ଶୀତଳଭଣ୍ଡାରରେ ୬ ଥାକିଆ ରାସ୍ତା, ନୌବିହାର ସ୍ୱପ୍ନ ଭୁବନେଶ୍ୱର: ଦୟାୱେଷ୍ଟ୍‌ କେନାଲର ପୁନରୁଦ୍ଧାର ପାଇଁ ବାରମ୍ବାର ଯୋଜନା ହୋଇଛି। କେତେବେଳେ ଏହାକୁ ସଫା କରି ନୌବିହାର ବ୍ୟବସ୍ଥା କରିବା ଯୋଜନା ହେଉଥିବା ବେଳେ ଏହାର ଉଭୟ ପାର୍ଶ୍ଵ ରାସ୍ତା ପ୍ରଶସ୍ତ ଯୋଜନା ହେଉଛି। ହେଲେ ଏ ସବୁ ସ୍ୱପ୍ନ ହୋଇ ରହିଛି। ଏଥିରେ ଲଗାତାର ଆବର୍ଜନା ଗଦା ହେଉଥିବାରୁ ପାଣି ବିଷାକ୍ତ ହୋଇଗଲାଣି। ଫଳରେ ଭୂତଳ ଜଳ ଏହା ଦ୍ୱାରା […]

ଭୁବନେଶ୍ୱର: ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ଟେଣ୍ଡର ଆହ୍ବାନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ (୨୬କିମି) ମେଟ୍ରୋ ଚାଲିବାକୁ ଥିବାବେଳେ ଏବେ ବିମାନବନ୍ଦରରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରେଳଲାଇନ୍ ବିଛାଯିବ। ଏଥିପାଇଁ ୬୩୦କୋଟି ୬୫ଲକ୍ଷ ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଥିବାବେଳେ ସବୁଠୁ କମ୍‌ ‌ମୂଲ୍ୟ ଆହ୍ବାନ କରିବାକୁ ଥିବା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯିବ। ଦିଲ୍ଲୀ ମେଟ୍ରୋ […]

ଭୁବନେଶ୍ୱର : ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବିକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି। ଏହି ବୃଦ୍ଧି ପିଛିଲା ଭାବେ ତା.୦୧.୦୧.୨୦୨୩ ରିଖ ଠାରୁ ଲାଗୁ ହେବ।ଏହା ଦ୍ୱାରା ରାଜ୍ୟର […]

ସଫେଇକର୍ମୀ-ମେୟର ଆଲୋଚନା ବିଫଳ ଭୁବନେଶ୍ୱର: ଭୁବନେଶ୍ୱର ୮୦ ପ୍ରତିଶତ ରାସ୍ତାରେ ଆଜି ଝାଡ଼ୁ ବାଜିଲାନି। ଅଳିଆ ସେମିତି ପଡ଼ି ରହିଲା। ୧୫ ହଜାର ଟଙ୍କା ମାସିକ ପାରିଶ୍ରମିକ ଦାବି କରି ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବାରୁ ଆଜି ଭୁବନେଶ୍ୱରରେ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ସକାଳୁ ସକାଳୁ ହଜାର ହଜାର କର୍ମଚାରୀ କାମ ଛାଡ଼ି ବିଭିନ୍ନ ୱାର୍ଡରୁ ଶୋଭାଯାତ୍ରାରେ ଆସି ରାଜମହଲ ଫ୍ଲାଏ ଓଭରବ୍ରିଜ୍‌ ତଳେ ଏକାଠି ହୋଇଥିଲେ। […]

ଭୁବନେଶ୍ୱର: ଆଜି ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମବାର୍ଷିକୀ । ଏହି ଅବସରରେ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ପାଳିତ ହେଉଛି। ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆଜି ଆୟୋଜନ କରାଯାଇଛି। ଫରେଷ୍ଟ ପାର୍କରେ ପହଞ୍ଚି ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳୀୟ କର୍ମୀଙ୍କ ସହ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।ସେହିପରି ଏୟାରପୋର୍ଟ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ […]

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ୱର ରେଲୱେ ଷ୍ଟେସନ୍ ରାସ୍ତା ପାଇଁ ଆଜି ରାତିଅଧିଆ କାମ ଚାଲିଥିଲା ବେଳେ ସ୍ଥାନୀୟ ରଙ୍ଗମାଟିଆ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଥିଲା। ରେଲୱେ ଠିକାଦାର ଗ୍ରାମବାସୀଙ୍କ ବିନା ଅନୁମତିରେ ଗ୍ରାମ୍ୟ ରାସ୍ତାକୁ ଖୋଳି ଏକ ଡ୍ରେନ୍ ତିଆରି କରୁଥିଲା ବେଳେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି କାମ ବନ୍ଦ କରିଛନ୍ତି। ରଙ୍ଗମାଟିଆ ଗ୍ରାମ୍ୟ କମିଟି ସଭାପତି ଯୋଗେନ୍ଦ୍ର ମହାରଣା, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର […]

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅପରାହ୍ନ ୨ଟା ୪୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ନ ୩ଟା ୧୫ରେ ଲୋକାର୍ପଣ ଓ ଶିଳାନ୍ୟାସର ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ।୧୯, ୬୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ଓ ଉଦଘାଟନ କରିବେ […]

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଫୁଲଝରି ଗ୍ରାମରେ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୫ ଜଣ ଗୁରୁତରଙ୍କ ମଧ୍ୟରୁ ୬ମାସର ଶିଶୁର ମୃତ୍ୟୁ ହୋଇଛି। ଆଜି ସକାଳ ୮ଟାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଫୁଲଝରି ଗ୍ରାମର ଟିକିରାମ ମାଝୀ ଶନିବାର ସକାଳ ୧୦ଟାରେ ପତ୍ନୀ ତୁଲା, ବଡ଼ ଝିଅ, ମଝିଆ ଝିଅ ହାରାବତୀ ଓ ସାନ ଝିଅ ଅମ୍ବିକାଙ୍କ […]

ମୁମ୍ବାଇ: ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ବର୍ତ୍ତମାନ ଏମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ […]

Social media & sharing icons powered by UltimatelySocial