ଭୁବନେଶ୍ୱର: ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍‌ ଲଗାଇଛନ୍ତି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ଅକ୍ଟୋବର ମାସ ପାଇଁ କୋଭିଡ-୧୯ ଗାଇଡଲାଇନ୍‌ ଜାରି କରିବା ପରିପ୍ରେକ୍ଷୀରେ ସରକାର କହିଛନ୍ତି ଯେ, ପାର୍ବଣ ମାସରେ ବାଣ ବିକ୍ରି ହୋଇପାରିବ ନାହିଁ। ସୂଚନାଯୋଗ୍ୟ, ଦଶହରା ଓ ଦୀପାବଳି ସମୟରେ ଲୋକେ ବହୁ ମାତ୍ରାରେ ବାଣ ଫୁଟାଇଥାନ୍ତି। ଦଶହରା ଦିନ […]

କୋଭିଡ୍‌ କଟକଣା ମାନିବା ଓ ଭସାଣି ଶୋଭାଯାତ୍ରା ନ ହେବା ଉପରେ ଗୁରୁତ୍ତ୍ଵ ଭୁବନେଶ୍ୱର : ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜା ଜାକଜମକରେ ପାଳନ କରାଯିବ ନାହିଁ। କୋଭିଡ୍‌ କଟକଣା ମଧ୍ୟରେ ପୂର୍ବଥର ଭଳି ନିରାଡ଼ମ୍ବରରେ ସହ ପାଳନ ହେବ। ଭସାଣି ଉତ୍ସବ ହେବନାହିଁ, କେବଳ ମୂର୍ତ୍ତି ବିସର୍ଜନ ହେବ। ଦୁର୍ଗାପୂଜାକୁ ନେଇ କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ପୂଜା କମିଟି ଓ ସିପିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି […]

ଭୁବନେଶ୍ବର : ଜଳସଂପଦ ବିଭାଗର ମହିଳା ଓଏଏସ୍ ଅଧିକାରୀ ସୋନାଲି ଶୁଭଦର୍ଶିନୀଙ୍କ ଘରୁ ୧୦ଦିନ ବ୍ୟବଧାନରେ ଦୁଇ ଦୁଇ ଥର ଚୋରି ହେବା ଘଟଣାରେ ଖଣ୍ଡଗିରି ପୁଲିସକୁ ସଫଳତା ମିଳିଛି। କୁଖ୍ୟାତ ଲୁଟେରା ପିଣ୍ଟନ ଓ ତା’ର ୨ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ। ଲୁଟେରାଙ୍କ ଠାରୁ ଗୋଟିଏ ଏଲ୍‌ଇଡି ଟିଭି, ସୁନା କାନଫୁଲ ଓ ଲକେଟ୍ ଏବଂ ୨ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତମାନେ ହେଲେ, ନୂଆପଲ୍ଲୀ ମୁଣ୍ଡାସାହିର […]

ଭୁବନେଶ୍ବର : ପଶ୍ଚିମବଙ୍ଗ ଉପରେ ଥିବା ଚିହ୍ନିତ ଲଘୁଚାପ ବଳୟ ପ୍ରଭାବରେ ଗୁରୁବାର ସକାଳ ସୁଦ୍ଧା ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ। ମୟୂରଭଞ୍ଜ ଓ କେନ୍ଦୁଝରର ଗୋଟିଏ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିସହ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ହେବ। ପରବର୍ତ୍ତୀ ୨୪ ଘଣ୍ଟା ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ କମିବ। […]

ଟୋକିଓ: ଜାପାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଫୁମିଓ କିଷିଡ଼ା ଶାସକ ଦଳର ନେତା ବଛାଯାଇଥିବାରୁ ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୬୪ ବର୍ଷୀୟ କିଷିଡ଼ା ସୋମବାର ବିଦାୟୀ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ ଉତ୍ତରାଧିକାରୀ ଭାବେ ନିଯୁକ୍ତ ହେବା ଆଶା କରାଯାଉଥିଲା, ଯାହାଫଳରେ ସେ ଭୂତାଣୁ-ଜନିତ ଜରୁରୀ ପରିସ୍ଥିତି ସମୟରେ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତିର ଦାୟିତ୍ବ ନେଇପାରିବେ। ତେବେ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ନିର୍ବାଚନରେ କିଷିଡ଼ା ଶେଷରେ […]

ନୂଆଦିଲ୍ଲୀ: ଦେଶରେ ଖାଲି ପଡ଼ିଥିବା ୩ଟି ଲୋକସଭା ଏବଂ ୩୦ ବିଧାନସଭା ଆସନରେ ଆଗାମୀ ଅକ୍ଟୋବର ୩୦ ତାରିଖରେ ଉପନିର୍ବାଚନ ହେବ। ଏ ନେଇ ନିର୍ବାଚନ କମିସନ୍‌ ନୋଟିସ୍‌ ଜାରି କରିଛନ୍ତି। ଯେଉଁ ରାଜ୍ୟଗୁଡ଼ିକରେ ଲୋକସଭା ଆସନ ଖାଲି ପଡ଼ିଛି ସେଥି ମଧ୍ୟରେ ଦାଦ୍ରା ଓ ନଗର ହାବେଳି , ମଧ୍ୟପ୍ରଦେଶର ଖାଣ୍ଡୱା ଏବଂ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନ ଅନ୍ତଭୁର୍କ୍ତ। ଏଥିସହିତ ୧୪ଟି ରାଜ୍ୟର ୩୦ଟି ବିଧାନସଭା […]

୩୪୮ ବୁଥ୍‌ରେ ୨.୩୦ ଲକ୍ଷ ମତଦାତା, ଜଗିବେ ୨ ହଜାର ସୁରକ୍ଷା କର୍ମୀ ପୁରୀ : ଦୁଇ ଦୁଇଥର ବାତିଲ୍‌ ହେବାପରେ ଆଜି ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସମୁଦାୟ ୨ ଲକ୍ଷ ୩୦ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୧୦ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଣ୍ଣୟ କରିବେ। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର ୩୪୮ଟି ବୁଥ୍‌ରେ […]

କ୍ୟାବିନେଟ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଚଣ୍ଡୀଗଡ଼: ପଞ୍ଜାବରେ ଏବେ ପୁଣି ଦେଖାଦେଇଛି ସଙ୍କଟ। ପଞ୍ଜାବ କଂଗ୍ରେସରେ ପୁଣି ଆରମ୍ଭ ହୋଇଛି କନ୍ଦଳ। କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହାର ଅନ୍ତ ଘଟିବ ବୋଲି ଆଶା କରାଯାଉଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଲାଣି। ଗତକାଲି ପଞ୍ଜାବ କଂଗ୍ରେସ ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ […]

୫୦ଟି ପଞ୍ଚାୟତର ଲକ୍ଷାଧିକ ଲୋକ ହନ୍ତସନ୍ତ ତାରପୁର: ୫ଟି ପଞ୍ଚାୟତରୁ ଊର୍ଦ୍ଧ୍ୱ ପଞ୍ଚାୟତର ନଦୀ ବନ୍ଧରାସ୍ତାର ମହାନଦୀ ଉତ୍ତର ପାର୍ଶ୍ୱ ଜଳସମ୍ପଦ ବିଭାଗ ପୁନ୍ଦାଳ ସବ୍‌ଡିଭିଜନ୍, ଓରିକଣ୍ଟା କନିଷ୍ଠ ଯନ୍ତ୍ରୀଙ୍କ ଅଧୀନରେ ଥିବା ମହାନଦୀର ବାମ ପାର୍ଶ୍ୱ ବାବୁଜଙ୍ଗ ଠାରୁ ଦାନ ନୟନପୁର ପର୍ଯ୍ୟନ୍ତ ୧୦ କିମି ରାସ୍ତା ମରଣଯନ୍ତା ପାଲଟିଛି। ତେବେ ଏହି ରାସ୍ତାର ମାହାଳହାଟ ଠାରୁ ସାନ ନାୟନପୁର ପର୍ଯ୍ୟନ୍ତ ରାସ୍ତାକୁ ୫୦ ଲକ୍ଷ ଟଙ୍କା ବ୍ୟୟ […]

ଷଢ଼େଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ରାଇରଙ୍ଗପୁର : ଓଡ଼ିଆ ଭାଷାକୁ ଅଣ‌ଦେଖା ପ୍ରତିବାଦରେ ଝାଡ଼ଖଣ୍ଡରେ ଆଜି ଓଡ଼ିଆ ଭାଷାଭାଷୀ ତାତି ଉଠିଛନ୍ତି। ଷଢ଼େଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହିତ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି। ଝାଡ଼ଖଣ୍ତ ସରକାର ଦାବିଗୁଡ଼ିକ ପୂରଣ ନ କଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଝାଡ଼ଖଣ୍ତରେ […]

Social media & sharing icons powered by UltimatelySocial