ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଜୀବନରେଖା ‘ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟାଲ’ରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ରହ୍ମପୁରସ୍ଥିତ ଏହି ବଡ଼ଡାକ୍ତରଖାନା ବିଭିନ୍ନ ସମସ୍ୟାର କବଳିତ ହୋଇ ସ୍ବାସ୍ଥ୍ୟସେବାରେ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଆଜି ଏହି ବୃହତ୍ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏମକେସିଜିର ଏସ୍ଏନ୍ସିୟୁ ୱାର୍ଡରେ ଗୋଟିଏ ସିଲିଣ୍ଡରରୁ ୩ ଜଣ ଶିଶୁଙ୍କୁ ଅକ୍ସିଜେନ ଦିଆଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଫଟୋଟି […]
ସ୍ୱାସ୍ଥ୍ୟ
କଟକ: କର୍କଟ ରୋଗ ଚିକିତ୍ସା ସେବାରେ ଯୋଡି ହେଲା ନୂତନ ଅଧ୍ୟାୟ। କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ପେଟ୍ ସିଟି ସ୍କାନ ବ୍ୟବସ୍ଥା। ସମ୍ପୂର୍ଣ୍ଣ ମାଗଣାରେ ରୋଗୀ କରି ପାରିବେ ପରୀକ୍ଷା। ପୂର୍ବରୁ ଏଥିପାଇଁ ଘରୋଇ ପରୀକ୍ଷା କେନ୍ଦ୍ରରେ ୨୫ରୁ ୩୦ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ରୋଗୀ। ଏହାଛଡା ଅଧିକ ୨୦ଟି ନୂତନ ଆଇସିୟୁ ଉଦଘାଟନ ହୋଇଛି। […]
ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ସଚିବ ପଦରେ ଅଧିଷ୍ଠିତ ହେବା ପରେ ପ୍ରଥମ କରି କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି ଶାଲିନୀ ପଣ୍ଡିତ୍। ଆଜି ସଚିବଙ୍କ ସହ ନିର୍ଦ୍ଦେଶିକା ଡି. ବୃନ୍ଦା କ୍ୟାପିଟାଲ ହସ୍ପିଟାଲ ମଧ୍ୟରେ ଚାଲିଥିବା ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପ ବୁଲି ଦେଖିଥିଲେ। ଶ୍ରୀମତୀ ପଣ୍ଡିତ୍ ଟ୍ରମା କେୟାର ସେଣ୍ଟର, ପିଜିଆଇଏମ୍ଏସ୍ଆରର ବିଭିନ୍ନ ପ୍ରକଳ୍ପ ବୁଲି ସେଠାରେ ନିଯୁକ୍ତ ଥିବା ଯନ୍ତ୍ରୀଙ୍କ ସହ ଆଲୋଚନା କରି ନିର୍ଦ୍ଧାରିତ ସମୟ ପୂର୍ବରୁ […]
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସ ଭୁବନେଶ୍ବରରେ ସଫଳତାର ସହିତ ବହୁପ୍ରତିକ୍ଷୀତ ପ୍ରଥମ କିଡ୍ନି ପ୍ରତିରୋପଣ ସମ୍ପନ୍ନ ହୋଇଛି। ଗତମାସ ୩୦ରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ କିଡ୍ନି ପ୍ରତିରୋପଣ ସଫଳ ହୋଇଛି। ଏମ୍ସରେ ହୋଇଥିବା ପ୍ରଥମ ପ୍ରତିରୋପଣ ପିତା ପୁତ୍ରଙ୍କ ମଧ୍ୟରେ ହୋଇଥିଲା। ଅସୁସ୍ଥ ପୁଅଙ୍କୁ ପିତା […]
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଡିଏମ୍ଓ କିଶୋର ପୃଷ୍ଟି ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଖାନାରେ ୧୨୨ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହେବା […]
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅନ୍ତର୍ଗତ ହଳଦୀକୁଣ୍ଡ ଗାଁରେ ବ୍ୟାପିଥିବା ଅଜଣା ରୋଗ ଚିହ୍ନଟ ହୋଇଛି। ପରୀକ୍ଷା ପାଇଁ ଯାଇଥିବା ନମୁନାର ରିପୋର୍ଟ ମିଳିବାପରେ ଉଦ୍ବେଗ କରିବା ଭଳି ସତ ସାମ୍ନାକୁ ଆସିଛି। ମଦ ଓ ପାଣି ଯୋଗୁ ଯକୃତ ଏବଂ କିଡ୍ନି ସଂକ୍ରମିତ ହେବାରୁ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରମାଣ ମିଳିଛି। ଏହି କାରଣରୁ ବହୁସଂଖ୍ୟାରେ ଲୋକ ଅସୁସ୍ଥ ହୋଇଥିବା ମଧ୍ୟ ଜଣାପଡ଼ିଛି। ଏହାପରେ ସ୍ବାସ୍ଥ୍ୟ […]
ଭୁବନେଶ୍ବର: ଆଧ୍ୟାତ୍ମିକ ଆରୋଗ୍ୟ କେନ୍ଦ୍ର ‘ହିଲିଂ ହୋମ୍’ ଆଇଆର୍ସି ଭିଲେଜ୍ରେ ଉଦ୍ଘାଟିତ ହୋଇଯାଇଛି। ବିଶିଷ୍ଠ ବେଦବିତ୍ ପ୍ରିୟବ୍ରତ ଦାସ ଓ ଶନ୍ନୋଦେବୀ ଯୋଗ ଦେଇ କେନ୍ଦ୍ରକୁ ଉଦଘାଟନ କରିଥିଲେ। ଶ୍ରୀ ଦାସ ଯଜ୍ଞର ବିଶେଷତ୍ଵ ସଂପର୍କରେ କହିବା ସହ ସାମ୍ପ୍ରତିକ ସମୟରେ କାମ ଅଧିକରୁ ମାନସିକ ଚାପଗ୍ରସ୍ତ ଯୁବକ ଯୁବତୀଙ୍କ ପାଇଁ ଆଧ୍ୟାତ୍ମିକ ଦିଗଦର୍ଶନ ଏକ ଶ୍ରେଷ୍ଠ ପନ୍ଥା ବୋଲି ମତ ପ୍ରକାଶ କରିଥିଲେ। ହିଲିଂ ହୋମ୍ର ପ୍ରତିଷ୍ଠାତା ସୁମିତ୍ରା […]
ଅଢ଼େଇ ବର୍ଷ ପରେ ବି ହେଲାନି ସ୍ବତନ୍ତ୍ର କୋଭିଡ୍ ୱାର୍ଡ ଭୁବନେଶ୍ବର: ଏମ୍ସ ଆୟୁଷ ବିଭାଗରେ ଆୟୁର୍ବେଦ ପଞ୍ଚକର୍ମ ଚିକିତ୍ସା ବନ୍ଦ ହୋଇଯାଇଛି। ହସ୍ପିଟାଲ କର୍ତ୍ତୃପକ୍ଷ ପୁଣିଥରେ ଆୟୁଷ ବ୍ଲକ୍ରେ ସ୍ବତନ୍ତ୍ର କୋଭିଡ୍ ୱାର୍ଡ ଖୋଲିବାରୁ ଚିକିତ୍ସା ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି। ଅଢ଼େଇ ବର୍ଷ ତଳେ ଏପରି କରାଯାଇଥିବାରୁ ହସ୍ପିଟାଲରେ ଆୟୁଷ ଚିକିତ୍ସା ବାଧାପ୍ରାପ୍ତ ହୋଇଥିଲା। ଏବେ ପୁଣିଥରେ ବିଭାଗକୁ ବନ୍ଦ କରାଯାଇଥିବାରୁ ରୋଗୀ ଓ ଅଭିଭାବକମହଲରେ ଘୋର୍ ଅସନ୍ତୋଷ […]
କଟକ: ନୂଆବଜାର ନେହରୁ ପଲ୍ଲୀରେ ଅପପୁଷ୍ଟିର ଶିକାର ହୋଇଥିବା ୩ ଶିଶୁଙ୍କ ଘଟଣା ସହରରେ ଚର୍ଚ୍ଚା ସୃଷ୍ଟି କରିଛି। ଉଦ୍ଧାର ହୋଇଥିବା ସାନ ଝିଅକୁ ଶିଶୁଭବନରେ ଭର୍ତ୍ତି କରିବାକୁ ବସୁନ୍ଧରାକୁ ନିର୍ଦ୍ଦେଶ ଦିଆଯାଇଛି। ୬ ମାସର ସାନ ଝିଅ ପୂଜା ଏବେ ବସୁନ୍ଧରାରେ ଥିବା ସ୍ପେଶାଲ ଆଡପସନ୍ ୟୁନିଟରେ ରହିଛି। ତେବେ ତା’ର ସ୍ବାସ୍ଥ୍ୟ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଶିଶୁଭବନରେ ଥିବା ଅପପୁଷ୍ଟି ଶିଶୁ ରୋଗୀଙ୍କ ସ୍ବତନ୍ତ୍ର ୟୁନିଟରେ ଭର୍ତ୍ତି […]
କୋଚି : କେରଳର ଦେଶର ୩ୟ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। କେରଳ ମାଲାପ୍ପୁରମର ଜଣେ ୩୫ ବର୍ଷୀୟ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ଥିବା ଜଣାଯାଇଛି। ସେ ୟୁଏଇରୁ ଜୁଲାଇ ୬ରେ ଭାରତ ଫେରିଥିଲେ। ଜ୍ବର ହେବାକୁ ସେ ମଞ୍ଜରି ମେଡିକାଲ କଲେଜରେ ୧୩ ତାରିଖରେ ଭର୍ତ୍ତି ହୋଇଥିଲେ ଓ ଜୁଲାଇ ୧୫ରୁ ତାଙ୍କ ଶରୀରେ ଲକ୍ଷଣ ଦେଖାଯାଇଥିଲା। ଏହା ପରେ ତାଙ୍କ ନମୁନା ନିଆଯାଇଥିଲା, ଯାହାକି ପଜିଟିଭ ବାହାରିଥିଲା। […]