ଲଣ୍ଡନ: ଶୁକ୍ରବାର ଦିନ ଲଣ୍ଡନ ଅଦାଲତରେ ଋଣୀ ଉଦ୍ୟୋଗୀ ଅନୀଲ ଅମ୍ବାନୀ କହିଛନ୍ତି ଯେ, ସେ ସରଳ ଜୀବନଯାପନ କରୁଛନ୍ତି, ଗୋଟିଏ ମାତ୍ର କାର୍ ଚଳାଉଛନ୍ତି ଏବଂ ଓକିଲଙ୍କ ଫିସ୍ ଦେବାକୁ ସବୁ ଅଳଙ୍କାର ବିକ୍ରୟ କରି ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୨୦ ଜାନୁଆରି ରୁ ଜୁନ୍ ମଧ୍ୟରେ ତାଙ୍କର ସବୁ ଅଳଙ୍କାର ବିକ୍ରି ବାବଦରେ ସେ ୯. ୯ କୋଟି ଟଙ୍କା ପାଇଥିଲେ। ଏବେ ତାଙ୍କ ପାଖରେ […]

ବାଲିପାଟଣା : ଉଦ୍ୟାନ ବିଭାଗ ପକ୍ଷରୁ ମାଳ ମାଳ ଯୋଜନାରେ ଚାଷୀଙ୍କ ପାଇଁ ସହାୟତା ଆସୁଛି। କିନ୍ତୁ ଉପଯୁକ୍ତ ଚାଷୀଙ୍କ ପାଖରେ ପହଞ୍ଚି ପାରୁନି ସବୁ ସହାୟତା। ବିଭାଗୀୟ ଅଧିକାରୀ ତଥା କର୍ମଚାରୀଙ୍କ ଉଦାସୀନତା କାରଣରୁ ଏହି ବ୍ଲକର ବହୁ ଚାଷୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ପାନ ଓ ଛତୁ ଚାଷ ଭଳି ଅର୍ଥକରୀ ଚାଷଠାରୁ ଆରମ୍ଭ କରି ପରିବା ଚାଷ ପର୍ଯ୍ୟନ୍ତ ବହୁ ଲାଭଜନକ ଚାଷ ପାଇଁ […]

ମାଲକାନଗିରି: ପୁଣି ଭାରରେ ବୁହାହେଲେ ପ୍ରସୂତି। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୀଳାକାମ୍ବରୁ ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ଥିବା ପାଡାଲପୁଟ ଗ୍ରାମରେ। ଏହି ଗ୍ରାମରେ ଦେବକୀ ମୁଦୁଲି(୨୭)ଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଇବା ଜରୁରୀ ଥିଲା। କିନ୍ତୁ ସେପରି ଏକ ଦୁର୍ଗମ ଅଞ୍ଚଳକୁ ଗାଡି ଯିବା ଅସମ୍ଭବ ଅଟେ। ସେହି ପାହାଡିଆ ଅଞ୍ଚଳକୁ ଭଲ […]

ଭୁବନେଶ୍ୱର : ରାଜଧାନୀରେ କରୋନା କେମିତି ଆୟତ୍ତକୁ ଆସିବ, ସେ ନେଇ ସବୁ ସ୍ତରରୁ ଉଦ୍ୟମ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ପୁଲିସ୍‌ ପକ୍ଷରୁ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସହରର ପ୍ରମୁଖ ବଜାର ଘାଟରେ ପୁଲିସ୍‌ ଚଢ଼ଉ କରି ଅମାନିଆଙ୍କଠାରୁ ଜରିମାନା ଆଦାୟ କରିବା ସହ ଦୋକାନ ମଧ୍ୟ ସିଲ୍‌ କରୁଛି। କିନ୍ତୁ ସବୁ ଉଦ୍ୟମ ସତ୍ତ୍ୱେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା କମୁନି। ପ୍ରତିଦିନ ୩ ଶହରୁ […]

୩ଟି ପର୍ଯ୍ୟାୟରେ ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ରେ ହେବ ନିର୍ବାଚନ ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ବିହାରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ ତାରିଖରେ ‌ମତଦାତା ମତଦାନ କରିବେ। ଏହା ସହ ନଭେମ୍ବର ୧୦ରେ ଫଳାଫଳ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ […]

ମୁମ୍ବାଇ: ବଲିଉଡରେ ଅନେକ ସୁପରହିଟ୍ ଗୀତ ଗାଇଥିବା ଭେଟେରାନ୍ ସିଙ୍ଗର୍ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ୧ଟା ୪ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏସ୍.ପି. ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ ନେଇ ତାଙ୍କ ପୁଅ ଏସ୍‌.ପି. ଚରଣ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୭ରେ ତାଙ୍କର କରୋନା ଟେଷ୍ଟ୍‌ […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ ହୋଇଛି। ଏକ ସ୍କର୍ପିଓ କାର୍ ଭିତରେ ଚୋରା ବନ୍ଧୁକ କାରବାରର ଡିଲ୍‌ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଏହି ଡିଲ୍‌ର ପର୍ଦ୍ଦାଫାସ କରିଛି। ଗତକାଲି ସନ୍ଧ୍ୟାରେ କଳ୍ପନା ଛକ ନିକଟରେ କ୍ରାଇମ୍‌ବ୍ରାଞ୍ଚର ଏସଟିଏଫ ଟିମ୍‌ ହାତରେ ଧରାପଡ଼ିଥିଲା ଏହି ଚୋରା ବନ୍ଧୁକ କାରବାରର ଡିଲ୍‌। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କର ଜଣେ ମହିଳା ସହଯୋଗୀଙ୍କୁ […]

ପିଥୋରଗଡ଼: ‌ନେପାଳ ସରକାର ଭାରତର ୩ଟି ଅଞ୍ଚଳ ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣିକୁ ନିଜ ଅଞ୍ଚଳ ବୋଲି ମାନଚିତ୍ରରେ ଦର୍ଶାଇବା ପରେ ନିକଟରେ ସ୍କୁଲ୍‌ ପାଠ୍ୟ ପୁସ୍ତକ ମାନଚିତ୍ରରେ ମଧ୍ୟ ଏହି ୩ ଅଞ୍ଚଳକୁ ସାମିଲ କରିଥିଲା। ଭାରତ ସରକାର କିନ୍ତୁ ନେପାଳର ଏହି କୃତ୍ରିମ ସମ୍ପ୍ରସାରଣକୁ ଏକତରଫା ଏବଂ ଅଗ୍ରହଣୀୟ ବୋଲି କହିଛନ୍ତି। ନେପାଳ ସରକାର ଏବେ କଳାପାଣି ଅଞ୍ଚଳରେ ଜନଗଣନା କରିବାକୁ ‌ଯୋଜନା କରିଛି। ନେପାଳ ପ୍ରତି […]

ବନ ବିଭାଗ ଓ ପୁଲିସ ନିରବଦ୍ରଷ୍ଟା ବାରଙ୍ଗ : ଚନ୍ଦକା ଅଭୟାରଣ୍ୟରେ ମାଂସ ପାଇଁ ବନ୍ୟପ୍ରାଣୀ ଶିକାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବନ ବିଭାଗ ଓ ପୁଲିସ ପକ୍ଷରୁ ଧରପଗଡ଼ ଚାଲିଥିଲେ ହେଁ ବନ୍ୟପ୍ରାଣୀ ଶିକାର ହ୍ରାସ ପାଉନାହିଁ। ତେବେ ଏହା ପଛରେ କେବଳ ଶିକାରୀ ଦାୟୀ ନୁହନ୍ତି, ବରଂ ବହୁ ବଡ଼ବଡ଼ିଆଙ୍କ ଜଙ୍ଗଲୀ ମାଂସ ଖାଇବା ସଉକ ଶିକାରୀମାନଙ୍କୁ ପ୍ରୋତ୍ସାହିତ କରୁଥିବା ଜଣାପଡ଼ିଛି। ଏବେ ଜଣେ ନକଲି […]

ଭୁବନେଶ୍ବର: କରୋନାରେ ପୁଣି ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ଯେଉଁ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ଖୋର୍ଦ୍ଧାର ଭୁବନେଶ୍ବରରୁ ୪, ପୁରୀରୁ ୩ ଜଣ , ମୟୂରଭଞ୍ଜରୁ ୨ ଜଣ, କେନ୍ଦ୍ରାପଡ଼ା, ବଲାଙ୍ଗୀର, କନ୍ଧମାଳ, ଅନୁଗୁଳ, କଟକ ଓ ରାୟଗଡ଼ାରୁ ଜଣେ […]

Social media & sharing icons powered by UltimatelySocial