ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୮୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ […]

ଛାତ୍ର, ଯୁବକଙ୍କୁ ବିକ୍ରି କରିବାର ଯୋଜନା ଥିଲା ଭୁବନେଶ୍ବର : ସାରା ରାଜ୍ୟରେ ଏବେ ନକଲି ଔଷଧ ବିକ୍ରି ନେଇ ଅଭିଯୋଗ ଆସିବା ପରେ ବ୍ୟାପକ ଚଢ଼ଉ ଚାଲିଥିବାବେଳେ ରାଜଧାନୀରେ ବି ନିଶା ଔଷଧ ବିକ୍ରି ହେଉଥିବା ଜଣାପଡ଼ିଛି। ନିଶା ପାଇଁ ଛାତ୍ର, ଯୁବକଙ୍କୁ କଫ୍ ସିରପ ବିକ୍ରି କରିବାକୁ ଯାଉଥିବା ବେଳେ ବଡ଼ଗଡ଼ କେନାଲ ରୋଡରୁ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଦୁଇ ଜଣ ହେଲେ […]

ଗାଁ’ରେ ନାହିଁ ଅଙ୍ଗନବାଡ଼ି କେନ୍ଦ୍ର,ସ୍କୁଲ ନ ଯାଇ ପିଲାଏ ସଂଗ୍ରହ କରୁଛନ୍ତି ମହୁଲ, ଖଲି ପତ୍ର, ଜାଳେଣୀ କାଠ ଓଡ଼ଗାଁ: ଓଡ଼ଗାଁ ବ୍ଲକ୍ ବାଣ୍ଠପୁର ପଞ୍ଚାୟତ ନେପାଳ ଆଦିବାସୀ ଅଞ୍ଚଳ ପ୍ରଶାସନର ଉଦାସୀନତା ଯୋଗୁ ସମାଜରେ ଅଜଣା ଅଚିହ୍ନା ହୋଇ ରହିଛି। ଗାଁର ବିକାଶ କଥା ଚିନ୍ତା କରିବାକୁ ପ୍ରଶାସନ କେବେ ବି ଚେଷ୍ଟା କରିନି। ବର୍ଷାଦିନ ହେବା ମାତ୍ରେ ଆଦିବାସୀମାନେ ଗାଁରେ ବନ୍ଦୀ ହୋଇ ରୁହନ୍ତି। ଦୁର୍ଗମ ଅଞ୍ଚଳର […]

ଭୁବନେଶ୍ବର: ଏଇ ବର୍ଷ ତ’ କରୋନା ଯୋଗୁଁ ରଜ ମଉଜ ହୋଇପାରିଲାନି। ସାହି ଗଳିରେ ବନସ୍ତେ ଡାକିଲା ଗଜ… ଗୀତ ବାଜିଲାନି। ସିନେମା ନାହିଁ କି ବୁଲା ବୁଲି ନାହିଁ। ହଉ ହେଲା… ଆର ବରଷକୁ ଦୁଇ ବର୍ଷର ରଜ ଏକାଥରେ ପାଳିଦେବୁ। ଗତବର୍ଷ ଏଭଳି କିଛି ଆଶା ବାନ୍ଧିଥିବା କୁମାରୀମାନଙ୍କ ମ‌ନ ପୁଣି ଭାଙ୍ଗି ଦେଇଛି କରୋନା। ଗତ ବର୍ଷ ତ’ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ମନ […]

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ପ୍ରତି ବର୍ଷ ବନ୍ୟା, ବାତ୍ୟାରେ ପ୍ରଭାବିତ। କେବେ ବନ୍ୟାର ବିଭୀଷିକା ତ ଅନ୍ୟ କେବେ ଅଶାନ୍ତ ସମୁଦ୍ରର ଜୁଆର ଭୟ। ପ୍ରତିବର୍ଷ ପୁଣି ବାତ୍ୟା ପାଇଁ ଚିନ୍ତା ଘାରିଲାଣି। ବନ୍ୟା, ଜୁଆର ଭଟ୍ଟା ଯୋଗୁ ନଦୀକୂଳ ଖାଇବାରୁ ଏବେ ଦେବୀ ନଦୀର ଗତିପଥ ବଦଳୁଛି। ଦୁଇ ଦଶନ୍ଧି ମଧ୍ୟରେ ଏକର ଏକର ଚାଷ ଜମି ନଦୀଗର୍ଭରେ ନିଶ୍ଚିହ୍ନ ହୋଇଯାଇଥିବା ବେଳେ ବହୁ ଲୋକ […]

ଉତ୍କଳ ସମ୍ମିଳନୀ ବୈଠକରେ ବିରୋଧ ବ୍ରହ୍ମପୁର : ରାଜ୍ୟର ସୀମାନ୍ତବର୍ତ୍ତୀ ଗ୍ରାମକୁ ଆନ୍ଧ୍ରପ୍ରଦେଶ କିଭଳି ନିଜ କବ୍‌ଜାକୁ ଆଣିବା ପାଇଁ ଉଦ୍ୟମ ଚଳାଇଛି। କିଛିମାସ ତଳେ ସେହି ରାଜ୍ୟର ପଞ୍ଚାୟତ ନିର୍ବାଚନରେ ଏହା ଜଣାପଡ଼ିଥିଲା ଏବଂ ଏହାକୁ ନେଇ ସାରାରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏବେ ଗୁଗୁଲ୍‌ ମାନଚିତ୍ରରେ ଏହିଭଳି ଏକ ବିବାଦୀୟ ଘଟଣା ସାମ୍‌ନାକୁ ଆସିଛି। ଗଞ୍ଜାମ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ପାତି ସୁନପୁରକୁ ଗୁଗୁଲ୍‌ ମାନଚିତ୍ର […]

ପରୀକ୍ଷଣ, ରିପୋର୍ଟ ଆଳରେ ମାମଲା ପ୍ରଭାବିତ ହେବା ଆଶଙ୍କା! କଟକ : କରୋନା କାଳରେ ନକଲି ଔଷଧ କାରବାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କଟକରୁ ୭୦ ଲକ୍ଷ ଟଙ୍କାର ଔଷଧ ଜବତ ହେବାପରେ ରାଜ୍ୟର କେତେକ ସ୍ଥାନରେ ଯେଉଁ ଚଢ଼ାଉ କରାଯାଇଥିଲା, ସେଥିରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ନକଲି କାରବାରର ଚେର କଟକରୁ ସାରାରାଜ୍ୟକୁ ଲମ୍ବିଥିବା ସ୍ପଷ୍ଟ ହେବାରେ ଲାଗିଛି। ଗତ ଶୁକ୍ରବାର ଦିନ କଟକ ତୁଳସୀପୁର […]

ଭୁବନେଶ୍ବର : ରାଜଧାନୀରେ ସାମାନ୍ୟ ଗଣ୍ଡଗୋଳରୁ ଗଡ଼ୁଛି ମୁଣ୍ଡ। କଥା କଥା‌କେ କିଏ ହାଣି ଦେଉଛି ତ କିଏ ପଥରରେ ମୁଣ୍ଡକୁ ଛେଚି ଦେଉଛି। ଶନିବାର ସନ୍ଧ୍ୟାରେ ରାଜଧାନୀର କେନ୍ଦ୍ରସ୍ଥଳ ରାଜମହଲ-ଶିଶୁଭବନ ଛକର ସ୍ମାର୍ଟ ଜନପଥରେ ଜଣେ ଶ୍ରମିକ ଅନ୍ୟ ଜଣେ ସାଥୀକୁ କଂକ୍ରିଟ ଖଣ୍ଡରେ ଛେଚି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଙ୍କ ନାଁ ତ୍ରିନାଥ ବୋଲି ଜଣାପଡ଼ିଛି। କିନ୍ତୁ ତାଙ୍କର ଘର କିମ୍ବା ସମ୍ପୂର୍ଣ୍ଣ […]

ବିଦ୍ୟୁତ କାଟ ଯୋଗୁଁ ଦୁର୍ଦ୍ଦଶା, ଷ୍ଟ୍ରିଟ ଲାଇଟ୍ ଜଳୁନି, ଅନ୍ଧାରରେ‌ ସହର ଭୁବନେଶ୍ବର : ତିନିଦିନ ହେଲା ରାଜଧାନୀ ଆକାଶ ମେଘାଚ୍ଛନ୍ନ ହୋଇ ରହିଥିଲା। ମୌସୁମୀ ଆଗମନର ସଙ୍କେତ ଦେଉଥିଲା ପାଗ। ଶୁକ୍ରବାର ବିଳମ୍ବିତ ରାତିରେ ମୌସୁମୀ ରାଜଧାନୀ ଛୁଇଁବା ପରେ ଆରମ୍ଭ ହୋଇଥିଲା ବର୍ଷା। ହେଲେ ଶନିବାର ଅପରାହ୍ନରୁ ରାତି ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାରୁ ରାଜଧାନୀ ଜଳାର୍ଣ୍ଣବ ହୋଇଯାଇଛି। ରାସ୍ତାଘାଟରେ ପାଣିର ସୁ୍ଅ […]

ଭୁବନେଶ୍ବର: ସ୍ବଳ୍ପ ଓ ମଧ୍ୟମ ଲକ୍ଷଣ ଥିବା କୋଭିଡ୍‌ ରୋଗୀଙ୍କୁ ଦିଆଯିବ ଆୟୁଷ-୬୪ ବଟିକା। ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର)ର ଜାତୀୟ କୋଭିଡ ଟାସ୍କଫୋର୍ସ ଏହାର ନିରୀକ୍ଷଣ କରିଥିବା ବେଳେ ଜାତୀୟ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲରେ ଏହାକୁ ସାମିଲ କରାଯାଇଛି। ଏ ଦୃଷ୍ଟିରୁ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ଏହି ଔଷଧ କୋଭିଡ୍‌ ରୋଗୀଙ୍କୁ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଯଦି ରାଜ୍ୟ ସରକାର ଏହାକୁ […]

Social media & sharing icons powered by UltimatelySocial