କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗାନ୍ଧୀଛକ ନିକଟ ବାଇପାସ୍‌ ରାସ୍ତାରେ ଶୁକ୍ରବାର ରାତି ୯ଟାରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସ ଭ୍ୟାନ୍‌-୧୧୨କୁ ଧକ୍କା ଦେଇ ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୁଲିସର ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଗାନ୍ଧିଛକ ନିକଟ ବାଇପାସରେ ମନମୁଣ୍ଡା ଥାନା ଏଏସ୍‌ଆଇ ବୁଦ୍ଧଦେବ ସାହୁଙ୍କ ତତ୍ତ୍ବାବଧାନରେ ଯାନବାହନ ଯାଞ୍ଚ କରାଯାଉଥିଲା।ଏହି ସମୟରେ ଶଗଡ଼ା ପଟରୁ ଉକ୍ତ ଗଞ୍ଜେଇଭର୍ତ୍ତି କାର୍‌ (ସିଜି ୧୧ଏମ୍‌ […]

ପୁରୀ: ମଧ୍ୟ ରାତ୍ରିରେ ଡକାୟତି ପାଇଁ ‌ଯୋଜନା କରୁଥିବା ବେଳେ ପୁରୀ ଜିଲ୍ଲା ବାସେଳିସାହି ଥାନା ପୁଲିସ ଅତର୍କିତ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ୫ ଜଣ ପୁରୁଷ ଓ ଜଣେ ମହିଳା ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ମୋବାଇଲ୍‌, ଗାଡ଼ି ଓ ଟଙ୍କା ସହିତ କିଛି ଆପତ୍ତିଜନକ ଜିନିଷ ଜବତ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣ ପୁରୁଷ (ବୟସ ଯଥାକ୍ରମେ ୨୩, […]

କବିସୂର୍ଯ୍ୟନଗର: ସମାଜରୁ ଅନ୍ଧ ବିଶ୍ୱାସର ଅନ୍ଧାରି ରାଜ ଆଜି ବି ଶେଷ ହୋଇପାରି ନାହିଁ। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା କନିଆରୀ ପଞ୍ଚାୟତ ମଧୁରଝୋଳ ଗାଁରେ ଘଟିଯାଇଥିବା ଏହି ଅଭାବନୀୟ ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗ୍ରାମବାସୀଙ୍କ ଆକ୍ରମଣରେ ଜଣଙ୍କ ଜୀବନ ଯାଇଥିବା ବେଳେ ଏବେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ […]

ଭୁବନେଶ୍ବର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ପୁଣି ଥରେ ଝାରପଡ଼ା ଜେଲ୍‌ ଫେରିଯିବାକୁ ପଡ଼ିଛି। ଆଜି ଅପରାହ୍ନରେ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବା ପରେ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ପୁଣି ଥରେ ପୁଲିସର କଡ଼ା ସୁରକ୍ଷା ଭିତରେ ଝାରପଡ଼ା ଜେଲକୁ ନିଆଯାଇଛି। ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନାକୁ ଏସ୍‌ଡିଜେଏମ୍‌ କୋର୍ଟରେ ‌ହାଜର କରାଯାଇଥିଲା। ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ୍‌ ଆବେଦନର ଶୁଣାଣି ଶେଷ ହୋଇଛି। […]

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ନିଶା ମାଫିଆ ନିଜର କାୟା ବିସ୍ତାର କରିଚାଲିଛନ୍ତି। ରାଜଧାନୀ ନିଶା ମାଫିଆଙ୍କ କବ୍‌ଜାକୁ ଚାଲିଯାଇଛି। ନିଶା ମାଫିଆମାନେ ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ବେଧଡ଼କ ଭାବେ ନିଶା କାରବାର ଚଳାଇଛନ୍ତି। ବ୍ରାଉନ୍‌ସୁଗାର ବେପାର ଉପରେ ରୋକ୍‌ ଲଗାଇବା ପାଇଁ କମିସନରେଟ୍‌ ପୁଲିସ ଚଢ଼ଉକୁ ଜୋରଦାର କରୁଛି ବୋଲି କେବଳ କଥାରେ କହୁଛି ସିନା କିନ୍ତୁ ଅସଲରେ ରାଜଧାନୀକୁ କିଲୋ କିଲୋ ଓଜନର ବ୍ରାଉନ୍‌ସୁଗାର ଆସୁଛି। […]

ଭୁବନେଶ୍ୱର: ତମାଣ୍ଡୋ ଥାନାରେ ନବବଧୂ ହତ୍ୟା ଅଭିଯୋଗ ହୋଇଛି। ଘଟଣାରେ ଜଡ଼ିତ ବୋଲି କୁହାଯାଉଥିବା ଶଶୁର ଓ ସ୍ବାମୀ ଫେରାର ଥିବାର ସୂଚନା ମିଳିଛି। ଅଭିଯୋଗ ମୁତାବକ ୨୦୨୧ ମସିହା ଜାନୁଆରୀ ୨୦ ତାରିଖରେ ନିଆଳି ବାଆରାଣାର ସୁଶ୍ରୀ ସଙ୍ଗୀତା ବସ୍ତିଆ ନୂଆ ଗାଁ ଗୋବିନ୍ଦପୁରଠାରେ ବାହା ହୋଇଥିଲେ। ପୁଅ ପ୍ରବୀଣ ଚନ୍ଦ୍ର ନାୟକ ପୂର୍ବରୁ ମାଇନ୍ସରେ କାମ କରୁଥିଲେ ବୋଲି ପୁଅଘର ଲୋକ କହିଥିଲେ। କିନ୍ତୁ ସେ ପାଣି […]

ଭୁବନେଶ୍ବର: ରବିବାର ପତ୍ନୀ ଅର୍ଚ୍ଚନା ନାଗଙ୍କୁ ଭେଟିଛନ୍ତି ଜଗବନ୍ଧୁ ଚାନ୍ଦ୍। ଏହି ସମୟରେ ଉଭୟଙ୍କ ମଧ୍ୟରେ ୧୫ ମିନିଟ୍ ପାଇଁ ବାର୍ତ୍ତାଳାପ ହୋଇଥିଲା। ଏହି ଅବସରରେ ଉଭୟଙ୍କ ସହ ଜେଲ ଅଧୀକ୍ଷକ ଓ ମହିଳା ୱାର୍ଡର ଉପସ୍ଥିତ ଥିଲେ। ଜେଲ୍ କାର୍ଯ୍ୟାଳୟରେ ଉଭୟଙ୍କ ଭିତରେ ଭେଟଘାଟ ହୋଇଥିଲା। ସୂଚନାଯୋଗ୍ୟ, ଯଦି ଗୋଟିଏ ଜେଲରେ ପତି-ପତ୍ନୀ ବା ପରିବାରର ଏକାଧିକ ଲୋକ ରହୁଥା’ନ୍ତି, ତେବେ ସେମାନେ ପରସ୍ପରକୁ ଭେଟିବା ପାଇଁ ଜେଲ୍ […]

କଟକ: ଅପମିଶ୍ରିତ ଖାଦ୍ୟ ଉତ୍ପାଦନ କାରଖାନା ଉପରେ ଚଢ଼ଉ ହୋଇଛି। କଟକ ସହର ଭିତରେ ଥିବା ମାଲଗାଦୋମ ଅଞ୍ଚଳ ସହିତ ମୋଟ ୫ଟି ଅପମିଶ୍ରିତ ଖାଦ୍ୟ ଉତ୍ପାଦନ ଖାରଖାନା ଉପରେ ଚଢ଼ଉ ହୋଇଛି। ଚଢ଼ଉ ସମୟରେ ଟମାଟୋ ସସ, ଭିନେଗାର, ଆଚାର, ବିସ୍କୁଟ ଓ ‌ଚକୋଲୋଟ ଆଦି ଜବତ ହୋଇଥିବା ଜଣାଯାଇଛି।‌ ତେବେ ରିପୋର୍ଟ ଲେଖାଯିବା ବେଳକୁ ଚଢ଼ଉ ଜାରି ରହିଛି। ସେହିପରି ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର […]

ନୂଆଦିଲ୍ଲୀ: ଗାଜିଆବାଦରେ ଦିଲ୍ଲୀର ଜଣେ ମହିଳାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯିବା ସହ ତାଙ୍କୁ ଅମାନୁଷିକ ଭାବେ ଯୌନ ନିର୍ଯାତନା ଦିଆଯିବା ଘଟଣା ଗତକାଲି ଜାତୀୟ ରାଜଧାନୀ ଦିଲ୍ଲୀରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଆଜି ସେଥିରେ ନୂଆ ମୋଡ଼ ଆସିଛି। ଗାଜିଆବାଦ ପୁଲିସ୍ ଘଟଣାର ତଦନ୍ତ କରି କହିଛି ଯେ ପୀଡ଼ିତା ମିଛ କହିଛନ୍ତି। ତାଙ୍କ ସହ ଜମି ବିବାଦରେ ଲିପ୍ତ ଥିବା ବ୍ୟକ୍ତଙ୍କୁ ଫସାଇବାକୁ ଗଣଦୁଷ୍କର୍ମ […]

ଭୁବନେଶ୍ବର: ଆଜି ସକାଳେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କମିସନରେଟ୍ ପୁଲିସ ଉଠାଇନେଇଥିବାର ସୂଚନା ମିଳିଛି। ଜଗବନ୍ଧୁଙ୍କୁ ସତ୍ୟବିହାରସ୍ଥିତ ଘରୁ ଉଠାଇ ନେଇ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ଅର୍ଚ୍ଚନାଙ୍କ ବ୍ଲାକମେଲିଂ ମାମଲାରେ ଜଗବନ୍ଧୁ ସଂପୃକ୍ତ ଥିବା ସନ୍ଦେହ କରିବା ସହ ଅନ୍ୟ କୌଣସି ଠୋସ୍ ପ୍ରମାଣ ପାଇବା ପରେ ପୁଲିସ ଉଠାଇଥିବା କୁହାଯାଉଛି। ପୂର୍ବରୁ ଜଗବନ୍ଧୁଙ୍କୁ ପୁଲିସ୍ ଥାନାକୁ ଡାକି ଛାଡ଼ିଦେଇଥିଲା। ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ […]

Social media & sharing icons powered by UltimatelySocial