ଗୋଣ୍ଡା: ମଙ୍ଗଳବାର ରାତିରେ ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଗୋଟାଏ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟିବାରୁ ୪ଜଣ ପିଲାଙ୍କ ସମେତେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଆହତ ହୋଇଛନ୍ତି। ୱାଜିର୍‌ଗଞ୍ଜ ଅଞ୍ଚଳ ଅନ୍ତର୍ଗତ ଟିକ୍ରି ଗ୍ରାମରେ ଘଟିଥିବା ଏହି ବିସ୍ଫୋରଣ ହେତୁ ପାଖରେ ଥିବା ଅନ୍ୟ ଦୁଇଟି ଘର ମଧ୍ୟ ଭାଙ୍ଗି ଭୁଶୁଡ଼ି ପଡ଼ିଛି। ଠଠେରି ପୁର୍‌ୱାରେ ନୁରୁଲ୍‌ ହାସନ୍‌ଙ୍କ ପରିବାର ରୋଷେଇ କରୁଥିବା ବେଳେ […]

ବିଏମ୍‌ସି କାର୍ଯ୍ୟାଳୟରେ ମଧ୍ୟ ମାଳମାଳ ଦଲାଲ୍‌ ଚନ୍ଦ୍ରଶେଖରପୁର: କରୋନା ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ବାହାନାରେ ଆଜି ଜଣେ ଠକ ମୃତକଙ୍କ ସମ୍ପର୍କୀୟଙ୍କଠାରୁ ୧ ହଜାର ଟଙ୍କା ନେଇ ଛୁ’ ମାରିଛି। ଠକାମିର ଶିକାର ହୋଇଥିବା ଯୁବକ ହେଲେ ଜଗତସିଂହପୁରର ଜ୍ଞାନପ୍ରସାଦ ମହାନ୍ତି। ଠକକୁ ନପାଇ ଜ୍ଞାନପ୍ରସାଦ ପୁଲିସରେ ଅଭିଯୋଗ କରିବା‌ ପ‌ରେ ବି ତା’ର ସନ୍ଧାନ ନମିଳିବାରୁ କାନମୁଣ୍ଡା ଆଉଁସି ଘରକୁ ଫେରିଛନ୍ତି। ଜ୍ଞାନପ୍ରସାଦଙ୍କର ଦାଦା ଡମଣାସ୍ଥିତ ଏକ […]

ସୋ’ ରୁମ୍ ଖୋଲି ଅଧା ଦାମ୍‌ରେ ବିକୁଥିଲେ, ରାକେଟର ପର୍ଦ୍ଦାଫାସ୍ କଲା ସ୍ପେସାଲ ସ୍କ୍ବାଡ୍ ଭୁବନେଶ୍ବର: ସୋନି ବ୍ରାଣ୍ଡର ୩୨ଇଞ୍ଚ ଏଲଇଡି ଟିଭିର ଦାମ୍ ମାତ୍ର ୧୫ ହଜାର। ଆଉ ୪୮ଇଞ୍ଚ ଟିଭିର ଦାମ୍ ମାତ୍ର ୧୯ ହଜାର। ଏହି ବ୍ରାଣ୍ଡର ପ୍ରକୃତ ମୂଲ୍ୟଠାରୁ କାହିଁ କେତେ ଗୁଣା କମ୍। ଖୋଳ, ଲୋଗୋ ସବୁ ଅସଲି ଭଳି ଦେଖାଯାଉଥିବା ଟିଭି କିନ୍ତୁ ନକଲି। ଅସଲି ବ୍ରାଣ୍ଡ ନାଁରେ ନକଲି ଟିଭି […]

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତଜ୍ଞ ସୁନୀଲ ଶତପଥୀଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ବିଶିଷ୍ଟ ଗାୟିକା ଗିରିଜା ଦେବୀଙ୍କ ସେ ଆସୋସିଏଟ ଥିଲେ। ଆକାଶବାଣୀ କଟକର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିବାବେଳେ ସେ ଅନେକ ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଆକାଶବାଣୀରେ ପ୍ରସାରିତ ମୀରାବାଈ ତାଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ ଥିଲା। ଦେଶର କିଛି ପ୍ରମୁଖ ଗାୟକଙ୍କ ସହ ବି ସୁନୀଲ ଶତପଥୀ କାମ କରିଥିଲେ। […]

୩ ମାସର ଭତ୍ତା ଆଗୁଆ ଦେବାକୁ ନିର୍ଦ୍ଦେଶ ଭୁବନେଶ୍ବର: କୋଭିଡରେ ଆକ୍ରାନ୍ତ ହୋଇ ବାପା ଓ ମା’ ଙ୍କୁ ହରାଉଥିବା ଅନାଥ ପିଲାମାନଙ୍କୁ ଶୀଘ୍ର ଚିହ୍ନଟ କର। ସେମାନଙ୍କୁ ୧୫ ଦିନ ଭିତରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରି ଭତ୍ତା ପ୍ରଦାନ କର। ସେହିପରି କୋଭିଡ୍‌ରେ ନିଜର ସ୍ବାମୀ ହରାଉଥିବା ବିଧବା ମହିଳାଙ୍କୁ ବି ଦୁଇ ସପ୍ତାହ ଭିତରେ ମଧୁବାବୁ ପେନ୍‌ସନ୍‌ ଯୋଜନା ହିତାଧିକାରୀ ତାଲିକାରେ ସାମିଲ କର। […]

ନୂଆଦିଲ୍ଲୀ: ଦେଶରେ କରୋନା କୋପ କମିବାରେ ଲାଗିଛି। ଗତ ସପ୍ତାହରେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୨ ଲକ୍ଷ ପାଖାପାଖି ରହୁଥିବା ବେଳେ ଦୀର୍ଘ ଚାରି ଦିନ ହେଲା ତାହା ଲଗାତାର ଦୁଇ ଲକ୍ଷର ଯଥେଷ୍ଟ ତଳେ ରହିଥିଲା। ତେବେ ଆଜି କରୋନା ସଂକ୍ରମଣ ୧ ଲକ୍ଷ ୩୦ ହଜାରରୁ କମ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୨୭ ହଜାର ୫୧୦ ଜଣ ନୂଆ […]

ଭୁବନେଶ୍ୱର: ମଣିଷ ଜନ୍ମରୁ ମୃତ୍ୟୁ ହେଉଛି ଜୀବନ। ବୈଦିକ ବିଚାର ଅନୁଯାୟୀ ଜୀବନର ଲକ୍ଷ ହେଲା ମୋକ୍ଷପ୍ରାପ୍ତି। ସେଥିପାଇଁ କର୍ମ, ଅଷ୍ଟାଙ୍ଗଯୋଗ ସାଧନା, ପରୋପକାର, ସତକର୍ମ, ପୁଣ୍ୟକର୍ମ ଆଦିଦ୍ୱାରା ମୋକ୍ଷପ୍ରାପ୍ତି ସମ୍ଭବ ବୋଲି ସ୍ୱାମୀ ସୁଧାନନ୍ଦ ସରସ୍ବତୀ ଥିଙ୍କରସ କ୍ଲବ ପକ୍ଷରୁ ଅନୁଷ୍ଠିତ ୩ୟ ୱେବିନାର ମାଧ୍ୟମରେ କହିଛନ୍ତି। ଗତକାଲି ରାତ୍ର ଘ.୮:୩୦ ରୁ ଘ.୧୨:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ୱେବିନାରରେ ବିଶ୍ୱର ବିଭିନ୍ନ ଓଡ଼ିଆ ସଂଗଠନର ପ୍ରତିନିଧିମାନେ ବିଭିନ୍ନ ପ୍ରଶ୍ନ […]

ବେଜିଂ : ଚାଇନାରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର କହିଛନ୍ତି ‌ଯେ, ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଶରୀରେ ବାର୍ଡ ଫ୍ଲୁର ଏଚ୧୦ଏନ୍୩ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ଚିକିତ୍ସା ପରେ ଉକ୍ତି ବ୍ୟକ୍ତିଙ୍କ ଶରୀର ଅବସ୍ଥା ସ୍ଥିର ରହିଛି। ଆଶ୍ବସ୍ତିର କଥା ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା କେହି ବି ଏଥିରେ ସଂକ୍ରମିତ ହୋଇ […]

ରାଉରକେଲା: ସେକ୍ଟର ୧୫ ମାର୍କେଟ ନିକଟ ପଡ଼ିଆରେ ଖୋଲା ଯାଉଥିବା ବିଦେଶୀ ମଦ ଦୋକାନକୁ ସ୍ଥାନୀୟ ମହିଳା ଓ ମାତୃଶକ୍ତି ମହିଳା ସମିତି ପକ୍ଷରୁ କଡ଼ା ବିରୋଧ କରାଯାଇଛି। ମଦ ଦୋକାନ ଖୋଲିଲେ ଶତାଧିକ ମହିଳା ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତିl ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି l ସେକ୍ଟର ୧୫ ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି […]

ପାନୀପତ: ବାଡ଼ ଯଦି ଫସଲ ଖାଏ, କଥା ଆପଣ ଶୁଣିଥିବେ। ଏବେ ଚୋରି ଅଭିଯୋଗରେ ଜଣେ ପୁଲିସ କର୍ମଚାରୀ ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ପଞ୍ଜାବର ପାନୀପତରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ପୁଲିସ ପେଟ୍ରୋଲିଙ୍ଗ ବାଇକର ଟାୟାର ଚୋରି ହୋଇଯାଇଥିବାର ଅଭିଯୋଗ ହୋଇଥିଲା। ଥାନା ଆଗରେ ପେଟ୍ରୋଲିଙ୍ଗ ଗାଡି ଥିଲେ ବି କେମିତି ଚୋରି ହୋଇଥିଲା ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ […]

Social media & sharing icons powered by UltimatelySocial