ଚେନ୍ନାଇ: ସ୍ବ-ଜାତି ବା ଆପଣା ସମ୍ପ୍ରଦାୟରେ ବିବାହ କରିବା ଲାଗି ତାମିଲନାଡୁର ଶାସକ ‘ଡିଏମ୍‌କେ’ର ଅନ୍ୟତମ ସହଯୋଗୀ ଦଳ ‘କୋଙ୍ଗୁ ନାଡୁ ମକ୍କଲ ଦେଶୀୟା କାତ୍‌ଚି’ର କୋଷାଧ୍ୟକ୍ଷ କେ.କେ.ସି. ବାଲୁ ଦଳେ ଝିଅଙ୍କୁ ‘ଶପଥ’ କରାଇଥିବା ଗୋଟାଏ ଭିଡିଓରେ ଦେଖାଯାଉଛି। ଏହି ଶପଥ ଗ୍ରହଣର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ଭିଡିଓରେ ଦେଖାଯାଉଛି ସାମ୍ନାକୁ ହାତ ଉଠାଇ ରଖି, କେ.କେ.ସି. ବାଲୁଙ୍କ ଉପସ୍ଥିତିରେ ଝିଅମାନେ କହୁଛନ୍ତି, ଏହା […]

ଭୁବନେଶ୍ୱର: ସରକାରୀ ଯୋଜନାରେ ବିଜେଡି ଦଳୀୟ ଚିହ୍ନ ବ୍ୟବହାର କରାଯିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ଅକ୍ଟୋବର ୧୦ରୁ ମାସାଧିକ କାଳ ଦଳୀୟ ଚିହ୍ନ ଶଙ୍ଖକୁ ସରକାରୀ ଯୋଜନା ପ୍ରଚାର ପାଇଁ ବ୍ୟବହାର କରୁଛି ବିଜେଡି ସରକାର। ଏହାଦ୍ବାରା ଆଇନ ଉଲଂଘନ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ଏବଂ ଏନେଇ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟି ଅବଗତ କରିଛି ଦଳ। ଦଳୀୟ ଚିହ୍ନ ବ୍ୟବହାର କରି […]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୋଷ୍ଟର ଲଢ଼େଇ ଚାଲିଛି। ଏଣେ ବିଜେପି ଓ ବିଜେଡି ମଧ୍ୟରେ ଛକାପଞ୍ଛା ଚାଲିଛି। ଦୁଇ ମାସ ଆଗରୁ ଭୁବନେଶ୍ଵର ସାଂସଦଙ୍କ ସମର୍ଥକମାନେ କାନ୍ଥ ବାଡ଼ରେ ‘ଏଥର ପୁଣି ଅପରାଜିତା’ ଲେଖି ଏକପ୍ରକାର ପ୍ରଚାର ଆରମ୍ଭ କରି ଦେଇଥିଲେ। ଆଉ ଏବେ ଶାସକ ବିଜେଡି ଦଳ ମଧ୍ୟ କାନ୍ଥ ରାଜନୀତିକୁ ଓହ୍ଲାଇଛି। ସହରର ବିଭିନ୍ନ ସ୍ଥାନରେ ବିଜେଡି କର୍ମୀମାନେ ‘ଶଙ୍ଖ ବିକାଶର ଚିହ୍ନ ଓ ଆମ ଚିହ୍ନ […]

ସୁନ୍ଦରଗଡ଼: ଚର୍ଚ୍ଚାରେ ଶ୍ରମମନ୍ତ୍ରୀ ସାରଦା ନାୟକ। କିଛି ଦିନ ତଳେ ସୁନ୍ଦରଗଡ଼ ସୁନାରିପଡାଠାରେ ଗଣେଶ ପୂଜା ଭସାଣି ଉତ୍ସବ ମଞ୍ଚ ଉପରେ ‘ମେ ହୁଁ ଡନ୍‌’ ଗୀତରେ ନୃତ୍ୟ କରି ଚର୍ଚ୍ଚାକୁ ଆସିଥିଲେ ମନ୍ତ୍ରୀ। ମଙ୍ଗଳବାର ରାତିରେ ସୁନ୍ଦରଗଡ଼ରେ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ମନ୍ତ୍ରୀ ପୁଳାପୁଳା ଟଙ୍କା ଉଡାଇବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମୁସଲିମ ୟୁଥ୍ କମିଟି ପକ୍ଷରୁ ଆୟୋଜିତ କୱାଲି […]

ପିପିଲି: ପୁରୀ ଜିଲ୍ଲା ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନଧରି ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି।ଯୁଧିଷ୍ଠିର ସାମନ୍ତରାୟ କଂଗ୍ରେସ ଟିକେଟରୁ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପିପିଲିର ବିଧାୟକ ରହିଥିଲେ। କିନ୍ତୁ ପିପିଲି ନିର୍ବାଚନମଣ୍ଡଳୀରେ କଂଗ୍ରେସର […]

ବଲାଙ୍ଗୀର: ରାଜ୍ୟ ରାଜନୀତିର ଅନ୍ୟତମ ଟାଣୁଆ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କ ସ୍ଥାନରେ ସାନପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସ ଦଳରୁ ଲଢ଼ିବା ଆପାତଃତ ସ୍ଥିର ହୋଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଏନେଇ ସେ କଂଗ୍ରେସ ହାଇକମାଣ୍ଡଙ୍କୁ ଅବଗତ କରିବେ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି। ସାଂପ୍ରତିକ ରାଜନୈତିକ ପ୍ରେକ୍ଷାପଟରେ ସମରେନ୍ଦ୍ର ହିଁ ଯୋଗ୍ୟ […]

ନୂଆଦିଲ୍ଲୀ: ଛତିଶଗଡରେ କ୍ଷମତା ହାସଲ କରିବା ପାଇଁ ଏବେ ବିଜେପି ରଣନୀତି କରିଛି। ଏହି ରାଜ୍ୟରେ ବିଜେପି କିଭଳି ପୁଣି ଶାସନକୁ ଫେରିବ ସେନେଇ ଯୋଜନା କରୁଛି। ବିଜେପି ସୂତ୍ରରୁ ଜଣାପଡିଛି ଯେ ଛତିଶଗଡ଼ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟରେ ପାଞ୍ଚରୁ ଅଧିକ ରାଲି କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଦଳ […]

ଭୁବନେଶ୍ୱର: ବିରୋଧୀ ଦଳ ଉଠାଇ ଥିବା ଶ୍ରଦ୍ଧା ନାମ୍ନୀ ମହିଳାଙ୍କ ପ୍ରସଙ୍ଗ ଉପରେ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟବ୍ୟାପି ଚର୍ଚ୍ଚା ଓ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ବିଧାନସଭାରେ ଏ ନେଇ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ, ଶ୍ରଦ୍ଧା ହେଉଛନ୍ତି ଜଣେ ଫିଜିଓ ଥେରାପିଷ୍ଟ। ମୋ’ ଭଉଣୀ ଗୀତା ମେହଟ୍ଟା ତାଙ୍କୁ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନବିରୋଧୀ ବୟାନକୁ ନେଇ ବିରୋଧୀ ଦଳ ନେତା ନବୀନଙ୍କୁ ଟାର୍ଗେଟ କରିଛନ୍ତି। ଜୟନାରାୟଣ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବିଧାନସଭା ଭିତରେ ବିରୋଧୀଙ୍କୁ ଜନବିରୋଧୀ କହିଛନ୍ତି ଏବଂ ବିଧାନସଭା ଆସିପାରିବ ନାହିଁ ବୋଲି ଧମକ ଦେଇଥିଲେ। ଏଥିରେ କିଛି ନୂତନତ୍ବ ନାହିଁ। ଓଡିଶାରେ ନବୀନ ପଟ୍ଟନାୟକଙ୍କଠାରୁ ବେଶୀ ଜନବିରୋଧୀ କିଏ ? ନବୀନ ଓଡିଶାରେ ସବୁଠୁ ଅଧିକ ଜନ ବିରୋଧୀ। ତାଙ୍କ ୨୩ ବର୍ଷ ଶାସନ […]

ନୂଆଦିଲ୍ଲୀ: ପବନ କୁମାର ବଂଶଲଙ୍କୁ ହଟାଇ ରବିବାର ଦିନ କଂଗ୍ରେସ ଦଳର ବରିଷ୍ଠ ନେତା ଅଜୟ ମାକନ୍‌ଙ୍କୁ ତା’ର ନୂଆ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। କିଛି ମାସ ହେବ ରାଜସ୍ଥାନ କଂଗ୍ରେସର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ଅଜୟ ମାକନ୍‌ ରାହୁଲ୍‌ ଗାନ୍ଧୀଙ୍କର ଘନିଷ୍ଠ ବୋଲି ବିଚାର କରାଯାଏ। ସେବେଠାରୁ ସେ ଦଳର କୌଣସି ପଦବଦବୀରେ ନ ଥିଲେ। କଂଗ୍ରେସର ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ […]

Social media & sharing icons powered by UltimatelySocial