେ ଜଣ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହି ବିସ୍ଫୋରଣ ସମ୍ପର୍କରେ ପେଣ୍ଟାଗନ ମୁଖପାତ୍ର ଜନ କର୍ବି ଟ୍ବିଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ମୃତାହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ […]

ଇସଲାମାବାଦ : କଠୋରପନ୍ଥୀ ମୌଳବାଦୀ ସଂଗଠନ ତାଲିବାନ ସହ ପାକିସ୍ତାନର ଘନିଷ୍ଠ ସମ୍ପର୍କ ଥିବା କଥା ବିଶ୍ବରେ ପ୍ରାୟ ସବୁଦେଶ ଅବଗତ ଅଛନ୍ତି। କିନ୍ତୁ ପାକିସ୍ତାନ ସରକାର ଖୋଲାଖୋଲି ଏ ସମ୍ପର୍କରେ ଘୋଷଣା କରିନାହାନ୍ତି। ତେବେ ପାକିସ୍ତାନ ଶାସକ ଦଳର ଜଣେ ନେତ୍ରୀ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଖୋଲାଖୋଲି ଏ ସମ୍ପର୍କରେ ପ୍ରକାଶ କରିଦେଇଛନ୍ତି। ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ତେହରିକ-ଏ-ଇନସାଫ (ପିଟିଆଇ)ର ଜଣେ ନେତା ନୀଲମ ଇରସାଦ […]

ନୂଆଦିଲ୍ଲୀ: ବୁଝାମଣା ପାଇଁ ୪୦ ସଦସ୍ୟବିଶିଷ୍ଟ ତାଲିବାନ୍‌ ପ୍ରତିନିଧି ଦଳ ପଞ୍ଜଶିରରେ ‘ପ୍ରତିରୋଧକାରୀ ଶକ୍ତି’ଙ୍କୁ ଭେଟିଥିଲେ, କିନ୍ତୁ ଉକ୍ତ ଆଲୋଚନାର ଫଳାଫଳ ଅସ୍ପଷ୍ଟ ରହିଛି। ତାଲିବାନ୍-ବିରୋଧୀ ଦଳ ଟୁଇଟ୍‌ କରିଛନ୍ତି, ଦୁଇଟି ଉପାୟ ଅଛି। ସେମାନେ ଖୋରସାନ୍‌ ଜନତାଙ୍କ ନୈତିକତା ଗ୍ରହଣ କରିବେ ନତୁବା ପ୍ରତି‌ରୋଧ ଘୋଷଣା କରାଯିବ। ତାଲିବାନ କ୍ଷମତା ଅଧିକାର କରିବା ପରେ ଆପଣାକୁ ଆଫଗାନିସ୍ତାନର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଘୋଷିତ କରିଥିବା ବିତାଡ଼ିତ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍‌ […]

କାବୁଲ: ତାଲିବାନ ଏବେ ଆଫଗାନିସ୍ତାନରେ ନିଜ ସରକାର ଗଠନ କରିବାକୁ ଯୋଜନା କରୁଥିବା ବେଳେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ଆଫଗାନିସ୍ତାନକୁ ତାଲିବାନୀସ୍ତାନ ହେବାକୁ ଦେବୁ ନାହିଁ, ତାଲିବାନ ସହ ଲଢ଼ିବାକୁ ବିରୋଧୀ ସେନା ସକ୍ଷମ। ରାଷ୍ଟ୍ରପତି ଅସରଫ ଗନି ନିଜ ଜୀବନ ବଞ୍ଚାଇ ଆଫଗାନିସ୍ତାନରୁ ଚାଲିଯିବା ପରେ ଏବେ ନିଜକୁ ରାଷ୍ଟ୍ରପତି ବୋଲି ଘୋଷଣା କରି ଦେଶକୁ […]

ଅସ୍ତ୍ରଶସ୍ତ୍ର ଧରିଥିବା କିଛି ଅଜ୍ଞାତ ବ୍ୟକ୍ତି ବିମାନକୁ ଅପହରଣ କରିଥିବା ସୂଚନା କାବୁଲ: ଅପହରଣ ହେଲା ୟୁକ୍ରେନ ବିମାନ। କାବୁଲକୁ ଯୁକ୍ରେନବାସୀଙ୍କୁ ନେବାକୁ ଆସିଥିବା ଏକ ବିମାନ ଅପହରଣ ହୋଇଥିବା ନେଇ ୟୁକ୍ରେନ ଦାବି କରିଥିଲା। ହେଲେ ଏବେ ନିଜ ଦାବିକୁ ପ୍ରତ୍ୟାହାର କରିଛି ୟୁକ୍ରେନ। ୟୁକ୍ରେନ ପ୍ରଥମେ ଦାବି କରିଥିଲା ଯେ, ବିମାନକୁ କାବୁଲ ବିମାନବନ୍ଦରରୁ ଅପହରଣ କରାଯାଇ ଇରାନ ନିଆଯାଇଛି। ହେଲେ ଇରାନ ପକ୍ଷରୁ ଏହି ଦାବିକୁ […]

ନାଗରିକଙ୍କୁ ଖାଲି କରିବା ଅସମ୍ଭବ ହେଲାଣି: ୟୁରୋପୀୟ ସଂଘ କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରରୁ ହଜାର ହଜାର ଲୋକଙ୍କୁ ଖାଲି କରିବା ସମୟରେ ଯେଉଁ ଅରାଜକ ସ୍ଥିତି ଉପୁଜିଛି ସେଥିପାଇଁ ତାଲିବାନ ଆମେରିକାକୁ ଦାୟୀ କରିଛି। ତାଲିବାନ ଅଫିସର୍‌ ଅମିର ଖାନ୍‌ ମୁତାକି କହିଛନ୍ତି, ଆମେରିକା ଏହାର ସମସ୍ତ ଶକ୍ତି ଏବଂ ସୁବିଧାର ବ୍ୟବହାର କରି ମଧ୍ୟ ବିମାନବନ୍ଦରରେ ଶାନ୍ତି ରକ୍ଷା‌ କରିବାରେ ବିଫଳ ହୋଇଛି। […]

ଲଣ୍ଡନ୍‌: ୨୦ ବର୍ଷ ପୂର୍ବେ ୯/୧୧ଆକ୍ରମଣ ପରେ ଆଫଗାନିସ୍ତାନରେ ସୈନ୍ୟ ମୁତୟନ କରିଥିବା ପୂର୍ବତନ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର୍‌ କହିଛନ୍ତି ଯେ, ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ନିଷ୍ପତ୍ତି ସମଗ୍ର ବିଶ୍ବର ପ୍ରତ୍ୟେକ ଜିହାଦୀ ସଙ୍ଗଠନକୁ ଆନନ୍ଦିତ କରିଛି। ‘ଚିରକାଳ ପାଇଁ ଯୁଦ୍ଧର ଅବସାନ ଘଟାଇବା’ ଭଳି ଏକ ନିର୍ବୋଧ ରାଜେନୈତିକ ‘ସ୍ଲୋଗାନ୍‌’ ପ୍ରତି ବାଧିତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ‌ଜୋ ବାଇଡେନ୍‌ଙ୍କୁ […]

ମସ୍କୋ: କେନ୍ଦ୍ରୀୟ ଏସୀୟ ରାଷ୍ଟ୍ରମାନଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ‘ନାଟୋ’ ମିତ୍ରରାଷ୍ଟ୍ରମାନେ ଆଫଗାନ ଶରଣାର୍ଥୀମାନଙ୍କୁ ପଠାଇବା ନିଷ୍ପତ୍ତିକୁ ରବିବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ସମାଲୋଚନା କରି କହିଛନ୍ତି ଯେ, ସେମାନେ (ଶରଣାର୍ଥୀ) ମସ୍କୋ ପ୍ରତି ପ୍ରତ୍ୟକ୍ଷ ବିପଦର କାରଣ ହେବେ। ‘ରିଆ ନୋଭୋସ୍ତି’ ରିପୋର୍ଟ କରିଛି ଯେ, ପୁଟିନ୍ କହିଛନ୍ତି, ଆମେ ଚାହୁଁନା ଆଫଗାନ୍‌ ଆତଙ୍କବାଦୀମାନେ ଶରଣାର୍ଥୀ ସାଜି ଆସନ୍ତୁ। ଆଫଗାନିସ୍ତାନରୁ ଆଗତ ଶରଣାର୍ଥୀ ସମସ୍ୟା ରୁଷୀୟ […]

ଦରକାର ପଡ଼ିଲେ ତାଲିବାନକୁ ସାହାଯ୍ୟ କରିବ ବ୍ରିଟେନ ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ଶକ୍ତି ବଢ଼ିବାରେ ଲାଗିଛି। ଦେଶର ପରିବର୍ତ୍ତିତ ସମୀକରଣ ସମଗ୍ର ବିଶ୍ୱର ରାଜନୀତିରେ ଗଭୀର ପ୍ରଭାବ ପକାଉଛି। ପ୍ରଶ୍ନ ଉଠୁଛି କେଉଁ ଦେଶ ତାଲିବାନ ସରକାରକୁ ସ୍ୱୀକୃତି ଦେବ? ବର୍ତ୍ତମାନ ଏହି ପ୍ରଶ୍ନ ମଧ୍ୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏକ ବଡ଼ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ତାଲିବାନ ସହ କାମ ମଧ୍ୟ […]

କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ଦେଶରେ ତାଲିବାନ ବିରୋଧରେ କ୍ରମାଗତ ବିରୋଧ ଜାରି ରହିଛି। ଏଥିସହିତ ସ୍ଥାନୀୟ ମୁଜାହିଦ୍ଦିନ ସଂଗ୍ରାମୀମାନେ କିଛି ତାଲିବାନଙ୍କୁ ହତ୍ୟା କରି ସେମାନଙ୍କୁ ପୋଲ-ଏ-ହେସାର, ଦେହ ସାଲାହ ଏବଂ ବାନୁ ଜିଲ୍ଲାରୁ ପଛକୁ ଫେରିବାକୁ ବାଧ୍ୟ କରିଥିବା ଜଣାପଡ଼ିଛି। ଏହି ସମସ୍ତ ଜିଲ୍ଲା ବାଗଲାନ୍ ପ୍ରଦେଶର ଅଟେ। ଖେର ମହମ୍ମଦ ଆଣ୍ଡ୍ରାବୀଙ୍କ ନେତୃତ୍ୱରେ ସଂଗ୍ରାମୀମାନେ ତାଲିବାନଙ୍କ ହାତରୁ ଏହି ଅଞ୍ଚଳ ଦଖଲ କରିଥିବା ଦାବି […]

Social media & sharing icons powered by UltimatelySocial