ନୂଆଦିଲ୍ଲୀ: ପୁଣିଥରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରାଯାଇଛି। ତୈଳ କମ୍ପାନିମାନଙ୍କ ଦ୍ୱାରା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଜୁଲାଇ ମାସରେ ବି ଗ୍ୟାସ ସିଲିଣ୍ଡରର ଦାମ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏବେ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଫଳରେ ଦିଲ୍ଲୀରେ ୧୪.୨କିଲୋଗ୍ରାମ ସିଲିଣ୍ଡରର ଦାମ ୮୫୯.୫ ଟଙ୍କା ହୋଇଛି। ଜୁନ ମାସରେ ଦିଲ୍ଲୀରେ ୧୪ କିଲୋଗ୍ରାମ ଗ୍ୟାସ […]

ହକି କେବଳ ଏକ ଖେଳ ନୁହେଁ,ଏହା ଜାତୀୟ ସଂହତି, ଏକତା ଓ ଅଖଣ୍ଡତାର ସୂତ୍ରଧର: ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ‘‘ଓଡ଼ିଶା ଆଉ ୧୦ ବର୍ଷ ପାଇଁ ଭାରତୀୟ ହକିର ପ୍ରାୟୋଜକ ରହିବ’’। ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳିଙ୍କ ପାଇଁ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ […]

ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ୨୪ଘଣ୍ଟା ମଧ୍ୟରେ ୧୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୪୬ଜଣ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୫ଜଣ ରହିଛନ୍ତି। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରୁ ଏଯାବତ ୧୦୪୪୯୨ଟି କରୋନା ମାମଲା ରହିଛି। ସେହିପରି ଏବେ ବି ୩୧୫୩ଟି କରୋନା ସକ୍ରିୟ ମାମଲା ରହିଥିବା ବେଳେ ୯୭୮ଜଣଙ୍କ […]

ତାଲିବାନୀଙ୍କୁ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ସହ ତୁଳନା ମହଙ୍ଗା ପଡିଲା ଲକ୍ଷ୍ନୌ: ତାଲିବାନୀଙ୍କୁ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ସହ ତୁଳନା କରିଥିବା ଅଭିଯୋଗରେ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟିର ଲୋକସଭା ସାଂସଦ ଡକ୍ଟର ସଫିକୁର୍ ରହମାନ ବର୍କ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ତାଲିବାନକୁ ନେଇ ଉତ୍ତେଜନାମୂଳକ ମନ୍ତବ୍ୟ ପାଇଁ ଗତକାଲି ବିଳମ୍ବିତ ରାତିରେ ସଫିକୁର୍ ରହମାନ ବର୍କ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଏକ […]

ଆଫଗାନଙ୍କ ପାଇଁ ଭାରତ ସରକାର ଘୋଷଣା କଲେ ଇ ଏମରଜେନ୍ସି ଏକ୍ସ-ମିସ୍କ ଭିସା ନୂଆଦିଲ୍ଲୀ: କାବୁଲରୁ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଉଡ଼ିଲା ବିମାନ। ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ମାଧ୍ୟମରେ ୧୨୦ରୁ ଅଧିକ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଣାଯାଉଛି। କର୍ମଚାରୀମାନଙ୍କୁ ଗତକାଲି ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରର ସୁରକ୍ଷିତ ଅଞ୍ଚଳ ଭିତରକୁ ଅଣାଯାଇଥିଲା। ଏହା ପରେ ଏବେ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯାଉଛି। କାବୁଲରେ ପାଖାପାଖି ୫୦୦ରୁ ଅଧିକ […]

ଭୁବନେଶ୍ୱର : ରେଜ ଭଏସ ୟୁଥ କ୍ଲବ, ସତ୍ୟବିହାର ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ସତ୍ୟ ବିହାର ୱେଲଫେୟାର ଆସୋସିଏସନ ଓ ରେଜ ଭଏସ ୟୁଥ କ୍ଲବର ମିଳିତ ଅନୁକୁଲ୍ୟରେ ଭାରତ ସ୍ୱାଧୀନତାର ଏହି ଅମୃତ ମହୋତ୍ସବକୁ କରୋନା କଟକଣା ସହିତ ମହା ସମାରୋହରେ ପାଳନ କରିଥିଲେ। ବୟୋଜ୍ୟେଷ୍ଠ ଶ୍ରୀଯୁକ୍ତ ବୃନ୍ଦାବନ ଦୀକ୍ଷିତଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା। ପରେ ପରେ ସାମୁହିକ ଜାତୀୟ ସଙ୍ଗୀତ ପରିବେଷଣ […]

ନୂଆଦିଲ୍ଲୀ : ନୟାଗଡ଼ ଯଦୁପୁର ଗ୍ରାମର ୫ ବର୍ଷୀୟା ଶିଶୁ କନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆସନ୍ତାକାଲି ବିଚାରପତି ଏଏମ୍‌ ଖାନୱିଲକର ଏବଂ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ହେବ। ଗତ ମାସ ୨୨ ତାରିଖରେ ସୁପ୍ରିମକୋର୍ଟ ଆବେଦନକାରୀ ପରୀଙ୍କ ମାଆଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ସେପ୍ଟେମ୍ବର ୧୧, ୨୦୨୦ର ଆଦେଶ ବିରୋଧରେ ଏସ୍‌ଏଲ୍‌ପି ଦାଖଲ କରିବା ପାଇଁ […]

ପଟାଙ୍ଗି : ନିଜ ଅଞ୍ଚଳର ବିକାଶକୁ ଗୁରୁତ୍ବ ନ ଦେଇ ପଡ଼ୋଶୀ ରାଜ୍ୟର ଗାଁକୁ ଅକ୍ତିଆର ପାଇଁ ଚକ୍ରାନ୍ତ କରୁଛି ଆନ୍ଧ୍ର। କିନ୍ତୁ ଆନ୍ଧ୍ରର ୨୦ଗାଁର ଅବସ୍ଥା ନ କହିବା ଭଲ। ଗାଁକୁ ରାସ୍ତା ନାହିଁ, ପିଇବାକୁ ବିଶୁଦ୍ଧ ଜଳ ମିଳୁନି। ତେଣୁ ଆମେ ଆନ୍ଧ୍ର ଛାଡ଼ି ଓଡ଼ିଶାରେ ମିଶିବାକୁ ନିଷ୍ପତ୍ତି ନେଇଛୁ। ଓଡ଼ିଶା ସରକାର ଆମ ନିବେଦନ ଶୁଣନ୍ତୁ। ଓଡ଼ିଶାରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଏମିତି ଗର୍ଜିଛନ୍ତି ଆନ୍ଧ୍ରବାସୀ। […]

ତାଲିବାନ ସରକାରକୁ ଚୀନ୍‌ ଓ ପାକିସ୍ତାନର ସମର୍ଥନ କାବୁଲ: ଆଫଗାନିସ୍ତାନ ତାଲିବାନ ଦଖଲକୁ ଯିବା ପରେ ସବୁଠି ଭୟ ଓ ଆତଙ୍କର ବାତାବରଣ ଲାଗି ରହିଛି। ବିଭିନ୍ନ ସହରେ ଲୁଟ୍‌ପାଟ ଓ ଆକ୍ରମଣ ଆରମ୍ଭ ହୋଇଥିବା ଖବର ମିଳିଛି। ଭାରତ ଆସିଥିବା ‌କେତେକ ଆଫଗାନ ଶରଣାର୍ଥୀ ଭାରତ ପହଞ୍ଚିବା ପରେ କହିଛନ୍ତି ଯେ ତାଲିବାନ ଲୋକଙ୍କ ଜୀବନକୁ ନର୍କ କରିଦେବା ପାଇଁ ଅଭିଯାନ ଆରମ୍ଭ କରିଛି। ଶିଶୁ ଓ ମହିଳାମାନଙ୍କୁ […]

‘ଇସ୍‌ଲାମିକ ଏ‌ମିରେଟ୍‌ ଅଫ୍‌ ଆଫଗାନିସ୍ତାନ’ ଘୋଷଣା ହେବ କାବୁଲ : ଆଫ୍‌ଗାନିସ୍ତାନରେ ୨୦ ବର୍ଷ ପୂର୍ବର ତାଲିବାନ ଶାସନ ଫେରିବାକୁ ଯାଉଛି ଏବଂ ତାଲିବାନର ଶୀର୍ଷ ନେତା ମୁଲ୍ଲା ଅବଦୁଲ ଘନି ବରାଦାର ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରନ୍ତି। ୧୯୬୮ରେ ଜନ୍ମିତ ତାଲିବାନର ସଂସ୍ଥାପକ ନେତା ବରାଦାରଙ୍କୁ ୨୦୧୦ରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ କରାଚୀରୁ ଗିରଫ କରିଥିଲା। ତେବେ ଆମେରିକାର ଅନୁରୋଧକ୍ରମେ ୨୦୧୮ରେ ତାଙ୍କୁ ମୁକ୍ତ କରାଯାଇଥିଲା। ଏବେ […]

Social media & sharing icons powered by UltimatelySocial